• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

  • ପୀଡିତଙ୍କ ଅଭିଯୋଗ ପ୍ରଥମେ ଜାତି ପଚରାଯାଇଥିଲା, ପରେ ମାଡ ମାରିଲେ

  • ମାମଲା ରୁଜୁ କଲା ପୋଲିସ୍

ଇନ୍ଦୋର : ଜାତି ପଚାରି ମାଡ଼ ମାରିଲେ । ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ବ୍ୟକ୍ତି ତାଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ନେଇ ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଇନ୍ଦୋର ବାଣଗଙ୍ଗା ପୋଲିସ ଷ୍ଟେସନ ଅଞ୍ଚଳର ଗୋବିନ୍ଦ ନଗରରେ ଏପରି ଅଭାବନୀୟ ଘଟଣା ଘଟିଛି । ତେବେ ସ୍ଥାନୀୟ ଲୋକ ତାଙ୍କ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି । ଚୁଡ଼ି ବିକ୍ରି କରିବା ବାହାନାରେ ଯୁବକ ଜଣକ ମହିଳାଙ୍କୁ ଅସଦାଚରଣ କରୁଥିବା କହିଛନ୍ତି ।

ରବିବାର ଅପରାହ୍ନ ୨ଟା ସମୟରେ ତସଲିମ୍ ନାମକ ଗୋବିନ୍ଦ କଲୋନୀରେ ଚୁଡ଼ି ବିକ୍ରି କରୁଥିଲେ । ଆଉ ସେତିକିବେଳେ କିଛି ଲୋକ ତାଙ୍କୁ ମାଡ଼ ମାରି ତାଙ୍କ ଟଙ୍କା ଛଡ଼ାଇ ନେଇଥିଲେ । ମାଡ଼ ମାରିଥିବା ଲୋକମାନେ ପ୍ରଥମେ ତାଙ୍କୁ ତାଙ୍କ ଜାତି ବିଷୟରେ ପଚାରିଥିଲେ, ଆଉ ସେ ତାଙ୍କ ଜାତି ବିଷୟରେ କହିବା ପରେ, ଦୁଲଦାଲ ତାଙ୍କ ଉପରେ ମାଡ଼ ଆରମ୍ଭ ହୋଇଯାଇଥିଲା । ସେମାନେ କିଛି କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ । ଏନେଇ ଯୁବକ ଜଣକ ଥାନାରେ ଅଭିଯୋଗ କରିଛନ୍ତି ।

ତେବେ ଯୁବକଙ୍କ ସହ ହୋଇଥିବା ଆକ୍ରମଣ ସମ୍ପର୍କରେ କୋଟୱାଲି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ଏଥି ସହିତ ଭାଇରାଲ ଭିଡ଼ିଓ ନେଇ ପ୍ରଶାସନ କହିଛି, ଗୁଜବ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ। ଅଭିଯୁକ୍ତଙ୍କୁ ଖୋଜିବା ସହ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଘଟଣା ସାମ୍ନାକୁ ଆସିବା ପରେ ଗୋଟିଏ ଗୋଷ୍ଠୀ ପୋଲିସ ଷ୍ଟେସନକୁ ଘେରି ଯାଇଥିଲେ । ବହୁ ବୁଝାସୁଝା ପରେ ପୋଲିସ ଭିଡକୁ ହଟାଇବାରେ ସଫଳ ହୋଇଥିଲା ।

ତେବେ ଏ ପ୍ରସଙ୍ଗରେ ଏସପି ପୂର୍ବ ଆଶୁତୋଷ ବାଗରି କହିଛନ୍ତି, ଏକ ଭିଡିଓ ଭାଇରାଲ ହେଇଛି । ଜଣେ ଯୁବକଙ୍କୁ ଆକ୍ରମଣ କରାଯାଉଥିବା ଭିଡିଓରେ ସ୍ପଷ୍ଟ ଜଣାପଡିଛି । ଅଭିଯୋଗ ପରେ ମାମଲା ରୁଜୁ ହୋଇଛି। ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଧରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।