• translate
Prangyan Parimita

କୋଚି : ରାତାରାତି କୋଟିପତି ପାଲଟିଗଲେ ଅଟୋ ଚାଳକ । ଭାଗ୍ୟ ବଦଳାଇ ଦେଲା ଲଟେରୀ । ୫୬ ବର୍ଷୀୟ ଜୟପାଲାନ୍ ପିଆର୍ କେବେ ବି ଚିନ୍ତା କରିନଥିଲେ, ଦିନେ ସେ ୧୨ କୋରଟି ଟଙ୍କା ଲଟେରୀ ଜିତିବେ । ଲୋକମାନେ ତାଙ୍କୁ 'ଅଟୋ ୱାଲ୍ ଭେୟା ...' ବୋଲି କହୁଥିଲେ । କିନ୍ତୁ ଆଜି ପୂରା କେରଳ ତାଙ୍କ ବିଷୟରେ ଜାଣିବାକୁ ଉତ୍ସାହିତ ।

କେରଳର କୋଚି ନିକଟ ମାରାଡୁର ବାସିନ୍ଦା ଜୟପାଲାନ୍ । ୯୫ ବର୍ଷ ବୟସ୍କା ମା, ପତ୍ନୀ ଏବଂ ଦୁଇ ପିଲାଙ୍କ ସହ ଜୟପାଲାନ୍‌ଙ୍କ ସୁଖଦୁଃଖର ସଂସାର । ଏକ ଗରିବ ପରିବାରରେ ତାଙ୍କର ଜନ୍ମ । ଦାନା ମୁଠାଏ ପାଇଁ ପିଲାଦିନୁ ଆଜି ପର୍ଯ୍ୟନ୍ତ କଠିନ ପରିଶ୍ରମ କରୁଛନ୍ତି । ବର୍ତ୍ତମାନ ଅଟୋ ଚଳାଇ ଦୁଃଖକଷ୍ଟରେ ପାଞ୍ଚ ପ୍ରାଣୀ କୁଟୁମ୍ବ ପୋଷୁଥିଲେ । କଠିନ ପରିଶ୍ରମ କରି ପିଲାମାନଙ୍କ ସୁବର୍ଣ୍ଣ ଭବିଷ୍ୟତ ପାଇଁ ସ୍ୱପ୍ନ ଦେଖୁଥିଲେ । ତେବେ ବର୍ତ୍ତମାନ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଛି । ବର୍ତ୍ତମାନ କୋଟି କୋଟି ଟଙ୍କା ମାଲିକ ହେବା ପରେ ତାଙ୍କର ‌ଅଧା ରହିଯାଇଥିବା ସ୍ୱପ୍ନ ସାକାର ହେବାକୁ ଯାଉଛି ।

ଜୟପାଲାନ୍ ଅଟୋ ଚଳାଇ ନିଜ ପରିବାର ପୋଷନ୍ତି । ଆଉ ଏବେ ସେ Onam bumper lottery ର ଲଟେରୀ ବିଜେତା ହୋଇଛନ୍ତି । ଟିଭିରୁ ହିଁ ବମ୍ପର ଲଟେରୀ ସମ୍ପର୍କରେ ସେ ଜାଣିବାକୁ ପାଇଥିଲେ । ବିଜେତା ହୋଇଥିବା ଜାଣି ତାଙ୍କ ଖୁସିର ଆଉ ଠିକଣା ନଥିଲା । ସୋମବାର ସକାଳେ ଜୟପାଲାନ କାନାଡ଼ା ବ୍ୟାଙ୍କର ପଲିନାଡା ଶାଖାରେ ଟିକେଟ ଜମା କରିଥିଲେ, ପରେ ବମ୍ପର ଲଟେରୀ ଜିତିବାର ଖବର ଭାଇରାଲ ହୋଇଥିଲା ।

ଜୟପାଲାନ୍ ପ୍ରତିବର୍ଷ Onam bumper lottery କିଣୁଥିଲେ । କିନ୍ତୁ କୌଣସି ବର୍ଷ ତାଙ୍କର ଲଟେରୀ ଲାଗୁନଥିଲା । ହେଲେ ଚଳିତ ବର୍ଷ ତାଙ୍କ ଉପରେ ଭାଗ୍ୟଲକ୍ଷ୍ମୀ ପ୍ରସନ୍ନ ହୋଇଛନ୍ତି । ଅଟୋ ଚାଳକରୁ ରାତରାତି କୋଟିପତି ପାଲଟି ଯାଇଛନ୍ତି ଜୟପାଲାନ୍ ।

Other Stories

  • High Level meeting with Biden and Modi
    National ଆମେରିକା ଗସ୍ତରେ ମୋଦି; ୨୪ରେ ବାଇଡେନ୍‌ଙ୍କ ସହ ବୈଠକ

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ଆସନ୍ତା ୨୪ ରେ  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ। ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସାକ୍ଷାତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଓ୍ୱାଶିଂଟନରେ ବିଶ୍ୱର ଏହି ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ...

  • Drowning Death
    Crime ଗିରଫ ଭୟରେ ନଦୀକୁ ଡେଇଁ ମଦ ବେପାରୀଙ୍କ ଜୀବନ ଗଲା

    ରାତି ହୋଇଯାଇଥିବାରୁ ଦମକଳ ବାହିନୀ ଓ ଓଡ୍ରାଫ ଟିମ୍ ବହୁ ଖୋଜାଖୋଜି କରିଥିଲେ ବି ପତ୍ତା ମିଳିପାରିନଥିଲା। ଆଜି ସକାଳେ ପୁଣି ଥରେ ଖୋଜାଖୋଜି ଆରମ୍ଭ ହେବା ପରେ ତାଙ୍କ ମୃତଦେହ ମିଳିଛି । ଘଟଣା ସମ୍ପର୍କରେ...

  • ଭାରତରେ ଲଞ୍ଚ ହେବ ହାଇବ୍ରିଟ୍ ଫ୍ଲାଇଙ୍ଗ କାର୍
    National ଭାରତରେ ଖୁବ ଶୀଘ୍ର ଲଞ୍ଚ ହେବ ଫ୍ଲାଇଙ୍ଗ କାର୍‌

    ଭାରତରେ ଖୁବ ଶୀଘ୍ର ପ୍ରଥମ ଥର ପାଇଁ ଲଞ୍ଚ ହେବ ହାଇବ୍ରିଡ ଫ୍ଲାଇଙ୍ଗ କାର । ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆ ଏହି ବିଷୟରେ ସୂଚନା ଦେଇଛନ୍ତି । ଏହାସହ ସେ କହିଛନ୍ତି, ଭିନାଟା ଏରୋମୋବିଲିଟିର...

  •  bjp leaders came back to Odisha
    Politics ଗୁଜରାଟ ମଡେଲକୁ ଓଡ଼ିଶାରେ ଆପଣେଇବ ବିଜେପି

    ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ସୁରଟ ଗସ୍ତ କରିଥିବା ୯ ଜଣିଆ ଟିମ ଭୁବନେଶ୍ୱର ଫେରିଛି।ଗୁଜରାଟ ବିଜେପିର କାର୍ଯ୍ୟପନ୍ଥା, ନୀତି ବିଷୟରେ ଜାଣିବା ପାଇଁ ଏହି ଟିମ୍‌ ସୁରଟ ଯାଇଥିଲେ।