• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗୁଆହାଟି : ପୁଅକୁ ବିକ୍ରି କରିଦେଲା ବାପା । ଡ୍ରଗ୍ସ ନିଶାରେ ପାଗଳ ହୋଇ ସମ୍ପର୍କ ଭୂଳିଗଲା ଜନ୍ମଦାତା । ଆସାମରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ନିଜର ଅଢ଼େଇ ବର୍ଷର ଶିଶୁ ପୁତ୍ରକୁ ୪୦ ହଜାର ଟଙ୍କାରେ ବିକ୍ରି କରିଦେଇଛି । ତେବେ ପୁଅକୁ ବିକ୍ରି କରିଦେବା ପରେ ପୋଲିସର ଅଭିଯୋଗ କରିଥିଲେ ଅଭିଯୁକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ । ଅଭିଯୋଗ ପରେ ପୋଲିସ ସଂପୃକ୍ତ ବ୍ୟକ୍ତି ଏବଂ ଶିଶୁ କିଣିଥିବା ମହିଳାଙ୍କୁ ଗିରଫ କରିଛି ।

ଆସାମର ଗୁଆହାଟି ଠାରୁ ୮୦ କିଲୋମିଟର ଦୂରରେ ଅବସ୍ଥିତ ମୋରିଗାଓଁର ଲାହରିଘାଟ ଗାଁର ବାସିନ୍ଦା ଅମିନୁଲ ଇସଲାମ । ଡ୍ରଗ୍ସ ନିଶାରେ ପାଗଳ । ସେ ଡ୍ରଗ୍ସ କାରବାରରେ ମଧ୍ୟ ଲିପ୍ତ ଥିଲେ । ଏଥିପାଇଁ ସ୍ତ୍ରୀ ରୁକମିନା ଓ ଅମିନୁଲଙ୍କ ମଧ୍ୟରେ କିଛି ମାସ ପୂର୍ବରୁ ପ୍ରବଳ ଝଗଡା ହୋଇଥିଲା । ଡ୍ରଗ୍ ଚୋରା କାରବାରରେ ଅମିନୁଲଙ୍କ ସମ୍ପୃକ୍ତି ଯୋଗୁଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ତେବେ ଏହି ଘଟଣା ପରେ ସ୍ୱାମୀକୁ ଛାଡ଼ି ବାପଘର ଚାଲି ଯାଇଥିଲେ ରୁକମିନା । ଆଉ ସେବେଠାରୁ ଅନେକ ହେବ ସେ ବାପଘରେ ରହୁଥିଲେ ।

ଘଟଣା ଦିନ ଆମିନୁଲ ରୁକମିନାଙ୍କ ବାପାଙ୍କ ଘରେ ପହଞ୍ଚିଥିଲେ । ପୁଅକୁ ନେଇ ଆଧାର କାର୍ଡ ତିଆରି କରିବାକୁ କହିଥିଲେ । ତେବେ ଏନେଇ ସ୍ୱାମୀଙ୍କ ଉପରେ ସନ୍ଦେହ କରିନଥିଲେ ରୁକମିନା । ହେଲେ ପୁଅକୁ ନେବାର ତିନି ଚାରି ଦିନ ପରେ ମଧ୍ୟ ସେ ଘରକୁ ଫେରିନଥିଲେ । ରୁକମିନା ପଚାରିଲେ ପୁଅ ଘରେ ଅଛି ବୋଲି କହି ଦେଉଥିଲେ । ଡ୍ରଗ୍ସ କିଣିବା ପାଇଁ ଟଙ୍କା ଯୋଗାଡ଼ ନହୋଇ ପାରିବାକୁ ନିଜର ଅଢ଼େଇ ବର୍ଷର ଶିଶୁକୁ ସାଜିଦା ବେଗମ୍ ନାମକ ଜଣେ ମହିଳାଙ୍କୁ ବିକ୍ରି କରି ଦେଇଥିଲେ ଅନିମୁଲ । ତେବେ କୁନି ପୁଅକୁ ନପାଇବା ପରେ ରୁକମିନା ଏକ ଅଗଷ୍ଟରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ଉଭୟଙ୍କୁ ଗିରଫ କରିଛି ।