• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆଜି ବି ଆର୍ୟନଙ୍କ ଜାମିନ ଆବେଦନ ଶୁଣାଣି

  • ମୁମ୍ବାଇ ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟରେ କାଲି ହୋଇଥିଲା ଶୁଣାଣି

  • ମୁମ୍ବାଇ କ୍ରୁଜ୍ ପାର୍ଟିରେ ଡ୍ରଗ୍ସ କାରବାର ଅଭିଯୋଗରେ ଗିରଫ ଆର୍ୟନ୍

ମୁମ୍ବାଇ : ଡ୍ରଗ୍ସ ମାମଲାରେ ଗିରଫ ଶାହାରୁଖ୍ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନର ଆଜି ପୁଣି ଶୁଣାଣି । ଜାମିନ୍ ପାଇଁ ଆବେଦନ କରି କାଲି ନିରାଶ ହୋଇଥିଲେ ଆର୍ୟନ ଖାନଙ୍କ ଓକିଲ । ଆର୍ୟନଙ୍କ ଜାମିନ୍ ଆବେଦନ ଶୁଣାଣିକୁ କୋର୍ଟ ଆଜିକୁ ଘୁଞ୍ଚାଇ ଦେଇଥିଲେ । ଫଳରେ ଆଜି ଦିନ ୧୧ଟା ପରେ ଶୁଣାଣି ହେବା ନେଇ ସୂଚନା ମିଳିଛି ।

ଗତକାଲି ମୁମ୍ବାଇର ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟରେ ଆର୍ୟନ ଖାନଙ୍କ ଜାମିନ ଆବେଦନ ଶୁଣାଣି ହୋଇଥିଲା । ହେଳେ ଜାମିନ ଆବେଦନକୁ NCB ବିରୋଧ କରିଥିଲା । ଆର୍ୟନଙ୍କ ହ୍ୱାଟସ୍ଆପ୍ ଚାର୍ଟରୁ ଡ୍ରଗସ୍ କାରବାରର ବିଦେଶର ଲିଙ୍କ୍ ନେଇ ତଥ୍ୟ ମିଳିଛି, ତେଣୁ ଏ ବିଷୟରେ ଅଧିକ ତଦନ୍ତ ଆବଶ୍ୟକ ବୋଲି ଅତିରିକ୍ତ ସଲିସିଟର ଜେନେରାଲଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ଅଭିଯୁକ୍ତଙ୍କୁ ଜାମିନରେ ଛାଡ଼ିଲେ ତଦନ୍ତ ବାଧାପ୍ରାପ୍ତ ହେବ ବୋଲି ସେ ଯୁକ୍ତି କରିଥିଲେ ।

ପୂରା ମାମଲା କ’ଣ ?

ଅକ୍ଟୋବର ୨ ତାରିଖରେ ଏନସିବି ମୁମ୍ବାଇରୁ ଗୋଆ ଅଭିମୁଖେ ଯାଉଥିବା ଜାହାଜରେ ଏକ ରେଭ ପାର୍ଟି ଚଢ଼ାଉ କରିଥି। ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଅଭିଯୋଗରେ NCB ଆର୍ୟନ୍ ଖାନଙ୍କ ସମେତ ୮ ଜଣଙ୍କୁ ଗିରଫ କରିଥିଲା । ତେବେ ଚଢ଼ାଉ ପରେ ୧୩ ଗ୍ରାମ କୋକେନ, ୨୧ ଗ୍ରାମ ହାଶିଶ, MDMAର ୧୨ଟି ଟାବଲେଟ , 5 ଗ୍ରାମ MD ଏବଂ 6 ଗ୍ରାମ ଚରସ୍ ଉଦ୍ଧାର କରିଥିଲା NCB ଟିମ୍ । ତେବେ ଦୁଇ ନାଇଜେରିଆ ନାଗରିକଙ୍କ ସହ ଏପର୍ଯ୍ୟନ୍ତ ଏହି ମାମଲାରେ ୨୦ ଜଣ ଗିରଫ ହୋଇଛନ୍ତି । ଆର୍ୟନ ଖାନ ଏବଂ ଅନ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ଏନଡିପିଏସ କୋର୍ଟ ଶୁଣାଣି କରୁଛନ୍ତି ।

କ’ଣ ଦାବି କରୁଛି NCB ?

ଅନୁସନ୍ଧାନ ଅନୁସାରେ ଆର୍ୟନ୍ ଖାନ୍ ତାଙ୍କ ଘନିଷ୍ଠ ବନ୍ଧୁ ଅରବାଜ୍ ମର୍ଚାଣ୍ଟଙ୍କଠାରୁ ବାରମ୍ବାର ଡ୍ରଗ୍ କିଣୁଥିଲେ ବୋଲି ବୁଧବାର କୋର୍ଟଙ୍କୁ କହିଛି ଏନସିବି । ଏହି ମାମଲାରେ ଅରବାଜ ମର୍ଚାଣ୍ଟଙ୍କୁ ମଧ୍ୟ ଗିରଫ କରାଯାଇଛି। କେବଳ ଏତିକି ନୁହେଁ ଆର୍ୟନ୍ ଖାନ୍ ବେଆଇନ ନିଶା କାରବାରରେ ମଧ୍ୟ ଜଡିତ ବୋଲି କୁହାଯାଇଛି । ଚଢ଼ାଉ ସମୟରେ ଅରବାଜ ମର୍ଚାଣ୍ଟଙ୍କ ଜୋତାରୁ ୬ ଗ୍ରାମ ଚରସ୍ ମଧ୍ୟ ଉଦ୍ଧାର କରାଯାଇଥିବା ଏନସିବି ସୂଚନା ଦେଇଛି।