• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଆତଙ୍କବାଦୀଙ୍କ ଗୁଳିରେ ସହିଦ୍‌ ହେଲେ ୨ ଯବାନ 

  • ସର୍ଚ୍ଚ ଅପରେସନ୍‌ ଜାରି 

ଶ୍ରୀନଗର: ଏନ୍‌କାଉଣ୍ଟରେ ସହିଦ୍‌ ହେଲେ ୨ ଯବାନ୍‌ । ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ମେନ୍ଧାର ସବ ଡିଭିଜନର ନାର ଖାସ ଜଙ୍ଗଲରେ ଚାଲିଥିବା ଏକ ଆତଙ୍କବାଦୀ ବିରୋଧୀ ଅଭିଯାନ ବେଳେ ଆତଙ୍କବାଦୀଙ୍କ ଗୁଳିରେ୨ଜଣ ଯବାନ ସହିଦ୍‌ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସହିଦ ଯବାନଙ୍କ ମଧ୍ୟରୁ ଜଣେ ଜିସିଓ ରହିଥିବାର ଜଣାପଡିଛି ।

ସୂଚନା ଅନୁସାରେ, ଗତ ସୋମବାର ଦିନ ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲା ସ୍ଥିତ ମେହେନ୍ଦରର ନାର ଖାସ୍ ଜଙ୍ଗଲରେ ଆତଙ୍କବାଦୀ ବିରୋଧୀ ଅପରେସନ୍ ଚାଲିଥିଲା। ସେହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀଙ୍କ ଉପରେ ଆକ୍ରମଣ କରିଥିଲେ । ଯାହା ପରେ ଆତଙ୍କବାଦୀମାନେ ଉକ୍ତ ଜଙ୍ଗଲରେ ଲୁଚି ରହିଥିବା ସୂଚନା ମିଳିଥିଲା । ଯାହାର ଖବର ପାଇ ଆଜି ସୁରକ୍ଷା କର୍ମୀମାନେ ସେଠାରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନ ବେଳେ ହଠାତ୍‌ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଯେଉଁଥିରେ କିଛି ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସ୍ଥାନାନ୍ତରଣ କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଜଣେ ଜିସିଓଙ୍କ ସମେତ ଅନ୍ୟ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି ।

 

ବିଏସ୍‌ଏଫର ୧୭୨ ବାଟାଲିୟନ ଓ ଏସ୍ଓଜି ପକ୍ଷରୁ କୁପୱାଡାରେ କରାଯାଉଥିବା ଏହି ସର୍ଚ୍ଚ ଅପରେସନ୍‌ରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ଗୁଳି ବାରୁଦ ଜବତ କରାଯାଇଛି । ଏହାସହ ସର୍ଚ୍ଚ ଅପରେସନ୍‌ ବେଳେ ଗୋଟିଏ ଏକେ-୪୭ ବନ୍ଧୁକ, ୮ଟି ଡିଟେନେଟୋର, ୭୨୦ ରାଉଣ୍ଡ ଗୁଳି, ୩ଟି ଚାଇନିଜ ହ୍ୟାଣ୍ତ ଗ୍ରେନଡ, ଗୋଟିଏ କମ୍ପାସ , ୪ଟି ମାଗାଜିନ ଓ ୩ଟି ୱେୟାର ଲେସ୍‌ ସେଟ୍ସ ଇତ୍ୟାଦି ଜବତ କରାଯାଇଛି ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସେହି ସ୍ଥାନରେ ସର୍ଚ୍ଚ ଅପରେସନ୍‌ ଜାରି ରହିଥିବା ହେତୁ ଜାମ୍ମୁ କାଶ୍ମୀରର ରଜୌରୀ ଓ ପୁଞ୍ଚ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଗାଡ଼ି ଚଳାଚଳ ଉପରେ ପ୍ରତିବନ୍ଧକ ଲାଗାଯାଇଛି । ଉକ୍ତ ରାସ୍ତାରେ ପୋଲିସ ଫୋର୍ସ ମୁତୟନ ହହେବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେହିପରି ବିମ୍ବେର ଗଲି ଓ ସୁରାନକୋଟେ ମଧ୍ୟରେ ଥିବା ରାସ୍ତାର ଯାତାୟାତକୁ ବନ୍ଦ କରାଯାଇଛି । ସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ଏହିପରି କଡାକଡି ନିୟମ ରହିବ ବୋଲି ସୂଚନା ମିଳିଛି ।