• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସେନା ହେଲିକପ୍ଟର ଦୁର୍ଘଟଣା ପରେ ଚାଲିଛି ସର୍ଚ୍ଚ ଅପରେସନ ।

  • ଡ୍ୟାମ୍‌ରେ ବୁଡ଼ି ଯବାନଙ୍କୁ ଖୋଜୁଛି NDRF ।

  • ଦୁଇ ଯବାନ ନିଖୋଜ ସୂଚନା ।

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର କଠୁଆରେ ସେନା ହେଲିକପ୍ଟର ଦୁର୍ଘଟଣା ପରେ ଚାଲିଛି ସର୍ଚ୍ଚ ଅପରେସନ । ଦୁଇ ଜଣ ପାଇଲଟ୍‌ ନିଖୋଜ ଥିବା ଜଣାପଡ଼ିଛି । ଗତକାଲି କଠୁଆ ଜିଲ୍ଲାର ରଣଜିତ ସାଗର ଡ୍ୟାମ ନିକଟରେ ହେଲିକପ୍ଟରଟି ଦୁର୍ଘଟଣା ଗ୍ରସ୍ତ ହୋଇ ଖସିପଡ଼ିଥିଲା । ତେବେ ପାଇଲଟ୍‌ଙ୍କୁ ଖୋଜିବାକୁ ରଣଜିତ ସାଗର ଡ୍ୟାମରେ ନିୟୋଜିତ ହୋଇଛନ୍ତି ନୌସେନାର ବୁଡ଼ାଳି । ଗତକାଲିଠାରୁ ଘଟଣା ସ୍ଥଳରେ ନିଖୋଜଙ୍କୁ ଠାବ ପାଇଁ ଏନ୍‌ଡିଆରଏଫ୍ ମୁତୟନ କରାଯାଇଥିଲା । ପଞ୍ଜାବ, ଜାମ୍ମୁ କାଶ୍ମୀର SDRF ର ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟ ସାମିଲ ହୋଇଛନ୍ତି । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ୨୫୪ ଏଭିଏସନ୍ ସ୍କ୍ୱାର୍ଡନର ବୋଲି ଜଣାପଡିଛି ।

ଚଳିତ ବର୍ଷ ମେ ମାସରେ ଭାରତୀୟ ବାୟୁସେନାର ଏକ ମିଗ -୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ପାଇଲଟଙ୍କ ମୃତ୍ୟୁ ଘଟିଥିଲା । ମୋଗା ସହରଠାରୁ ପ୍ରାୟ ୨୮ କିଲୋମିଟର ଦୂରରେ ବାଗପୁରାନାସ୍ଥିତ ଲଙ୍ଗେଇନା ନାଭାନ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିଲା ଏବଂ ଏହା ପରେ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ଦୁର୍ଘଟଣା ପୂର୍ବରୁ ବିମାନର ପାଇଲଟ୍ ଭାରି ଯନ୍ତ୍ରକୁ ଧକ୍କା ଦେବା ଫଳରେ ପାଇଲଟଙ୍କ ମୃତ୍ୟୁ ଘଟିଥିଲା ।

ସେପଟେ ଜମ୍ମୁକାଶ୍ମୀରରେ ସୁରକ୍ଷା ବାହିନୀଙ୍କ ଟାର୍ଗେଟରେ ଆତଙ୍କୀ । ଜାରି ରହିଛି ସର୍ଚ୍ଚ ଅପେରସନ୍ । ଗତ ଶନିବାର ଦିନ ୨୦୧୯ ପୁଲୱାମାରେ CRPF ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ସହ ଜଡିତ ଜୈଶ୍-ଏ-ମହମ୍ମଦର ଦୁଇଜଣ ଶୀର୍ଷ ଆତଙ୍କବାଦୀଙ୍କୁ ଏନକାଉଣ୍ଟରରେ ମାରିଛନ୍ତି ସୁରକ୍ଷା ବାହିନୀ । ଏହା ସହିତ ଜାମ୍ମୁ କାଶ୍ମୀର ପୋଲିସ ୧୦ ଆତଙ୍କବାଦୀଙ୍କ ହିଟ୍ ଲିଷ୍ଟ ଜାରି କରିଛି ।