• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଅଯୋଧ୍ୟାରେ ଅନୁଷ୍ଠିତ ହେବ ତ୍ରିରଙ୍ଗା ଯାତ୍ରା

  • ହିନ୍ଦୁତ୍ୱ ଏବଂ ରାଷ୍ଟ୍ରବାଦକୁ ମୁଦ୍ଦା କରି ବିଜେପିକୁ ଘେରିବାକୁ ଆପର ପ୍ରସ୍ତୁତି

ନୂଆଦିଲ୍ଲୀ : ଆସନ୍ତାବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏବେ ଠାରୁ ପ୍ରସ୍ତୁତ ହେଲାଣି ନିର୍ବାଚନୀ ରଣନୀତି । ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଆରମ୍ଭ ହୋଇସାରିଛି । ଏହି ଧାରାରେ ଆମ୍ ଆଦମୀ ପାର୍ଟି (AAP) ବିଜେପିକୁ ଚ୍ୟାଲେଞ୍ଜ କରିବା ପାଇଁ ଏକ ବିଶେଷ ରଣନୀତି ଉପରେ କାମ ଆରମ୍ଭ କରିଛି । ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଏଥର ହିନ୍ଦୁତ୍ୱ ଏବଂ ରାଷ୍ଟ୍ରବାଦକୁ ମୁଦ୍ଦା କରି ବିଜେପିକୁ ଘେରିବାକୁ ପ୍ରସ୍ତୁତ ହେଉଛି । ତେବେ ଏନେଇ ଉତ୍ତରପ୍ରଦେଶରେ ତ୍ରିରଙ୍ଗା ଯାତ୍ରା କରିବାକୁ AAP ଯୋଜନା କରୁଛି । ସେପ୍ଟେମ୍ବର ୧୪ରେ ରାମ ଲାଲାଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ଏକ ତ୍ରିରଙ୍ଗା ଯାତ୍ରା ଅୟୋଜନ କରାଯିବ ।

ତିରଙ୍ଗା ଯାତ୍ରାର ଲକ୍ଷ୍ୟ କଣ?

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ନେତୃତ୍ୱରେ ଏହି ତିରଙ୍ଗା ଯାତ୍ରା ଆରମ୍ଭ ହେବ । ଅଯୋଧ୍ୟା ବ୍ୟତୀତ ଆଗ୍ରା ଏବଂ ନୋଏଡା ଠାରେ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯିବ । ମନୀଷ ସିସୋଦିଆଙ୍କୁ ଉତ୍ତରପ୍ରଦେଶ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ଅନ୍ୟପକ୍ଷରେ ପାର୍ଟି ଦିଲ୍ଲୀରେ ୫୦୦ ତ୍ରିରଙ୍ଗା ପତାକା ପ୍ରସ୍ତୁତ କରୁଛି । ଏଥିପାଇଁ ପ୍ରାୟ ୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପୂରା ସହରରେ ତ୍ରିରଙ୍ଗା ପତାକା ଲଗାଇବାର ଯୋଜନା ହୋଇଛି । ଆପର ବାର୍ତ୍ତା ଅନୁସାରେ ବିଜେପିର ତଥାକଥିତ ରାଷ୍ଟ୍ରବାଦ ଭାରତକୁ ଅସୁସ୍ଥ କରୁଛି । ରାଷ୍ଟ୍ରବାଦ ଲୋକମାନଙ୍କୁ ସେମାନଙ୍କର ଅଧିକାର ପ୍ରଦାନ ଉପରେ ଗୁରୁତ୍ୱ ବହନ କରେ ବୋଲି AAP ପକ୍ଷରୁ କୁଯାଉଛି । ଭଲ ଶିକ୍ଷା ହେଉ କିମ୍ବା ଉତ୍ତମ ସ୍ୱାସ୍ଥ୍ୟସେବା ତ୍ରିରଙ୍ଗା ପ୍ରେମ ଦେଶ, ଏହାର ବିକାଶ ଏବଂ ନାଗରିକଙ୍କ କଲ୍ୟାଣକୁ ସୂଚାଇଥାଏ ।

ନିକଟରେ ଦିଲ୍ଲୀ ବିଦ୍ୟାଳୟରେ ପାଠ୍ୟକ୍ରମରେ 'ଦେଶପ୍ରେମ' ବିଷୟକୁ ଅନ୍ତର୍ଭୁକ୍ତ କରାଯାଇଛି । ସୂଚନାଯୋଗ୍ୟ ଉତ୍ତରପ୍ରଦେଶ, ଗୁଜୁରାଟ ଏବଂ ଉତ୍ତରାଖଣ୍ଡରେ ମଧ୍ୟ ନିଜର ପତିଆରା ଜମେଇବାକୁ ଚେଷ୍ଟା କରୁଛି ଆପ୍ । ଉତ୍ତରାଖଣ୍ଡରେ ଦଳ ପୂର୍ବତନ ଭାରତୀୟ ସେନା କର୍ଣ୍ଣେଲ ଅଜୟ କୋଠିଆଲଙ୍କୁ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି । ଏଥି ସହ ପାହାଡ ଉତ୍ତରାଖଣ୍ଡରେ 'ହିନ୍ଦୁମାନଙ୍କ ପାଇଁ ଆଧ୍ୟାତ୍ମିକ ରାଜଧାନୀ' ପ୍ରତିଷ୍ଠା କରାଯିବ ବୋଲି ଦଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ।