• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ହେବ ବୈଠକ

  • ଓଡ଼ିଶା ସମେତ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବାର ଅଛି

  • ଛତିଶଗଡ଼, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ବିହାରର ମୁଖ୍ୟମନ୍ତ୍ରୀ ଯୋଗ ଦେବେ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ମାଓ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ । ପ୍ରାୟ ୧୦ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗଦେବେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଥିରେ ଯୋଗ ଦେବାକୁ ଦିଲ୍ଲୀରେ ଅଛନ୍ତି । ଅମିତ ଶାହା ମାଓ ପ୍ରବଣ ଜିଲ୍ଲାଗୁଡ଼ିକର ସୁରକ୍ଷାର ସମୀକ୍ଷା କରିବା ସହିତ ପରିସ୍ଥିତି, ଉନ୍ନୟନ କାର୍ଯ୍ୟ, ମାଓବାଦୀଙ୍କ କାର୍ଯ୍ୟକଳାପ, ଲାଲବାହିନୀକୁ ରୋକିବା ଆଦି ଦିଗରେ ଏହି ବୈଠକରେ ଆଲୋଚନା କରିବେ ।

ଛତିଶଗଡ଼, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଓ କେରଳର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ବୈଠକରେ ଯୋଗ ଦେବାର ଅଛି । ଭୁପେଶ ବାଗେଲ, ଉଦ୍ଧବ ଠାକରେ, ହେମନ୍ତ ସୋରେନ, ନବୀନ ପଟ୍ଟନାୟକ, ମମତା ବାନାର୍ଜୀ, ଚନ୍ଦ୍ରଶେଖର ରାଓ, ଜଗନମୋହନ ରେଡ୍ଡୀ, ସିଏମ ପିନାରାଇ ବିଜୟନଙ୍କୁ ଏହି ବୈଠକରେ ଯୋଗଦେବାକୁ ଆମନ୍ତ୍ରିତ କରାଯାଇଥିଲା ।

କେନ୍ଦ୍ର ଗୃହ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ମାଓବାଦୀ ହିଂସା କମିଛି । ବର୍ତ୍ତମାନ ଦେଶରେ ୯୦ ଟି ଜିଲ୍ଲାରେ ଲାଲବାହିନୀର ଉପସ୍ଥିତି ଥିଲେ ମଧ୍ୟ ୨୦୨୦ରେ ମାତ୍ର ୪୫ ଟି ଜିଲ୍ଲାରେ ଏମାନେ ହିଂସାକାଣ୍ଡ ଘଟାଇଥିଲେ । ନକ୍ସଲାଇଟ୍ ହିଂସାକୁ ବାମ ୱିଙ୍ଗ୍ ଏକ୍ସଟ୍ରିଜିମ୍ ମଧ୍ୟ କୁହାଯାଏ । ୨୦୧୫ରୁ ୨୦୨୦ମଧ୍ୟରେ ମାଓବାଦୀମାନେ ୩୮୦ ସୁରକ୍ଷାକର୍ମୀ ଓ ହଜାରେ ସାଧାରଣ ଲୋକଙ୍କୁ ହତ୍ୟା କରିଥିଲେ । ଏହି ସମୟ ଭିତରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ ୯ ଶହ ମାଓବାଦୀ । ଏମାନଙ୍କୁ ଛାଡ଼ି ୪ ହଜାର ୨ ଶହ ମାଓବାଦୀ ହିଂସାର ରାସ୍ତା ଛାଡ଼ି ଆତ୍ମସମର୍ପଣ କରିଛନ୍ତି ।