• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଭାରତୀୟ ବାୟୁସେନା ସହ IAF ଫ୍ରାନ୍ସ୍ ର ସହ ଚୁକ୍ତିନାମା

  • ଭାରତ କିଣିବ ଫ୍ରାନ୍ସର ପୁରୁଣା ମିରାଜ

ନୂଆଦିଲ୍ଲୀ : ଏୟାରଫୋର୍ସରେ ସାମିଳ ହେବ ଆଉ ୨୪ ମିରାଜ୍ -୨୦୦୦ ଯୁଦ୍ଧ ବିମାନ । ମିରାଜ୍‌ ଯୁଦ୍ଧ ବିମାନ କିଣିବା ପାଇଁ IAF ଫ୍ରାନ୍ସ୍ ସହ ଏକ ଚୁକ୍ତିନାମା କରିଛି ଭାରତୀୟ ବାୟୁସନା । ଭାରତୀୟ ବାୟୁସେନା ୨୪ ଟି ସେକେଣ୍ଟ୍ ହ୍ୟାଣ୍ଡ ମିରାଜ୍ ସହିତ ନିଜର ସ୍ଥିତିକୁ ଆହୁରି ମଜବୁତ କରିବାକୁ ଯାଉଛି । ଫଳରେ ଭାରତୀୟ ବାୟୁସେନାର ମିରାଜ୍ ବିମାନ ଦୀର୍ଘ ସମୟ ପର୍ଯ୍ୟନ୍ତ ସେବାରେ ରହିବ । ତେବେ କିଣାଯାଉଥିବା ବିମାନକୁ ଉଡ଼ାଣ ଭରିବା ପାଇଁ ବ୍ୟବହାର କରାଯିବ ନାହିଁ । ବାଲାକୋଟର ଆତଙ୍କବାଦୀ ଶିବିର ଉପରେ ହୋଇଥିବା ଏୟାର ଷ୍ଟ୍ରାଇକରେ ମିରାଜ ଯୁଦ୍ଧ ବିମାନର ବ୍ୟବହାର କରାଯାଇଥିଲା । କେବଳ ଏତିକି ନୁହେଁ କାରଗିଲ ଯୁଦ୍ଧର ପାକିସ୍ତାନ ମାଟିରେ ପ୍ରବେଶ କରି ଶତ୍ରୁଙ୍କ ଖେଳ ବିଗାଡ଼ି ଦେଇଥିଲା । ଜୈଶ୍ ଆତଙ୍କୀଙ୍କ ଠିକଣାକୁ ଧ୍ୱସ୍ତ କରିପକାଇଥିଲା ।

ଫ୍ରାନ୍ସ ବାୟୁସେନା ଗତ କିଛି ଦିନ ପୂର୍ବରୁ ମିରାଜ ଜେଟର ଏକ ସ୍ପାଡ୍ରୋନକୁ ସେବାରୁ ବାହା କରିଥିଲା, ଆଉ ଏହି ବିମାନ କିଣିବା ପାଇଁ ୩୧ ଅଗଷ୍ଟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ଚୁକ୍ତିନାମା ଅନୁସାରେ ଫ୍ରାନ୍ସ ବାୟୁସେନାରୁ ବାହାର କରାଯାଇଥିବା ବିମାନଗୁଡ଼ିକୁ ଭାରତକୁ ଅଣାଯିବ । ଅଣାଯାଇଥିବା ଏହି ବିମାନଗୁଡ଼ିକ ଉଡ଼ାଣ ଭରିବା ପାଇଁ ବ୍ୟବହୃତ କରାଯିବ ନାହିଁ । ଫ୍ରାନ୍ସରୁ ଆସିଥିବା ବିମାନର ଅଂଶଗୁଡିକ ଦ୍ୱାରା ଭାରତର ୫୦ ମିରାଜ୍ -୨୦୦୦ ବିମାନକୁ ଦୀର୍ଘ ସମୟ ଧରି ସେବାରେ ରଖିବା ପାଇଁ ବ୍ୟବହାର କରାଯିବ । ଗତ ବର୍ଷ ମଧ୍ୟ ସମାନ ଚୁକ୍ତିନାମା ଅନୁଯାୟୀ କିଛି ବିମାନ ଗ୍ୱାଲିଅରକୁ ପଠାଯାଇଥିଲା ।

ସେପଟେ ସେପ୍ଟେମ୍ବର ୨୦ ଅର୍ଥାତ୍‌ ଆସନ୍ତା କାଲିଠାରୁ ଉତ୍ତରପ୍ରଦେଶର ପିଥୋରାଗଡରେ ଭାରତ ଓ ନେପାଳ ମଧ୍ୟରେ ମିଳିତ ସାମରିକ ବ୍ୟାୟାମ ’ସୂର୍ଯ୍ୟ କିରଣ”ର ୧୫ ତମ ସଂସ୍କରଣ ଆରମ୍ଭ ହେବ । ଏହି ସମୟ ମଧ୍ୟରେ ଭାରତ ଏବଂ ନେପାଳର ସେନାର ପ୍ରତ୍ୟେକ ପଦାତିକ ବାଟାଲିଅନ୍ ପରସ୍ପର ସହିତ ଆତଙ୍କବାଦୀ ବିରୋଧୀ କାର୍ଯ୍ୟ ଓ ନିଜ ଦେଶ ପାଇଁ ହାସଲ କରିଥିବା ଅନୁଭୂତିକୁ ବାଣ୍ଟିବେ ।