• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆଫଗାନୀସ୍ତାନରେ ସ୍ଥିତି ବିଗୁଡ଼ୁଥିବାରୁ ବିଦେଶ ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଛି ।

  • ଆଫଗାନୀସ୍ତାନରେ ସୁରକ୍ଷା ସ୍ଥିତି ବିଗୁଡ଼ିଥିବାରୁ ଆମେ ଚିନ୍ତିତ ବୋଲି କହିଛି MEA । 

  • ହିନ୍ଦୁ ଓ ଶିଖ୍ ସଂପ୍ରଦାୟ ସହ ଯୋଗାଯୋଗରେ ଅଛି MEA ।

ନୂଆଦିଲ୍ଲୀ: ଆଫଗାନୀସ୍ତାନରେ ସ୍ଥିତି ବିଗୁଡ଼ିଥିବାରୁ ବିଦେଶ ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଛି । ଆଫଗାନୀସ୍ତାନରେ ସୁରକ୍ଷା ସ୍ଥିତି ବିଗୁଡ଼ିଥିବାରୁ ଆମେ ଚିନ୍ତିତ ବୋଲି କହିଛି MEA । ସେଠାରେ ଥିବା ହିନ୍ଦୁ ଓ ଶିଖ୍ ସଂପ୍ରଦାୟ ସହ ଯୋଗାଯୋଗରେ ଅଛୁ, ଆମେ ସେମାନଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇଦେବୁ ବୋଲି କହିଛି MEA । ଆଫଗାନୀସ୍ତାନର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିବା ମଧ୍ୟ କହିଛି MEA ।

ବର୍ତ୍ତମାନ ଆଫ୍‌ଗାନିସ୍ତାନର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ । କାବୁଲ ମୁହାଁ ତାଲିବାନ । ଆଉ ମାତ୍ର ୯୦ ଦିନରେ ଆଫଗାନିସ୍ତାନର ରାଜଧାନୀକୁ ଦଖଲ କରିପାରେ ତାଲିବାନ । ଏବେ ସୁଦ୍ଧା ଆଫଗାନିସ୍ତାନର ୩ ଭାଗରୁ ୨ ଭାଗ ଅର୍ଥାତ୍ ପ୍ରାୟ ୬୫ ପ୍ରତିଶତ ଅଞ୍ଚଳକୁ ତାଲିବାନୀ ଆତଙ୍କୀ କବ୍‌ଜା କରିସାରିଛି । ଯାହା ମଧ୍ୟରେ ବହୁ ପ୍ରମୁଖ ସହର, ବାଣିଜ୍ୟ କେନ୍ଦ୍ର ଓ ପ୍ରାନ୍ତୀୟ ରାଜଧାନୀ ଥିବା ଆମେରିକୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି ।

ତାଲିବାନ ୩୦ ଦିନ ଭିତରେ କ୍ୟାପିଟାଲ୍ ସିଟି କାବୁଲକୁ ବାହ୍ୟ ଜଗତରୁ ବିଚ୍ଛିନ୍ନ କରିପାରେ ଏବଂ ୯୦ ଦିନରେ ଅକ୍ତିଆର କରିପାରେ ବୋଲି କୁହାଯାଇଛି । କାବୁଲ୍‌ଠାରୁ ମାତ୍ର ୧୫୦ କିଲୋମିଟର ଦୂରରେ ଥିବା ଗଜ୍‌ନୀ ସହରକୁ କବ୍‌ଜାକୁ ନେଇସାରିଛି ତାଲିବାନ । ଅଫଗାନିସ୍ତାନର ୩୪ଟି ପ୍ରାନ୍ତୀୟ ରାଜଧାନୀରୁ ୧୦ଟିକୁ ମାତ୍ର ସପ୍ତାହକ ଭିତରେ ତାଲିବାନ ନିଜ ଦଖଲକୁ ନେଇଛି । ରାଜଧାନୀକୁ ଯୋଡ଼ୁଥିବା ପ୍ରମୁଖ ସଡ଼କପଥ କାବୁଲ-କାନ୍ଦାହାର୍ ହାଇେୱେ ବି ତାଲିବାନ ହାତକୁ ଯାଇଛି ।

ଆମେରିକୀୟ ଓ ନାଟୋ ସୈନ୍ୟ ଆଫଗାନିସ୍ତାନ ଛାଡ଼ିବା ପରେ ତାଲିବାନ ଗୋଟିଏ ପରେ ଗୋଟିଏ ରାଜ୍ୟ ଦଖଲ ସହ ନିଜ ସ୍ଥିତି ମଜବୁତ କରିଚାଲିଛି । ଆଫଗାନିସ୍ତାନ ସରକାରୀ ସେନା ବହୁ ସ୍ଥାନରେ କଡ଼ା ପ୍ରତିରୋଧ କରୁଥିଲେ ବି, ବିଫଳ ହେଉଛନ୍ତି । ଆଉ କିଛି ସ୍ଥାନରେ ଆଫଗାନୀ ସେନା ଯୁଦ୍ଧ ପୂର୍ବରୁ ହାତ ଟେକି ଦେଉଥିବା ନଜରକୁ ଆସିଛି । ତାଲିବାନୀ ଆତଙ୍କୀ ଅନେକ ସାମରିକ କାର୍ଯ୍ୟାଳୟ, ପୋଲିସ କାର୍ଯ୍ୟାଳୟ, ବିମାନବନ୍ଦର ଓ ଅସ୍ତ୍ରଶସ୍ତ୍ର କବ୍‌ଜା କରିନେଉଛନ୍ତି ।

ତେବେ ଏହାରି ଭିତରେ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ଆସୁଛି ଯେ, ବର୍ଦ୍ଧିତ ହିଂସାକାଣ୍ଡକୁ ରୋକାଗଲେ କ୍ଷମତାରୁ ଭାଗ ଦେବେ ବୋଲି ଆଫଗାନିସ୍ତାନ ସରକାର କାତାର୍ ଜରିଆରେ ତାଲିବାନ ଆଗରେ ପ୍ରସ୍ତାବ ରଖିଛନ୍ତି ।

ଅନ୍ୟପଟେ ଆଫ୍‌ଗାନିସ୍ତାନର ସୁରକ୍ଷାରେ ଥିବା ଆମେରିକା ସୈନ୍ୟମାନଙ୍କୁ ଫେରାଇ ନିଆଯାଇଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଚଳିତ ମାସ ଶେଷ ସୁଦ୍ଧା ଆଫଗାନିସ୍ତାନରେ ମିଶନ ଶେଷ କରିବାକୁ ଆମେରିକା ସୈନିକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଫଗାନିସ୍ତାନରୁ ଅଧିକାଂଶ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର କରାଯାଇଛି, ଆଉ ଏହାପରେ ତାଲିବାନୀ ସଂଗଠନ ଦେଶରେ ସକ୍ରିୟ ହୋଇଉଠିଛି ।