• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଗୁଗଲ୍‌ର ଦୀପାବଳି ଭେଟି

  • ୧୫ ପ୍ରତିଶତ କମିବ ସବ୍‌ସ୍କ୍ରିପ୍‌ସନ୍‌ର ଫି

ନୂଆଦିଲ୍ଲୀ:ଚଳିତ ବର୍ଷ ଦୀପାବଳିରେ ଗୁଗଲ୍‌ ୟୁଜର୍ସ ମାନଙ୍କ ପାଇଁ ଉପହାର ଆଣିଛି । ପ୍ଲେ-ଷ୍ଟୋରରେ ସବ୍‌ସ୍କ୍ରିପ୍‌ସନ୍‌ର ଫିରେ ୧୫ ପ୍ରତିଶତ କମିଶନ୍ ହ୍ରାସ କରିବାକୁ ଗୁଗଲ୍‌ ପକ୍ଷରୁ ନିଷ୍ପତି ନିଆଯାଇଛି । କମିଶନ୍ ହ୍ରାସ ପରର ନୂଆ ମୂଲ୍ୟକୁ ଆସନ୍ତା ବର୍ଷ ଜାନୁଆରୀ ମାସ ୧ ତାରିଖରୁ ଲାଗୁ କରାଯିବ ।

ଗୁଗଲ୍‌ ପ୍ଲେ-ଷ୍ଟୋର ଆପ୍‌ରେ ବର୍ଦ୍ଧିତ ସବ୍‌ସ୍କ୍ରିପ୍‌ସନ୍‌ ଫିକୁ ନେଇ ଆପଲ୍ ଏବଂ ଗୁଗୁଲ୍‌ର କମ୍ପାନୀକୁ ବିଭିନ୍ନ ପକ୍ଷରୁ ସମାଲୋଚନା କରାଯାଉଛି । ଯାହାକୁ ନେଇ କମ୍ପାନୀ ପକ୍ଷରୁ ଆଲୋଚନା ପରେ ବଦ୍ଧିତ କମିଶନ୍‌କୁ କମାଇବା ପାଇଁ ଗୁଗଲ୍‌ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଗୁଗୁଲ ପକ୍ଷରୁ ଏକ ପୋଷ୍ଟରେ କୁହାଯାଇଛି ଯେ, ‘୨୦୨୨ ଜାନୁୟାରୀ ୧ ତାରିଖରୁ ସବସ୍କ୍ରିପସନ୍ ପ୍ରଦାନ କରୁଥିବା ଡେଭଲପରମାନଙ୍କ ସମର୍ଥନ କରିବା ପାଇଁ ଆମେ ଗୁଗୁଲ୍ ପ୍ଲେରେ ଥିବା ସମସ୍ତ ସବସ୍କ୍ରିପସନ୍ ଫିକୁ ୩୦ ପ୍ରତିଶତରୁ ୧୫ ପ୍ରତିଶତକୁ ହ୍ରାସ କରୁଛୁ । ୧୦ ଲକ୍ଷ ଡଲାର ପର୍ଯ୍ୟନ୍ତ ଇନ୍‌କମ୍‌ କରୁଥିବା ଡେଭଲପରମାନଙ୍କ ପାଇଁ ପ୍ଲେ-ଷ୍ଟୋରରୁ ଆପ କ୍ରୟ ଉପରେ ୧୫ ପ୍ରତିଶତ କମିଶନ ଆଦାୟ କରାଯିବ ଏବଂ ୧୦ ଲକ୍ଷ ଡଲାରରୁ ଅଧିକ ଆୟ ଥିବା ଡେଭଲପରଙ୍କ ଠାରୁ ୩୦ ପ୍ରତିଶତ କମିଶନ ଆଦାୟ କରାଯିବ’ ।

ଗୁଗୁଲ୍ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଏଥିରୁ ହୋଇଥିବା ଇନ୍‌କମ୍‌କୁ ଆଣ୍ଡ୍ରୋଏଡ୍ ଏବଂ ପ୍ଲେ-ଷ୍ଟୋରରେ ସବସ୍କ୍ରିପସନ୍‌ରେ ବିନିଯୋଗ କରାଯାଇଛି । ଯାହା ଫଳରେ ଏହା ସମସ୍ତ ଡିଭାଇସ୍ ନିର୍ମାତାମାନଙ୍କୁ ମାଗଣାରେ ଉପଲବ୍ଧ କରାଯାଇଛି । ଯେଉଁମାନେ ଡିଜିଟାଲ୍ ସାମଗ୍ରୀ ଏବଂ ସେବାଗୁଡିକର ଇନ୍-ଆପ୍ ବିକ୍ରି କରିଥାନ୍ତି କେବଳ ସେହି ଡେଭଲପରମାନଙ୍କ ପାଇଁ ହିଁ ଗୁଗୁଲ୍ ପ୍ଲେ-ଷ୍ଟୋରରେ ଏହି ସେବାକୁ ଲାଗୁ କରାଯାଇଛି ।

ପୂର୍ବରୁ ଗୁଗୁଲ ପକ୍ଷରୁ କୁହାଯାଇଥିଲା ଯେ, ଭାରତରେ ଥିବା ଡେଭଲପରମାନେ ଡିଜିଟାଲ ସାମଗ୍ରୀ ବିକ୍ରି କରୁଛନ୍ତି । ହେଲେ ସେ ସବୁକୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ଲେ ବିଲିଂ ସିଷ୍ଟମରେ ପଞ୍ଜୀକୃତ କରାଯାଇନାହିଁ । ତେଣୁ ପଞ୍ଜୀକୃତ କରିବା ପାଇଁ ସାମାନଙ୍କୁ ଆଗାମୀ ୨୦୨୨ର ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଯାହା ପରେ ହିଁ ସେମାନେ ଏହି ପରିବର୍ତ୍ତନର ଲାଭ ପାଇପାରିବେ ।

ସୁରକ୍ଷାକୁ ଦୃଷ୍ଟିରେ ରଖି ଗୁଗଲ୍ ପକ୍ଷରୁ ୧୫୦ଟି ଆପ୍‌କୁ ବ୍ୟାନ୍‌ କରାଯାଇଛି । କାରଣ ଏହି ସେହି ସବୁ ଆପ୍‌ ଗୁଡିକ ଉପଭୋକ୍ତାମାନଙ୍କର ବିନା ଅନୁମତିରେ ସେମାନଙ୍କର ବ୍ୟକ୍ତିଗତ ତଥ୍ୟ ପାଇବା ତଥା ସେମାନଙ୍କଠାରୁ ଟଙ୍କା ପାଇବା ପାଇଁ ବିଭିନ୍ନ କୌଶଳ ମାନର ବ୍ୟବହାର କରୁଥିଲେ ।

ଜି-ମେଲ୍‌ରେ ନୂଆ ଅପ୍‌ଡେଟ୍

ଗୁଗଲ ଜି-ମେଲ୍‌ରେ ମଧ୍ୟ କିଛି ନୂଆ ଫିଚର୍ସକୁ ବାହାର କରିଛି । କମ୍ପାନୀ ୱେବ୍ ପାଇଁ ଜି-ମେଲ୍‌ରେ ଟିଓ(To), ସିସି(Cc), ଏବଂ ବିସିସି(Bcc)କୁ ଅପଡେଟ୍‌ କରି ସେଥିରେ ଉନ୍ନତି ଆଣିବାକୁ ପ୍ରୟାସ କରୁଛି । ଯାହା ପରେ ୟୁଜର୍ସଙ୍କ ପାଇଁ ଇମେଲ କରିବା ପାଇଁ ପୂର୍ବ ଅପେକ୍ଷା ସହଜ ହୋଇପାରିବ ।

ଟିଓ(To), ସିସି(Cc), ଏବଂ ବିସିସି(Bcc)କୁ ବ୍ୟବହାର କରିବା ସମୟରେ ଜି-ମେଲ୍‌ରେ ଏକ ନୂଆ ଫିଚର୍ସ ତଥା ରାଇଟ୍‌ କ୍ଲିକ୍‌ ମେନ୍ୟୁ ଉପଲବ୍ଧ ହେବ । ଯାହା ଉପରେ କ୍ଲିକ୍‌ କରିବା ଦ୍ୱାରା ୟୁଜରମାନେ ନିଜ ପ୍ରାପ୍ତକର୍ତ୍ତାଙ୍କ (Recipient)ଙ୍କ ସମ୍ପୂର୍ଣ୍ଣ ନାମ ଓ ଇମେଲ୍‌ ଆଇଡି ଦେଖିପାରିବେ । ଏହାସହ କଣ୍ଟାକ୍ଟ ଏଡିଟ୍‌ ଓ ଇମେଲ୍‌ ଆଡ୍ରୋସ୍‌କୁ କପି ମଧ୍ୟ କରିପାରିବେ ।