• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଭାରତୀୟ ସାଂକେତିକ ଠାର ପାଇଲା ଭାଷା ମାନ୍ୟତା ।

  • ୫ ଭାଷାରେ ପଢ଼ାଯିବ ଇଞ୍ଜିନିୟରିଂ ।

  • ଛାତ୍ରଛାତ୍ରୀଙ୍କ ଏକାଡେମିକ୍‌ ବ୍ୟାଙ୍କ୍‌ ଅଫ୍‌ କ୍ରେଡିଟ୍‌ର ଶୁଭାରମ୍ଭ ।

ନୂଆଦିଲ୍ଲୀ: ଭାରତୀୟ ସାଂକେତିକ ଠାର ପାଇଲା ଭାଷା ମାନ୍ୟତା । ସାଂକେତିକ ଭାଷା ବା ଠାରକୁ ଭାଷା ମାନ୍ୟତା ମିଳିଲା । ଜାତୀୟ ଶିକ୍ଷା ନୀତି ବର୍ଷପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା । ଏହା ଦ୍ୱାରା ଦେଶର ଲକ୍ଷ ଲକ୍ଷ ଯୁବପିଢ଼ି ଲାଭବାନ ହେବେ ବୋଲି କହିଛନ୍ତି ମୋଦି । ଜାତୀୟ ଶିକ୍ଷା ନୀତିକୁ ବର୍ଷେ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ବେଳେ ଏହି ଘୋଷଣା କରାଯାଇଛି ।

ସେ ଆହୁରି କହିଛନ୍ତି ଯେ, ନଆ ଜାତୀୟ ଶିକ୍ଷା ନୀତିରେ ଆଞ୍ଚଳିକ ଭାଷା ବା ମାତୃଭାଷାରେ ଉଚ୍ଚଶିକ୍ଷା ପଢ଼ା ଯିବା ବ୍ୟବସ୍ଥା କରାଯାଇଛି । ୮ ରାଜ୍ୟର ୧୪ ଇଂଜିନିୟରିଂ କଲେଜରେ ୫ ଭାଷାରେ ପାଠ ପଢ଼ା ଯିବ । ମାତୃଭାଷାରେ ପଢ଼ିଲେ ଗରିବ ପିଲାର ଆତ୍ମବିଶ୍ୱାସ ବଢ଼ିବ ବୋଲି କହିଛନ୍ତି ମୋଦି । 

ଏହି ଅବସରରେ ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକାଡେମିକ ବ୍ୟାଙ୍କ ଅଫ୍ କ୍ରେଡିଟରେ ନିଜ ଇଚ୍ଛାରେ ପଢ଼ିବେ ପିଲା । ଉଚ୍ଚଶିକ୍ଷାରେ ଯେକୌଣସି ପାଠ ପଢ଼ିବେ ଓ ଛାଡ଼ିପାରିବେ ପିଲା । ପାଠ୍ୟକ୍ରମ ପ୍ରବେଶ ଓ ପରିତ୍ୟାଗ ନେଇ ଛାତ୍ରଛାତ୍ରୀଙ୍କ ପାଇଁ ଏକାଧିକ ବିକଳ୍ପ ରହିବ । ହସଖୁସିରେ ପାଠ ଆରମ୍ଭ କରିବେ କୁନି କୁନି ପିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅନ୍ୟପଟେ ଏହି ନୂତନ ଶିକ୍ଷାନୀତି ବର୍ଷପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି । ସେ ବିଦ୍ୟା ପ୍ରବେଶ ଯୋଜନାର ଶୁଭାରମ୍ଭ କରିଛନ୍ତି ଏବଂ କହିଛନ୍ତି ଗ୍ରେଡ-୧ ପିଲାଙ୍କ ପାଠ ପଢ଼ା ଆରମ୍ଭରେ ହେବ ବିଦ୍ୟା ପ୍ରବେଶ । ୩ ମାସ ପର୍ଯ୍ୟନ୍ତ କେବଳ ଖେଳରେ ଖେଳରେ ପାଠ ପଢ଼ିବେ ପିଲା ।

ସେହିଭଳି ଶିକ୍ଷକମାନଙ୍କୁ ଟ୍ରେନିଂ ପାଇଁ ନିଷ୍ଠା-2.0 ଯୋଜନାର ଶୁଭାରମ୍ଭ କରିଛନ୍ତି ମୋଦି । ଉତ୍ତମ ଶିକ୍ଷାଦାନ ପାଇଁ NCERT ଦ୍ୱାରା ଦିଆଯିବ ତାଲିମ ।
ପିଲାମାନଙ୍କ ପାଇଁ ସଫଳ ଯୋଜନା ମଧ୍ୟ ଶୁଭାରମ୍ଭ କଲେ ମୋଦି । CBSE ସ୍କୁଲର ତୃତୀୟ, ପଞ୍ଚମ ଓ ଅଷ୍ଟମ ପିଲାଙ୍କ ପାଇଁ ସଫଳ । ପିଲାଙ୍କ ଜ୍ଞାନ ଆହରଣ ପରିମାପକ ଭାବେ କାମ କରିବ ସଫଳ ।