• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ରାମଲୀଲାକୁ ବ୍ୟଙ୍ଗାତ୍ମକ ଭାବେ ମଞ୍ଚସ୍ଥ କରିବା ମହଙ୍ଗା ପଡ଼ିଲା । ବିବାଦରେ ଦିଲ୍ଲୀ ଏମ୍ସର କିଛି ଛାତ୍ର । ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS)ର କିଛି ଛାତ୍ର ରାମଲୀଲାକୁ ବ୍ୟଙ୍ଗାତ୍ମକ ଭାବେ ମଞ୍ଚସ୍ଥ କରି ବର୍ତ୍ତମାନ ବିବାଦରେ ଛନ୍ଦି ହୋଇ ପଡିଛନ୍ତି। ରାମାୟଣର ଚରିତ୍ରମାନଙ୍କୁ ପରିହାସ କରିବା ତଥା ଅଭଦ୍ରତା କରିଥିବା ଅଭିଯୋଗ ହୋଇଛି ।  ହିନ୍ଦୁ ମାନଙ୍କ ଧର୍ମୀୟ ଭାବନାକୁ ଆଘତ କରାଯାଇଥିବା କୁହାଯାଉଛି । ତେବେ ଏ ସମ୍ପର୍କରେ ସୋସିଆଲ ମିଡିଆରେ ସଂପୃକ୍ତ ଛାତ୍ରମାନଙ୍କୁ ସମାଲୋଚନା କରାଯିବା ସହ ଗିରଫ କରାଯାଉ ବୋଲି ଦାବି କରାଯାଉଛି ।

AIIMSର କିଛି ଛାତ୍ରଙ୍କ ଦ୍ୱାରା ରାମଲୀଲା ପରିବେଷଣ କରାଯାଇଥିଲା । ଆଉ ସେହି ସମୟରେ ଷ୍ଟେଜର କିଛି ଭିଡିଓ କ୍ଲିପ୍ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ତେବେ ଏହା ଉପରେ ଏମ୍ସ ଛାତ୍ର ସଂଘ ପକ୍ଷରୁ ରବିବାର ଏକ ବିବୃତ୍ତି ଜାରି ହୋଇଛି । ଛାତ୍ରମାନଙ୍କ ପକ୍ଷରୁ ପରିବେଷଣ ହୋଇଥିବା ନାଟକ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ଏହାସହ ଲୋକଙ୍କ ଭାବନାକୁ ଆଘାତ ଦେଇଥିବାରୁ ଭୁଲ ମାଗିଛନ୍ତି ।  ଭବିଷ୍ୟତରେ ଏପରି କୌଣସି ଭୁଲ ହେବ ନାହିଁ ମଧ୍ୟ କହିଛନ୍ତି ।

ରାମଲୀଲା ନାଟକରେ ରାମ-ଲକ୍ଷ୍ମଣ ଏବଂ ସ୍ରୁପଣଖା ସଂଳାପର ଏହି ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ଲୋକମାନେ ରାଗି ଯାଇଛନ୍ତି । ଏହା ପରେ #ArrestAIIMSCulprits ଏବଂ #AntiHinduUnacademy ପରି ହ୍ୟାସ ଟ୍ୟାଗ ଗୁଡ଼ିକ ଆଜି ଦିନସାରା ଟ୍ୱିଟରରେ ଟ୍ରେଣ୍ଡ ହେଉଛି । ଆଫତାବ ନାମକ ଜଣେ ଛାତ୍ରଙ୍କ ଦ୍ୱାରା ରାମଲୀଲା ମଞ୍ଚସ୍ଥ ହୋଇଥିବା କୁହାଯାଉଛି । ସେ ଜାଣିଶୁଣି ଚତୁରତାର ସହ ହିନ୍ଦୁ ଧର୍ମକୁ ଅପମାନିତ କରିଛନ୍ତି ବୋଲି ଅଭିଯୋଗ ହେଉଛି ।

ତେବେ ଏହି ଭିଡିଓ ଦେଖିବା ପରେ ନୈନା ସୁବା ନାମକ ଜଣେ ୟୁଜର ଟ୍ୱିଟରରେ ଲେଖିଛନ୍ତି, " ଜାଣିଶୁଣି ହିନ୍ଦୁ ଧର୍ମ ଏବଂ ହିନ୍ଦୁ ଦେବତାମାନଙ୍କୁ ପରିହାସ କରାଯାଇଛି । ହିନ୍ଦୁମାନଙ୍କୁ ଟାର୍ଗେଟ କରିବା ସହଜ ବୋଲି ବୋଧହୁଏ ଆପଣ ଭାବୁଛନ୍ତି କି? ଆଉ ନୁହେଁ! ବହୁତ ହୋଇଗଲା, ଏହାକୁ ବର୍ତ୍ତମାନ ବନ୍ଦ କର! '' ବୋଲି ସେ ଲେଖିଛନ୍ତି ।