• translate
Minati Mishra

News Highlights

  • ଅଜଣା ଜ୍ୱରକୁ ନେଇ ଲୋକେ ଭୟଭୀତ

  • ଜାଣିପାରୁନି ସ୍ୱାସ୍ଥ୍ୟ ବିଭାଗ

  • ଅନେକ ଶିଶୁ ଓ ବଡ ମଣିଷ ବି ଜ୍ୱରରେ ଆକ୍ରାନ୍ତ

ଚଣ୍ଡୀଗଡ଼: କୋଭିଡକୁ ନେଇ ଭୟ କମିନି। ତୃତୀୟ ଲହରରେ ପିଲାଙ୍କ ପ୍ରତି ବିପଦ ରହିଥିବା ସ୍ୱାସ୍ଥ୍ୟ ବିଭାଗ ସତର୍କ କରିଛି। ଏସବୁ ଭିତରେ  ହରିଆନା ହଥୀନ ବିଧାନସଭା ଅଧୀନସ୍ଥ ଏକ ଗାଁ ଚିଲ୍ଲୀରେ ବ୍ୟାପିଛି ରହସ୍ୟମୟ ଜ୍ୱର।  ଏହି ଜ୍ୱରରେ ଚାଲି ଯାଉଛି ଶିଶୁଙ୍କ ଜୀବନ।  ଏହି ଅଜଣା ଜ୍ୱର ପ୍ରଭାବରେ ୧୦ ଦିନରେ ୮ ଜଣ ଶିଶୁଙ୍କ ଜୀବନ ଗଲାଣି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହା ଡେଙ୍ଗୁ ଜ୍ୱର। ହେଲେ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଅସ୍ୱୀକାର କରିଛି। ଏହା ଡେଙ୍ଗୁ ଜନିତ ବର୍ଷା ନୁହେଁ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। 

ଏହି ଘଟଣା ପରେ ସ୍ୱାସ୍ଥ୍ୟକର୍ମୀମାନେ ଘର ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି। ଏଥସହିତ ଗାଁକୁ ସାନିଟାଇଜ କରିବା ସହ ଟିଫା ମେଶିନ, ବ୍ଲିଚିଂ ପରିସ୍କାର ପରିଚ୍ଛନ୍ନ କରୁଛନ୍ତି। ଏଥି ସହିତ ଏହା ଡେଙ୍ଗୁ କି ମାଲେରିଆ ସେ ନେଇ ତଦନ୍ତ ଜାରି ରଖିଛନ୍ତି। କୋଭିଡ ଟେଷ୍ଟ ମଧ୍ୟ କରୁଛନ୍ତି। ଗ୍ରାମର ଅଧିକାଂଶ ଲୋକଙ୍କ ନମୂନା ନିଆଯାଇଛି। ୟ

ଅଜଣା ଜ୍ୱରରେ ଗ୍ରାମର ପ୍ରାୟ ୧ ଡର୍ଜନରୁ ଅଧିକ ଶିଶୁଙ୍କ ଅବସ୍ଥା ଜ୍ୱରରେ ଗୁରୁତର ଥିବା ଜଣାଯାଇଛି।  ସେମାନଙ୍କୁ ବଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହି ଜ୍ୱର ଦ୍ରୁତ ଗତିରେ ବ୍ୟାପୁଛି। ପିଲାମାନଙ୍କ ବ୍ୟତୀତ ବଡମାନେ ବି ଜ୍ୱରରେ ଆକ୍ରାନ୍ତ ହେଉଛନ୍ତି। ଗତ କିଛି ଦିନ ହେଲା ଗ୍ରାମରେ ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। 

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଜ୍ୱର ହେଲେ ପେଟ୍‌ଲେଟ୍‌ କମି ଯାଉଛି। ରିକଭରି ହୋଇ ନ ପାରିବା କାରଣରୁ ମୃତ୍ୟୁ ଘଟୁଛି। ତେବେ ଏପରି ଲକ୍ଷଣ ସାଧାରଣତଃ ଡେଙ୍ଗୁରେ ଦେଖା ଦେଇଥାଏ। ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଠିକ୍‌ ସମୟରେ ଆସିଥିଲେ ହୁଏତ ପିଲାଙ୍କ ମୃତ୍ୟୁକୁ ଏଡାଇ ଦିଆଯାଇ ପାରିଥାନ୍ତା ‍ବୋଲି ଗ୍ରାମବାସୀ କହିଛନ୍ତି। 

ଏଠି କହିରଖିବୁ, ୪ ହଜାର ଲୋକସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ସ୍ୱାସ୍ଥ୍ୟକେନ୍ଦ୍ର ନାହିଁ। ସ୍ୱାସ୍ଥ୍ୟକର୍ମୀ ବର୍ଷ ବର୍ଷ ଧରି ଗ୍ରାମକୁ ଆସନ୍ତି ନାହିଁ। ଗ୍ରାମସରପଞ୍ଚଙ୍କ କହିବା ଅନୁଯାୟୀ,  ଗୁରୁତରଙ୍କୁ ଛାଡ଼ି ଦେଲେ ୫୦ରୁ ୬୦ ଶିଶୁ ଏବେ ବି ଜ୍ୱରରେ ପୀଡିତ ଅଛନ୍ତି। ସେମାନଙ୍କର ଚିକିତ୍ସା ଚାଲିଛି। 

Other Stories

  • Police officer killed
    National ଆତଙ୍କବାଦୀ ଗୁଳିର ଶୀକାର ହେଲେ ଜାମ୍ମୁ-କାଶ୍ମୀର ପୋଲିସ

    ଆତଙ୍କବାଦୀର ଶୀକାର ହେଲେ ଜାମ୍ମୁ-କାଶ୍ମୀର ପୋଲିସ। ରବିବାର ଜଣେ ପ୍ରୋବେସନାରୀ ସବ୍-ଇନ୍ସପେକ୍ଟରଙ୍କୁ ଜାମ୍ମୁ କାଶ୍ମୀରର ପୁରୁଣା ଶ୍ରୀନଗର ସହରର ଖାନୟାର ଅଞ୍ଚଳରେ ଆତଙ୍କବାଦୀ ଗୁଳି କରି ହତ୍ୟା କରିଛନ୍ତି। ଘଟଣାର ସିସିଟିଭି ଫୁଟେଜ ଅନୁଯାୟୀ ଅର୍ଶୀଦ ଅହମ୍ମଦଙ୍କ...

  • Ritu Singh joins congress
    National ରିତୁ ସିଂହ କଂଗ୍ରେସ ପାଇଁ ସଞ୍ଜୀବନୀ : ପ୍ରିୟଙ୍କାଙ୍କ ନୂଆ ପ୍ଲାନ୍

    ସମାଜବାଦୀ ପାର୍ଟି ପାଇଁ କାର୍ଯ୍ୟ କରୁଥିବା ରିତୁ ସିଂହ ବର୍ତ୍ତମାନ କଂଗ୍ରେସ ଦଳ ପାଇଁ ସଞ୍ଜୀବନୀ ପାଲଟିଛନ୍ତି। ଶନିବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ଉପସ୍ଥିତିରେ ସେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ଶୁଣିବାକୁ ମିଳୁଛି ଯେ...

  • Frog Wedding
    National ବାହାହେଲେ ବେଙ୍ଗ-ବେଙ୍ଗୁଲୀ : ଭୋଜିରେ ହଜାରରୁ ଅଧିକ ଲୋକ

    ଛତିଶଗଡର ରାୟଗଡ ଜିଲ୍ଲାରେ ହୋଇଥିବା ଏକ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ବିବାହ କୌଣସି ମଣିଷର ନୁହେଁ। ଏହା ହେଉଛି ବେଙ୍ଗ ଓ ବେଙ୍ଗୁଲୀ ବିବାହ। ଏହାକୁ ପୁଣୀ ହିନ୍ଦୁ ପରମ୍ପରାର ରୀତିନୀତି ଅନୁସାରେ...

  • Bhupendra Patel
    National ଭୂପେନ୍ଦ୍ର ପଟେଲ୍ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ

    ଗୁଜୁରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ସାମ୍ନାକୁ ଆସିଛି। ଭୂପେନ୍ଦ୍ର ପଟେଲ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ। ରବିବାର ଗାନ୍ଧିନଗରରେ ବିଧାନସଭା ଦଳର ବୈଠକରେ ଭୂପେନ୍ଦ୍ରଙ୍କ ନାମ ସ୍ଥିର କରାଯାଇଛି। ବର୍ତ୍ତମାନ ଭୂପେନ୍ଦ୍ର ଗୁଜୁରାଟର ଘାଟଲୋଦିଆର ବିଧାୟକ ଅଛନ୍ତି। ୨୦୧୭...