• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବେଙ୍ଗାଲୁରୁ : ଜୀବନ ନେଇଗଲା ଦୂଷିତ ପାଣି । ସ୍ୱଚ୍ଛ ପାଣି ପାଇଁ ଡହକବିକଳ ଲୋକେ । କର୍ଣ୍ଣାଟକର ବିଜୟନଗରରେ ଦୂଷିତ ପାଣି ପିଇବା ପରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଅସୁସ୍ଥ ହୋଇପଡିଛନ୍ତି । ତେବେ ମୃତ୍ୟୁ ସମ୍ପର୍କରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ତୁରନ୍ତି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏଇଠି ପ୍ରଶ୍ନ ଉଠୁଛି ଏ ମୃତ୍ୟୁ ପାଇଁ ଦାୟୀ କିଏ ? 

କର୍ଣ୍ଣାଟକର ବିଜୟନଗର ଜିଲ୍ଲାର ମକରବି ଗାଁରେ ଏପରି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏହିଁ ଗାଁରେ ଦୂଷିତ ପାଣି ପିଇ ୬ ଜଣ ଜୀବନ ହାରିଛନ୍ତି । ଏହାସହ ମକରବି ଗାଁର ଅନେକ ଲୋକ ଅସୁସ୍ଥ ଥିବା ଜଣାପଡ଼ିଛି । ଅସୁସ୍ଥଙ୍କୁ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ୬ ଜଣଙ୍କ ମୃତ୍ୟୁ ପରେ ପ୍ରଶାସନକୁ ଦାୟୀ କରି ତାତି ଉଠିଛନ୍ତି ସ୍ଥାନୀୟ ଲୋକେ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ନିଜେ ଘଟଣା ସମ୍ପର୍କରେ ଖବର ନେବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାର ତଦନ୍ତ ପାଇଁ ମୁନିଶ ମୋଦଗିଲଙ୍କୁ ସ୍ୱତନ୍ତ୍ର ନିଯୁକ୍ତ କରାଯାଇଛି । ମୃତକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ତିନି ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ କହିଛନ୍ତି "ଦୁଃଖର ବିଷୟ ଯେ ଦୂଷିତ ପାଣି ବ୍ୟବହାର ଯୋଗୁଁ ଲୋକମାନେ ମୃତ୍ୟୁବରଣ କରିଛନ୍ତି । ଏହା ଏକ ଗମ୍ଭୀର ବିଷୟ ଅଟେ ।

ତେବେ ଏଇଠି ସବୁଠୁ ଦୁଃଖର କଥା ହେଲେ ଆଜି ବି ସ୍ୱଚ୍ଛ ଓ ନିର୍ମଳ ପାଣି ଟିକେ ପାଉ ପାରୁନଥିବା ଲୋକେ । ପାଣି ପାଇଁ ମଧ୍ୟ ଲୋକଙ୍କ ଜୀବନ ଚାଲିଯାଉଛି । ଜଳ ହିଁ ଜୀବନ କୁହାଯାଉଛି, କିନ୍ତୁ ସରକାର ଯଦି ପାଣି ଟୋପାଏ ଯୋଗାଇ ପାରୁନାହାନ୍ତି, ତେବେ ଅନ୍ୟାନ୍ୟ ସୁବିଧାସୁଯୋଗର ପ୍ରଶ୍ନ କେଉଁଠୁ ଉଠୁଛି ।