• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ରାଜ୍ୟର ଚାଷୀଙ୍କୁ ବଡ ଉପହାର ଦେଇଛନ୍ତି ପଞ୍ଜାବର କ୍ୟାପଟେନ ଅମରିନ୍ଦର ସିଂ ସରକାର

  • କୃଷି ଋଣ ଛାଡ ଯୋଜନା ଅନ୍ତର୍ଗତ ଶ୍ରମିକ, ଭୂମିହୀନ କୃଷକଙ୍କଙ୍କ ଋଣ ଛାଡ କରିବାକୁ ଘୋଷଣା

  • ଅନୁସୂଚିତ ଜାତି ଏବଂ ପଛୁଆ ବର୍ଗ ପାଇଁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ମଧ୍ୟ  ଛାଡ  

ଚଣ୍ଡୀଗଡ଼ : କଥା ରଖିଲେ ସରକାର । କରୋନାର ସଙ୍କଟ ସମୟରେ ଦେଶର ମେରୁଦଣ୍ଡ କୃଷକଙ୍କୁ ବଡ଼ ଉପହାର ଦେଲେ ପଞ୍ଜାବ ସରକାର । ଗତକାଲି ଅମରିନ୍ଦର ସିଂ ’କୃଷି ଋଣ ଛାଡ ଯୋଜନ” ଅଧୀନରେ ୫୯୦ କୋଟି ଶ୍ରମିକ ଏବଂ ଭୂମିହୀନ ଚାଷୀଙ୍କ ଋଣ ଛାଡ ଘୋଷଣା କରିଛନ୍ତି । ମଙ୍ଗଳବାର ଏକ ଉଚ୍ଚସ୍ତରୀରେ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ସରକାରୀ ମୁଖପାତ୍ର କହିଛନ୍ତି, ଅଗଷ୍ଟ ୨୦ରେ ରାଜ୍ୟ ସ୍ତରୀୟ ସମାରୋହରେ ଘୋଷଣା ଅନୁଯାୟୀ ଚେକ୍ ଜାରି କରାଯିବ ।

ପଞ୍ଜାବ ସରକାର ପ୍ରାଥମିକ ସମବାୟ ସମିତିର ୨,୮୫,୩୨୫ କୃଷକଙ୍କ ୫୯୦କୋଟି ଋଣ ଛାଡ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ସମସ୍ତଙ୍କୁ ୨୦, ୦୦୦ ଲଖାଏଁ ସହାୟତା ମିଳିବ । ଏହି ନିଷ୍ପତ୍ତିକୁ ଗ୍ରାଉଣ୍ଡ ଜିରୋ ସ୍ତରରେ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ତୁରନ୍ତ କାମ ଆରମ୍ଭ କରିବାକୁ ଅର୍ଥ ଏବଂ ସହଯୋଗ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ 'ଋଣ ଛାଡ ଯୋଜନା' ଅନ୍ତର୍ଗତ ଚାଷୀଙ୍କ ହିତ ଦୃଷ୍ଟିରୁ ଏହି ଘୋଷଣା କରାଯାଇଛି । ଏହି ଯୋଜନା ଅଧୀନରେ ଏବେ ସୁଦ୍ଧା ୫.୬୪ ଲକ୍ଷ ଚାଷୀଙ୍କ ୪,୬୨୪ କୋଟି ଟଙ୍କାର ଋଣ ଛାଡ କରାଯାଇଛି । ୨୦୧୭ରେ କଂଗ୍ରେସର ନିର୍ବାଚନ ପ୍ରତିଶୃତି ଥିଲା 'ଋଣ ଛାଡ ଯୋଜନା' । ଏଥିସହ ଅନୁସୂଚିତ ଜାତି ଏବଂ ପଛୁଆ ବର୍ଗଙ୍କ ପାଇଁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରାଯାଇଛି ।

ପଞ୍ଜାବ କୃଷି ସମବାୟ ସମିତି -୨୦୧୯ ଅଧୀନରେ କୃଷି ଶ୍ରମିକ ଏବଂ ଭୂମିହୀନଙ୍କ ପାଇଁ ପଞ୍ଜାବ ସରକାର ଏକ ଋଣ ଛାଡ ଯୋଜନା ପ୍ରସ୍ତୁତ କରିଥିଲେ । ଆଉ ଏହି ଯୋଜନା ଅଧୀନରେ ପଞ୍ଜାବ କୃଷି ସମବାୟ ସମିତି ମାଧ୍ୟମରେ ରାଜ୍ୟର ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ଚାଷୀଙ୍କୁ ରିହାତି ପ୍ରଦାନ କରୁଛି ।