• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋଲକାତା : ଶବ ଧରି ଶ୍ମଶାନ ଯାଉଥିଲେ, ଶବ ହୋଇ ଫେରିଲେ ।  କାଳ ହେଲା ଘନ କୁହୁଡ଼ି । ଅକାଳରେ ଚାଲିଗଲା ଜୀବନ । ଶନିବାର ରାତିରେ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୮ଜଣ ପ୍ରାଣ ହରାଇଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାର ପରେ ପୋଲିସ ଘଟଣାସ୍ଥଳାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଶନିବାର ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପଶ୍ଚିମବଙ୍ଗର ନଦିଆର ହନ୍ସଖାଲି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ୨୦ରୁ ଅଧିକ ଲୋକ ଉତ୍ତର ୨୪ ପରଗଣାର ବାଗଦାରୁ ଠାରୁ ଏକ ମିନି ଭ୍ୟାନରେ ନବଦୀପ ଶ୍ମଶାନ ଅଭିମୁଖେ ଯାଉଥିଲେ । ଏବଂ ହନ୍ସଖାଲି ପୋଲିସ ଷ୍ଟେସନ ପରିସର ଫୁଲବାରି ଅଞ୍ଚଳରେ ରାସ୍ତା ପାର୍ଶ୍ୱରେ ଅଟକି ଥିବା ଏକ ଟ୍ରକ ସହିତ ମାଟାଡୋର ମୁହାଁମୁହିଁ ଧକ୍କା ହୋଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୧୮ ଜଣଙ୍କର ଜୀବନ ଚାଲିଗଲା ଏବଂ ପାଞ୍ଚ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କର ଚିକିତ୍ସା ଚାଲିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଘନ କୁହୁଡି ଏବଂ ଦ୍ରୁତ ଗତି ଯୋଗୁଁ ଏହି ଦୁର୍ଘଟଣା ହୋଇଛି। ନଦିଆ ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।