• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ISKP ରେ ୧୩ କେରଳୀ ।

  • ୨୦୧୪ରେ ଭାରତ ଛାଡ଼ି ଆତଙ୍କବାଦୀଙ୍କ ସହ ଯାଇଥିଲେ ।

  • ଆଫ୍‌ଗାନିସ୍ତାନ ସୀମାରେ ରହୁଥିଲେ ।

ନୂଆଦିଲ୍ଲୀ: ଆଫଗାନିସ୍ତାନ ରାଜଧାନୀ କାବୁଲ ବିମାନବନ୍ଦର ବାହାରେ ହୋଇଥିଲା ସିରିଜ୍‌ ବୋମା ବିସ୍ଫୋରଣ । ଏଥିପାଇଁ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ଅଫ୍ ଖୋରାସାନ୍ ପ୍ରୋବିଂସ (ISKP) ନିଜକୁ ଦାୟୀ କରିଛି । ଏହି ଆତ୍ମଘାତୀ ବିସ୍ଫୋରଣରେ ଆମେରିକାର ୧୩ ସୈନ୍ୟଙ୍କ ସମେତ ୨୦୦ରୁ ଅଧିକ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି ।

ତେବେ ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯେ, ଏଥିରେ କେରଳର ୧୪ ଜଣ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି । ଏହି ଆତଙ୍କବାଦୀ ସଂଗଠନରେ କେରଳର ଏହି ବ୍ୟକ୍ତିମାନେ ସାମିଲ ଅଛନ୍ତି । କୁହାଯାଉଛି ଯେ ସେମାନଙ୍କୁ ତାଲିବାନ ବଗରାମ ଜେଲରୁ ମୁକ୍ତ କରିଥିଲା । ଏହା ବ୍ୟତୀତ ତୁର୍କମେନିସ୍ତାନ ଦୂତାବାସ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ଦୁଇ ପାକିସ୍ତାନୀଙ୍କୁ ମଧ୍ୟ ହେଫାଜତରେ ନିଆଯାଇଥିବା ଜଣାପଡ଼ିଛି ।

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, କେରଳର ୧୪ଜଣ ବାସିନ୍ଦା ଆଫଗାନିସ୍ତାନରେ ISKP ଆତଙ୍କୀ ସଂଗଠ ସହ ସାମିଲ ହୋଇଛନ୍ତି । ଏହା ମଧ୍ୟ କୁହାଯାଉଛି ଯେ, ଏହି ୧୪ ଜଣ କେରଳବାସୀଙ୍କ ମଧ୍ୟରୁ ଜଣେ ନିଜ ଘର ସହିତ ଯୋଗାଯୋଗ କରିଥିଲା । କିନ୍ତୁ ଅନ୍ୟ ୧୩ ଜଣଙ୍କର ଏବେ ସୁଦ୍ଧା କୌଣସି ସୂଚନା ନାହିଁ ।

୨୦୧୪ରେ ନିଜକୁ IS କହୁଥିବା ଆତଙ୍କୀ ସଂଗଠନ ମୋସୁଲ କବ୍‌ଜା କରିବା ପରେ ମଲପୁରମ, କାସରାଗୋଡ ଏବଂ କନ୍ନୁର ଜିଲ୍ଲାରୁ କିଛି ଲୋକ ଜିହାଦି ମାନଙ୍କ ସହ ସାମିଲ ହେବା ପାଇଁ ଭାରତ ଛାଡ଼ି ଚାଲିଯାଇଥିଲେ । ସେମାନଙ୍କ ମଧ୍ୟରୁ କିଛି ପରିବାର ଆଫ୍‌ଗାନିସ୍ତାନର ନଙ୍ଗରହାରରେ ବସବାସ କରୁଥିଲେ । ISKP ସୂତ୍ରରୁ ଏନେଇ ସୂଚନା ମିଳିଛି ।

ରିପୋର୍ଟ ଅନୁଯାୟୀ, ତାଲିବାନ ଏବଂ ଏହାର ସହଯୋଗୀମାନେ ଏହି କଟ୍ଟର ପନ୍ଥୀ କେରଳବାସୀଙ୍କୁ ବ୍ୟବହାର କରି ଭାରତର ଭାବମୂର୍ତ୍ତି କ୍ଷୂର୍ଣ୍ଣ କରିବାକୁ ଚେଷ୍ଟା କରିବେ । କିନ୍ତୁ ତାଲିବାନ ଏପର୍ଯ୍ୟନ୍ତ ଏନେଇ ନିରବ ରହିଆସିଛି । ଗୁପ୍ତଚର ରିପୋର୍ଟରୁ ଜଣାପଡିଛି ଯେ ୨୬ଅଗଷ୍ଟରେ କାବୁଲ ବିମାନବନ୍ଦରରେ ବିସ୍ଫୋରଣ ପରେ ହିଁ ଏହି ପାକିସ୍ତାନୀ ନାଗରିକଙ୍କଠାରୁ IED ଜବତ କରାଯାଇଥିଲା।

ଆଫଗାନିସ୍ତାନରୁ ଆସିଥିବା ରିପୋର୍ଟ ଅନୁସାରେ କାବୁଲ ଏବେ ହକ୍କାନୀ ନେଟ୍‌ୱାର୍କ ନିୟନ୍ତ୍ରଣରେ ରହିଛି । ରିପୋର୍ଟ ଅନୁଯାୟୀ, ISKP ପୂର୍ବରୁ ନଙ୍ଗହାର ପ୍ରଦେଶର ହକାନୀ ନେଟୱାର୍କ ସହିତ କାମ କରିଛି ।