• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଟଙ୍କା ପାଇଁ ନିଜେ ନିଜକୁ କିଡ଼୍‌ନାପ୍‌ କଲେ

  • କଟାହାତର ଫଟୋ ଘରକୁ ପଠାଇଲେ

ଭୋପାଳ : ସାମାନ୍ୟ କେତେଟା ଟଙ୍କା ପାଇଁ ଜଣେ ଛାତ୍ର ଏମିତି କାଣ୍ଡ କରିଛନ୍ତି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ଏମିତି ବୁଦ୍ଧି ଏ ଛୋଟ ପିଲା ମୁଣ୍ଡରେ ଆସିଲା କେମିତି? ଟଙ୍କା ପାଇଁ ନିଜକୁ ନିଜେ ଅପହରଣ କରି ଘରକୁ ଟଙ୍କା ପାଇଁ ଫୋନ୍‌ କଲେ ଦଶମ ଶ୍ରେଣୀର ଛାତ୍ର।

ମଧ୍ୟପ୍ରଦେଶର ଇନ୍ଦୋରରେ ଦ୍ୱାଦଶ ଶ୍ରେଣୀର ଛାତ୍ର ନିଜକୁ ଅପହରଣ କରିବାର ଯୋଜନା ପ୍ରସ୍ତୁତ କରିଥିଲେ। ପରିବାର ସଦସ୍ୟଙ୍କଠାରୁ ଟଙ୍କା ଆଦାୟ ପାଇଁ ସେ ଇଣ୍ଟରନେଟରୁ କଟିଯାଇଥିବା ହାତର ଫଟୋ ବାହାର କରି ହ୍ୱାସଆପ୍‌ରେ ଘରକୁ ପଠାଇଥିଲେ।। କେବଳ ଏତିକି ନୁହେଁ, ଯଦି ଟଙ୍କା ନ ପାଆନ୍ତି ତେବେ ହତ୍ୟା କରିବାର ଧମକ ମଧ୍ୟ ଦେଇଥିଲେ। ଆଉ ଏପରି ଖବର ପାଇବା ପରେ ପରିବାର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ହେଲେ ପୋଲିସ ଛାତ୍ରଙ୍କ ପାଖରେ ପହଞ୍ଚିବା ପରେ ସବୁ କଥା ସାମ୍ନାକୁ ଆସିଥିଲା।

ପୋଲିସ କହିଛି ଯେ, ଇନ୍ଦୋରର ବେଟମା ସହରର ଦ୍ୱାଦଶ ଶ୍ରେଣୀର ଛାତ୍ର ଦେବେନ୍ଦ୍ର ଚୌହ୍ୱାନ ସୋମବାର ସ୍କୁଲ ଯାଇ ଫଳାଫଳ ଏବଂ ଟିସି ଆଣିଥିଲେ। ଟିସି ନେବା ପରେ ସେ ଜୟପୁର ଯିବାକୁ ଚାହୁଁଥିଲେ। ତେଣୁ ସେ ନିଜକୁ ଅପହରଣ କରିବାକୁ ଷଡଯନ୍ତ୍ର କରିଥିଲେ। ଛାତ୍ର ଜଣକ ପରିବାର ସଦସ୍ୟଙ୍କୁ କହିଥିଲେ ଯେ କେହି ତାଙ୍କୁ ଅପହରଣ କରି ନେଇଛନ୍ତି। ସେ ଇଣ୍ଟରନେଟରୁ କଟା ହାତର ଫଟୋ ବାହାର କରି ପରିବାର ସଦସ୍ୟଙ୍କ ଦେଇଥିଲେ।

ତେବେ ପରିବାର ସଦସ୍ୟଙ୍କୁ ସେ କହିଥିଲେ ଯେ, ଦୁଷ୍କର୍ମକାରୀମାନେ ତାଙ୍କୁ ଅପହରଣ କରିଛନ୍ତି। ଏହାସହ ସେମାନେ ତାଙ୍କ ହାତ କାଟି ଦେଇଛନ୍ତି, ଯଦି ପରିବାରଲୋକ ୧ ଲକ୍ଷ ଟଙ୍କା ନ ଦିଅନ୍ତି, ତେବେ ସେମାନେ ହତ୍ୟା କରିବେ ବୋଲି କହୁଥିବା ଛାତ୍ର ଜଣକ ପରିବାର ଲୋକଙ୍କୁ କହିଥିଲେ। ଆଉ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପରିବାର ଲୋକ ପୋଲିସକୁ ଜଣାଇଥିଲେ। ଆଉ ପୋଲିସ ମଧ୍ୟ ଏତଲା ଗ୍ରହଣ କରି ସାଙ୍ଗେ ସାଙ୍ଗେ ଛାତ୍ରଙ୍କୁ ଖୋଜିବାରେ ଲାଗିଥିଲା। କେବଳ ଏତିକି ନୁହେଁ ବରଂ ହ୍ୱାଟ୍ସଆପ୍‌କୁ ଟ୍ରାକିଂ କରିଥିଲା ପୋଲିସ।

ଏହା ପରେ ତେଜଜିନଗରରେ ଛାତ୍ର ଜଣକ ଥିବା ପୋଲିସ ଜାଣିବାକୁ ପାଇଥିଲା। ପୋଲିସ ଛାତ୍ରଜଣଙ୍କୁ ଏକ ବସ୍‌ରେ ବସିଥିବାର ଦେଖିଥିଲା। ପଚରାଉଚରା ବେଳେ ପୋଲିସକୁ ସେ କହିଥିଲେ ଯେ, ସେ ସ୍କୁଲରୁ ଟିସି ପାଇବା ପରେ ଘରକୁ ଯିବାକୁ ଚାହୁଁନାହାଁନ୍ତି। ସେ ବସ୍ ଯୋଗେ ଜୟପୁର ଯାଉଥିଲେ। ଛାତ୍ର ଜଣକ ମିଳିବା ନେଇ ପରିବାର ଲୋକଙ୍କୁ ପୋଲିସ ଅବଗତ କରିଥିଲା ଆଉ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ଘରକୁ ନେଇଛି।