• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନାଗପୁର: ବର୍ଷା ପାଣିରେ ଭାସିଗଲା ବସ୍ । ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ନାଗପୁର ଅଂଚଳର ଏହି ଘଟଣା ସ୍ଥାନୀ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ନାନ୍ଦେଡ-ନାଗପୁର ରାସ୍ତାରେ ୬ ଜଣ ଯାତ୍ରୀଙ୍କୁ ନେଇ ଏକ ବସ୍ ଯାଉଥିଲା । ଏହି ୟବତମଲ ନିକଟରେ ଏକ ନାଳରେ ପାଣିର ସ୍ରୋତ ଅଧିକ ଥିଲା । ବସ୍‌ ପାଣିକୁ କାଟି ଆଗକୁ ଯାଉଥିବା ବେଳେ ବା ନାଳ ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇଥିଲା । ଫଳରେ ବସ୍‌ଟି ପାଣିରେ ଭାସି ଯାଇଥିଲା । ଏହି ବସ୍ର ଡ୍ରାଇଭର, କଣ୍ଡକର ଏବଂ ଅନ୍ୟ କିଛି ଯାତ୍ରୀ ଏବେ ସୁଦ୍ଧା ନିଖୋଜ ଥିବା ଜଣାପଡ଼ିଛି । ସେମାନଙ୍କୁ ଖୋଜିବାକୁ ଉଦ୍ଧାର କାଯର୍ୟ ଜାରି ରହିଥିବା କହିଛି ଜିଲ୍ଲା ପ୍ରଶାସନ । ଅନ୍ୟପଟେ ଖବର ପାଇ ଉଦ୍ଧାରକାରୀ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ତେବେ ନାଳରେ ପାଣିର ସ୍ରୋତ ଅଧିକ ଥିବା ବେଳେ କାହିଁକି ରିସ୍କ ନେଇ ବସଟି ଯାଉଥିଲା, ସେନେଇ ଲୋକଙ୍କ ମନରେ ପ୍ରଶ୍ନ ଉପୁଜିଛି । ତେବେ ଏହି ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି ।

ଅନ୍ୟପଟେ, ମହାରାଷ୍ଟ୍ରରେ ଲଗାଣ ବର୍ଷା କାରଣରୁ ଗୋଦାବରୀ ନଦୀର ବଢୁଛି ଜଳସ୍ତର । ନାସିକରେ ଫୁଲୁଛି ଗୋଦାବରୀ ନଦୀ । ବିଭିନ୍ନ ଅଂଚଳରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ବାତ୍ୟା ଗୁଲାବ ପ୍ରବାବରେ ନାସିକ ଅଂଚଳରେ ଏହି ବର୍ଷା ଲାଗି ରହିଛି । ପ୍ରବଳ ବର୍ଷାରୁ ତଳିଆ ଅଂଚଳ ଜଳମଗ୍ନ ହୋଇଛି । କିଛି ସ୍ଥାନରେ ରାସ୍ତାଘାଟ ବୁଡି ଯାଇଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । 

ସେହିପରି ମହାରାଷ୍ଟ୍ର ଔରଙ୍ଗାବାଦ ଅଂଚଳରେ ମଧ୍ୟ ପ୍ରବଳ ବର୍ଷା ହୋଇଥିବା ଜଣାପଡିଛି । ଅନେକ ଅଂଚଳ ଜଳମଗ୍ନ ହୋଇ ପଡିଛି । ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି । ଆଜି ମହାରାଷ୍ଟ୍ରର ଧୁଲେ, ପାଲଘର, ଠାଣେ, ମୁମ୍ବାଇ, ରାଇଗଡ, ନାସିକ, ଅହମ୍ମଦନଗର, ପୁଣେ ଏବଂ ସତାରା ଜିଲ୍ଲାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।