• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସାରା ବିଶ୍ୱରେ ସମସ୍ତେ ସୁରକ୍ଷିତ ନ ହେବା ପର୍ଯ୍ୟନ୍ତ କେହି ସୁରକ୍ଷିତ ନୁହନ୍ତି ।

  • ଆତଙ୍କବାଦ ପ୍ରସଙ୍ଗରେ ଏହା କହିଛନ୍ତି, ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ।

ନୂଆଦିଲ୍ଲୀ: ସାରା ବିଶ୍ୱରେ ସମସ୍ତେ ସୁରକ୍ଷିତ ନ ହେବା ପର୍ଯ୍ୟନ୍ତ କେହି ସୁରକ୍ଷିତ ନୁହନ୍ତି । ଆତଙ୍କବାଦ ପ୍ରସଙ୍ଗରେ ଏହା କହିଛନ୍ତି, ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଆତଙ୍କବାଦକୁ ନେଇ ସେ କହିଛନ୍ତି, ଭାରତ ବହୁ ବର୍ଷ ହେଲା ଆତଙ୍କବାଦର ସମ୍ମୁଖୀନ ହୋଇ ଆସୁଛି ।

୨୦୦୮ର ମୁମ୍ବାଇ ଆକ୍ରମଣ ହେଉ କି ୨୦୧୬ର ପଠାନ କୋର୍ଟ ଆକ୍ରମଣ ବା ୨୦୧୯ର ପୁଲଓ୍ୱାମା ଆକ୍ରମଣ । ଭାରତ ସବୁବେଳେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହି ଆସିଛି । ତଥାପି ଏହାର ମୁକାବିଲାରେ ନୂଆଦିଲ୍ଲୀ କୌଣସି ସାଲିସ କରିନାହିଁ । ଆତଙ୍କବାଦ ସାରା ବିଶ୍ୱର ଶାନ୍ତି ଓ ସୁରକ୍ଷା ପ୍ରତି ବିପଦ । ମିଳିତ ଜାତିସଂଘର ନେତୃତ୍ୱରେ ଏହାର ମୁକାବିଲା ପାଇଁ ଭାରତ ସବୁବେଳେ ପ୍ରସ୍ତୁତ ବୋଲି କହିଛନ୍ତି ଏସ୍ ଜୟଶଙ୍କର ।

ପରୋକ୍ଷରେ ପାକିସ୍ତାନକୁ କଟାକ୍ଷ କରି ସେ କହିଛନ୍ତି, ହକାନି ନେଟଓ୍ୱର୍କର କାର୍ଯ୍ୟକଳାପ ପଦାରେ ପଡ଼ିଛି । କେତେକ ଦେଶର ପ୍ରଚ୍ଛନ୍ନ ସହାୟତାରେ ଭାରତ ଓ ଆଫଗାନିସ୍ତାନରେ ଜୈଶ୍ ଏ ମହମ୍ମଦ ଓ ଲସ୍କଇ ଇ ତୋଇବାର ଗତିବିଧି ଚାଲିଛି । ଆଫଗାନିସ୍ତାନରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ତାହା ଆଞ୍ଚଳିକ ସ୍ତରରେ ତଥା ସାରା ବିଶ୍ୱର ଶାନ୍ତି ଓ ସୁରକ୍ଷା ପାଇଁ ବିପଦ । ତେଣୁ ସାରା ଆତଙ୍କବାଦ ବିରୋଧରେ ଏକାଠି ହେବାକୁ ସବୁ ଦେଶକୁ ଆହ୍ୱାନ ଦେଇଛନ୍ତି ଜୟଶଙ୍କର । ଏହା ସହିତ କଂପ୍ରେହେନ୍‌ସିଭ କନ୍‌ଭେନ୍‌ସନ ଅନ୍ ଇଣ୍ଟରନ୍ୟାସନାଲ ଟେରୋରିଜମ୍‌କୁ ଗ୍ରହଣ କରିବାକୁ ସବୁ ଦେଶକୁ ସେ ଆହ୍ୱାନ ଦେଇଛନ୍ତି ।

ତେବେ ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଗୋଟିଏ ପରେ ଗୋଟିଏ ଦେହଥରା ଦୃଶ୍ୟ ସାମ୍ନାକୁ ଆସିବାରେ ଲାଗିଛି । ତାଲିବାନୀ ଭୟରେ ହଜାର ହଜାର ଲୋକ ଆଫଗାନ ଛାଡ଼ିବାକୁ କାବୁଲ ଏୟାରପୋର୍ଟରେ ଭିଡ଼ ଜମାଇଛନ୍ତି । ଏସବୁ ଭିତରେ ବିଚଳିତ କରିବା ଭଳି ଭିଡିଓ ସାମ୍ନାକୁ ଆସିଛି । ନିଜ ଛୁଆର ଜୀବନ ବଞ୍ଚାଇବାକୁ ବାପା ମା’ ମାନେ ସେନା ଆଗରେ ନେହୁରା ହେବାରେ ଲାଗିଛନ୍ତି । କାବୁଲ ଏୟାରପୋର୍ଟରେ ତାର ଜାଲି ଓ ପାଚେରୀର ଗୋଟିଏ ପଟେ ହଜାର ହଜାର ଲୋକ ରହିଥିବା ବେଳେ ଅନ୍ୟପଟେ ସେନାର ଯବାନମାନେ ରହିଛନ୍ତି । ନିଜ ଛୁଆର ଜୀବନ ବଞ୍ଚାଇବାକୁ ମା’ବାପା କେମିତି ଉକ୍ତ ତାର ବାଡ଼ ଓ ପାଚେରୀ ଆରପଟୁ ରହି ଛୁଆମାନଙ୍କୁ ସେନା ଯବାନଙ୍କ ଉପରକୁ ଫିଙ୍ଗି ଦେଉଛନ୍ତି, ତା’ର ଦୃଶ୍ୟ ସାରା ବିଶ୍ୱ ସାମ୍ନାକୁ ଆସିଛି ।