• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ନୂଆଦିଲ୍ଲୀରେ ଗତବର୍ଷ ଆୟୋଜିତ ହୋଇଥିଲା ତବଲିଗି ଜମାତ ।

  • ୱେବ୍ ପୋର୍ଟାଲରେ ସମ୍ବାଦ ପରିବେଷଣ ଶୈଳୀକୁ ସୁପ୍ରିମକୋର୍ଟଙ୍କ ତୀବ୍ର ସମାଲୋଚନା ।

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଗତବର୍ଷ ଆୟୋଜିତ ହୋଇଥିଲା ତବଲିଗି ଜମାତ । ଆଉ ଏଥିପାଇଁ କରୋନା ସଂକ୍ରମଣ ବୃଦ୍ଧି ପାଇଥିଲା ବୋଲି ଏକ ମାମଲାର ଶୁଣାଣି ବେଳେ ୱେବ୍ ପୋର୍ଟାଲରେ ସମ୍ବାଦ ପରିବେଷଣ ଶୈଳୀକୁ ତୀବ୍ର ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ଯେ, ୱେବ୍‌ ପୋର୍ଟାଲଗୁଡ଼ିକ ମନଇଛା କାମ କରୁଛନ୍ତି । ସେ କେବଳ କିଛି ପ୍ରଭାବଶାଳୀ ଲୋକଙ୍କ କଥା ଶୁଣନ୍ତି ଓ ତାଙ୍କ ଇସାରାରେ କାମ କରନ୍ତି ।

ୱେବ୍ ପୋର୍ଟାଲଗୁଡ଼ିକ ଏପରିକି ବିଚାରପତି ଓ ସଂସ୍ଥା ବିରୋଧରେ ମଧ୍ୟ ମନଇଛା ଲେଖି ଖବର ପରିବେଷଣ କରୁଛନ୍ତି ବୋଲି କୋର୍ଟ କହିଛନ୍ତି । ଗତବର୍ଷ ତବଲିଗି ଜମାତ ଯୋଗୁଁ କରୋନା ବ୍ୟାପିଲା ବୋଲି ଗଣମାଧ୍ୟମରେ ମନଇଛା ଖବର ପରିବେଷଣ କରାଗଲା । ଏପରିକି କିଛି ୱେବ୍ ପୋର୍ଟାଲ ସାଂପ୍ରଦାୟିକ ରଙ୍ଗ ଦେଇ ଖବର ପରିବେଷଣ କଲେ । ଏହାଦ୍ୱାରା ଦେଶ ବଦନାମ ହେବାର ଆଶଙ୍କା ଥିଲା ବୋଲି କୋର୍ଟ କହିଛନ୍ତି ।

ୟୁଟ୍ୟୁବ୍‌, ଫେସବୁକ୍ ଓ ଟ୍ୱିଟରକୁ ବ୍ୟବହାର କରି ୱେବ ପୋର୍ଟାଲଗୁଡ଼ିକ ଲଗାମଛଡ଼ା ହୋଇ ଖବର ପରିବେଷଣ କରୁଛନ୍ତି । ସେମାନଙ୍କର କୌଣସି ଉତ୍ତରଦାୟିତ୍ୱ ରହୁନାହିଁ ବୋଲି କୋର୍ଟ କହିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଏନ୍.ଭି. ରମନ୍ନା ଏହି ମାମଲାର ଶୁଣାଣି କରି କହିଛନ୍ତି, ଆମ ଦେଶର ସବୁଠାରୁ ବଡ଼ ସମସ୍ୟା ହେଉଛି ଯେ, କିଛି ଗଣମାଧ୍ୟମରେ ଦେଶର ଘଟଣାକୁ ସାଂପ୍ରଦାୟିକ ରୂପ ଦେଇ ପରିବେଷଣ କରାଯାଉଛି । ଏହାସହ ୱେବ ପୋର୍ଟାଲ, ଟିଭି ଚ୍ୟାନେଲ ଉପରେ ସରକାରଙ୍କ ନିୟନ୍ତ୍ରଣ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।

ଶୁଣାଣିବେଳେ ସରକାରଙ୍କ ପକ୍ଷ ରଖୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ଖାଲି ସାଂପ୍ରଦାୟିକ ରୂପ ଦିଆଯାଉନାହିଁ ବରଂ କିଛି ମିଡିଆ ସଂପୂର୍ଣ୍ଣ ମିଛ ଖବର ମନଇଛା ପରିବେଷଣ କରୁଛନ୍ତି ।