• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପେଗାସସ୍ ଗୁଇନ୍ଦାଗିରି ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ ।

  • ରାଜନେତା, ସାମ୍ବାଦିକ ଓ ଅନ୍ୟମାନଙ୍କ ସଂପର୍କରେ ଗୁଇନ୍ଦାଗିରି ଅଭିଯୋଗ ।

  • ସତ ହୋଇଥିଲେ ସାଂଘାତିକ କହିଲେ ସୁପ୍ରିମକୋର୍ଟ  ।

ପେଗାସସ୍ ଗୁଇନ୍ଦାଗିରି ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ରାଜନେତା, ସାମ୍ବାଦିକ ଓ ଅନ୍ୟମାନଙ୍କ ସଂପର୍କରେ ଗୁଇନ୍ଦାଗିରି କରାଯାଉଥିବା ନେଇ ଖବରକାଗଜରେ ପ୍ରକାଶିତ ତଥ୍ୟ ଯଦି ସତ ହୋଇଥାଏ, ତା ହେଲେ ଘଟଣାଟି ସାଂଘାତିକ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସ୍ୱତନ୍ତ୍ର ତଦନ୍ତ ଦାବି ନେଇ ହୋଇଥିବା ଅନେକ ଗୁଡ଼ିଏ ଆବେଦନର ଶୁଣାଣି କରି କୋର୍ଟ ଏହା କହିଛନ୍ତି ।

କୋର୍ଟରେ ଦାଖଲ କରିଥିବା ଆବେଦନ କପି କେନ୍ଦ୍ର ସରକାରଙ୍କୁ ଦେବା ଲାଗି ପ୍ରଧାନ ବିଚାରପତି ଜଷ୍ଟିସ ଏନ୍. ଭି. ରମନ୍ନାଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଆବେଦନକାରୀଙ୍କୁ କହିଛନ୍ତି । ଆସନ୍ତା ମଙ୍ଗଲବାର ଏହାର ପରବର୍ତ୍ତୀ ଶୁଣାଣି ହେବ । କୋର୍ଟ ସୂଚନା ଦେଇଛନ୍ତି ଶୁଣାଣି ବେଳେ କେନ୍ଦ୍ର ସରକାର ଉପସ୍ଥିତ ରହିବାକୁ କୋର୍ଟ କହିଛନ୍ତି ।

ଦୁଇ ଦିନ ପୂର୍ବରୁ ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ପିଟିସନ ଦାଖଲ କରଛିି । ପେଗାସସ୍ ସ୍ପାଏଓୟାର ଦ୍ୱାରା ଗୁଇନ୍ଦାଗିରି ହୋଇଥିବା ନମ୍ବର ଓ ଯେଉଁମାନେ ଶିକାର ହୋଇଛନ୍ତି ସେମାନଙ୍କର ବିସ୍ତୃତ ବିବରଣୀ ଆଣିବା ଲାଗି ଏଡିଟର୍ସ ଗିଲ୍ଡ ଏଥିରେ ଆବେଦନ କରିଛି । ଏହା ବ୍ୟତୀତ ସିପିଏମ୍ ସାଂସଦ ଜନ୍ ବ୍ରିଟାସ ଓ ଜଣେ ଆଇନଜୀବୀ ଏମ୍, ଏଲ୍. ଶର୍ମା ଦୁଇଟି ଆବେଦନ କରିଛନ୍ତି ।