• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ନିଆଳି: ଗାଧୋଉ ଥିବାବେଳେ ପୋଖରୀରେ ବୁଡ଼ି ଜଣେ ମହିଳା ଓ ତାଙ୍କ ୭ ବର୍ଷର ପୁଅ ମୃତ୍ୟୁ ଘଟିଛି। ଆଜି ସକାଳେ କଟକ ନିଆଳି ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ରୀତା ମିଶ୍ର ଓ ତାଙ୍କ ୭ ବର୍ଷର ପୁଅ। 

ସୂଚନା ଅନୁସାରେ, ରୀତା ତାଙ୍କ ବାପ ଘରକୁ ବୁଲିବାକୁ ଆସିଥିଲେ। ଆଜି ସକାଳେ କୃଷ୍ଣପ୍ରସାଦ ପଞ୍ଚାୟତ ଅଫିସ ସାମ୍ନାରେ ଥିବା ଏକ ପୋଖରୀରେ ରୀତା ଓ ତାଙ୍କ ୭ ବର୍ଷର ପୁଅ ଗାଧୋଇବାକୁ ଯାଇଥିଲେ। ପୋଖରୀରେ ଗାଧୋଇବା ବେଳେ ମା’ ପୁଅ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି।

 

ଅଗ୍ନିଶମ ବାହିନୀ ଉଭୟ ମା’ ଓ ପୁଅଙ୍କ ମୃତଦେହ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସେମାନଙ୍କୁଚାରିଛକ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ଉଭୟଙ୍କ ମୃତ ଘୋଷଣା କରିଥିଲେ। ମୃୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।