• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଏକ ଅଧ୍ୟୟନରେ କୁହାଯାଇଛି ଯେ ଶତାବ୍ଦୀ ଶତାବ୍ଦୀ ଧରି ବଢୁଥିବା ବିଶ୍ୱ ଜନସଂଖ୍ୟା ହ୍ରାସ ପାଇବ। ଲାନ୍‌ସେଟ୍‌ର ନୂଆ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏହା କେବେ ହେବ ଏହି ଆକଳନରେ କୁହାଯାଇଛି। ଏଭଳି ଏହି ଶତାବ୍ଦୀରେ ଆରମ୍ଭ ହେବ ବୋଲି ମତ ପ୍ରକାଶ ପାଇଛି।

ବର୍ତ୍ତମାନ ବିଶ୍ୱ ଜନସଂଖ୍ୟା 7.8 ବିଲିୟନ ବୋଲି ଜଣାପଡିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ୨୦୬୪ ସୁଦ୍ଧା ବିଶ୍ୱର ଜନସଂଖ୍ୟା ୯.୭ ବିଲିୟନକୁ ବୃଦ୍ଧି ପାଇବ, କିନ୍ତୁ ଏହା ପରେ ହ୍ରାସ ପାଇବ। ୨୧୦୦ସୁଦ୍ଧା ବିଶ୍ୱର ଜନସଂଖ୍ୟା ୮.୭୯ ବିଲିୟନକୁ ଖସିଯିବ।

୨୦୬୪ ହେବାକୁ ୫୩ ବର୍ଷ ବାକିଥିଲେ ବି ଏହା ନିଶ୍ଚିତ ଯେ ଏହି ସମୟ ବିଶ୍ୱ ଜନସଂଖ୍ୟାର ସର୍ବୋଚ୍ଚ ସ୍ଥାନ ହେବ। ତା’ପରେ ଜନସଂଖ୍ୟା ହ୍ରାସ ହେବାର ଅନେକ କାରଣ ରହିଛି। ଏଥିରେ କମ୍ ଜନ୍ମ ହାର ଏବଂ ବୃଦ୍ଧାବୃଦ୍ଧ ଜନସଂଖ୍ୟା ଅନ୍ତର୍ଭୁକ୍ତ। ଜାପାନ, ଥାଇଲ୍ୟାଣ୍ଡ, ସ୍ପେନ୍, ପର୍ତ୍ତୁଗାଲ, ଦକ୍ଷିଣ କୋରିଆ ଏବଂ ଅନ୍ୟାନ୍ୟ ଦେଶ ସମେତ ଅତି କମରେ ୨୩ଟି ଦେଶରେ ଏଭଳି ହେବ, ଯେଉଁମାନଙ୍କ ଜନସଂଖ୍ୟା ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବ।

କେତେ ହ୍ରାସ ପାଇବ ଚୀନ୍‌ ଜନସଂଖ୍ୟା:

ଚୀନ୍ ବର୍ତ୍ତମାନ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ। ୨୦୧୭ରେ ସେଠାକାର ଜନସଂଖ୍ୟା ୧.୪ ବିଲିୟନ ଥିଲା, କିନ୍ତୁ ୨୧୦୦ ସୁଦ୍ଧା ଏହା ହ୍ରାସ ପାଇ ପ୍ରାୟ ୭୩.୨ କୋଟି ହେବା ଆଶଙ୍କା ରହିଛି।

କିଛି ଦେଶରେ ବୃଦ୍ଧି ପାଇବ ଜନସଂଖ୍ୟା :

କୁହାଯାଇଛି ଯେ ଯଦିଓ କେତେକ ଦେଶରେ ଜନସଂଖ୍ୟା ହ୍ରାସ ପାଇବ କିନ୍ତୁ ଏହାର ପ୍ରଭାବ ବିଶ୍ୱ ଜନସଂଖ୍ୟା ଉପରେ ପଡ଼ିବ। କିନ୍ତୁ ଉତ୍ତର ଆଫ୍ରିକା, ମଧ୍ୟ ପୂର୍ବ ଏବଂ ସାହାରା ଆଫ୍ରିକା ଭଳି ଦେଶରେ ଜନସଂଖ୍ୟା ବୃଦ୍ଧି ପାଇବ। ଏସବୁ ଦେଶଗୁଡିକରେ ବର୍ତ୍ତମାନର ଜନସଂଖ୍ୟା ଅନୁସାରେ ୧.୦୩ ବିଲିୟନରୁ ୩.୦୭ ବିଲିୟନକୁ ବୃଦ୍ଧି ପାଇପାରେ।

ଭାରତରେ କମିବ ଜନସଂଖ୍ୟା :

ଅଧ୍ୟୟନରୁ ଜଣାପଡିଛି ଯେ ଭାରତର ଜନସଂଖ୍ୟା ହ୍ରାସ ପାଇବ। ବର୍ତ୍ତମାନ ଏହା ୧.୪ ବିଲିୟନ ପାଖାପାଖି ଅଛି, ଯାହା ୨୧୦୦ ସୁଦ୍ଧା ୧.୦୯ ବିଲିୟନକୁ ଖସିବ ବୋଲି କୁହାଯାଇଛି। ପୂର୍ବରୁ ଶେଷ ଥର ପାଇଁ ଚତୁର୍ଦ୍ଦଶ ଶତାବ୍ଦୀରେ ବିଶ୍ୱ ଜନସଂଖ୍ୟା ହ୍ରାସ ଘଟିଥିଲା। ଏହାର କାରଣ ଥିଲା ମହାମାରୀ ପ୍ଲେଗ୍। ଏହି ଅଧ୍ୟୟନ ଇନ୍‌ଷ୍ଟିଟ୍ୟୁଟ୍ ପର୍ ହେଲ୍‌ଥ ମେଟ୍ରିକ୍ସ ଆଣ୍ଡ୍ ଇଭୋଲ୍ୟୁସନ୍ ପ୍ରତିଷ୍ଠାନର ଗ୍ଲୋବାଲ ହେଲ୍‌ଥର ପ୍ରଫେସର ଷ୍ଟେନ୍‌ ଏମିଲ ୱାଲ୍‌ସେଟ୍‌ଙ୍କ ନେତୃତ୍ୱରେ କରାଯାଇଥିଲା। ତାଙ୍କ କହିବା କଥା ଯେ ଯଦି ଆକଳନ ସଠିକ୍ ହୁଏ, ତେବେ ଜନସଂଖ୍ୟା ହ୍ରାସର କାରଣ ଜନ୍ମହାରରେ ହ୍ରାସ ହେବ। କୌଣସି ମହାମାରଜନିତ ନୁହେଁ।

ଜନସଂଖ୍ୟା ହ୍ରାସର କାରଣ:

ରିପୋର୍ଟରେ କୁହାଯାଇଛି ଯେ ବାଳିକା ଶିକ୍ଷା କ୍ଷେତ୍ରରେ ଅଧିକ ଉନ୍ନତି ହେବା ସହିତ ଗର୍ଭଧାରଣକୁ ରୋକିବା ପ୍ରଣାଳୀ ବୃଦ୍ଧି ପାଇବ ଏବଂ ଏହା ଉଭୟ ପ୍ରଜନନ କ୍ଷମତା ଓ ଜନସଂଖ୍ୟା ହ୍ରାସ କରିବ। ୨୦୧୭ ରେ ପ୍ରଜନନ ହାର ୨.୩୭ ଥିବା ବେଳେ ୨୧୦୦ରେ ୧.୬ ହେବ।

ପାଣିପାଗର ବି ରହିବ ଭୂମିକା:

ଉଲ୍ଲେଖଥାଉ କି, ବିଶ୍ୱର ପ୍ରସିଦ୍ଧ ବୈଜ୍ଞାନିକ ମିଶିଓ କାକୁ "ଫିଜିକ୍ସ ଅଫ୍‌ ଫ୍ୟୁଚର୍ – ଦ ଇନ୍‌ଭେନ୍ସନ ଦ୍ୟାଟ୍ ଉଇଲ୍ ଟ୍ରାନ୍ସଫର୍ ଓଭର" ପୁସ୍ତକରେ ଏହା ବିଷୟରେ ବିସ୍ତୃତ ଭାବେ ଲେଖିଛନ୍ତି। ସେ ଲେଖିଛନ୍ତି ଯେ ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ ୨୦୩୦ ସୁଦ୍ଧା ପାଗ ଯେପରି ବଦଳିବ, ଏହା ମାନବ ପ୍ରଜାତି ପାଇଁ ବିନାଶକାରୀ ପ୍ରମାଣିତ ହେବ। ଉତ୍ତାପ ବୃଦ୍ଧି ପାଇବ। ଜଳର ଅଭାବ ସହିତ ବାୟୁରେ ଅମ୍ଳଜାନର ଅଭାବ ଦେଖାଦେବ। ଏଥିରୁ ଅନୁମାନ କରାଯାଏ ଯେ ଆମର ଜନସଂଖ୍ୟା ଶହେ କୋଟି ପର୍ଯ୍ୟନ୍ତ ହ୍ରାସ ପାଇପାରେ। ତେବେ ଏହି କ୍ଷେତ୍ରରେ ଅନ୍ୟ କେତେକ ବୈଜ୍ଞାନିକଙ୍କର ଭିନ୍ନ ମତ ରହିଛି। ସେମାନେ କହିଛନ୍ତି ଯେ ପାଣିପାଗ ଅପେକ୍ଷା ଅଭିବୃଦ୍ଧି ହାର କମ କାରଣରୁ ଜନସଂଖ୍ୟା ହ୍ରାସ ପାଇବ।

ରୋଗ ଯୋଗୁଁ କମଜୋର ହୋଇଯିବ ମଣିଷ:

ଯେହେତୁ ଆମେ ଅଧିକାଂଶ କାମ ମେସିନ୍‌ ମାଧ୍ୟମରେ କରୁଛୁ ଏବଂ ଗ୍ଲୋବାଲ୍ ୱାର୍ମିଂ ଏବଂ ପ୍ରକୃତିରୁ ଦୂରେଇ ଯାଉଛୁ, ଅଧିକରୁ ଅଧିକ ନୂଆ ରୋଗ ମଧ୍ୟ ସାମ୍ନାକୁ ଆସିବ। ମେସିନ୍ କାମ ଯୋଗୁଁ ଆମର ଅଳସୁଆମି ବୃଦ୍ଧି ପାଇବ ଓ ଆମର ମାଂସପେଶୀୟ ଶକ୍ତି କମିଯିବ ଓ ଆମେ ଦୁର୍ବଳ ହୋଇଯିବା। ଏହାଛଡା ମେଡିକାଲ୍ ଟେକ୍ନୋଲୋଜି ଏବଂ ଆଣ୍ଟିବାୟୋଟିକ୍‌ର ବିକାଶ ଶରୀରର ପ୍ରତିରକ୍ଷା ପ୍ରଣାଳୀ ଉପରେ ଅଧିକ ନକାରାତ୍ମକ ପ୍ରଭାବ ପକାଇପାରେ।

ବଦଳିବ ଜୀବନ:

ପ୍ରସିଦ୍ଧ ବୈଜ୍ଞାନିକ ମିଶିଓ କାକୁ ତାଙ୍କ ପୁସ୍ତକରେ କହିଛନ୍ତି ଯେ ଅନ୍ୟ ଗ୍ରହ ଏବଂ ଅନ୍ତରୀକ୍ଷରେ ଉପନିବେଶ ନିର୍ମାଣ ଯୋଜନା ଆରମ୍ଭ ହେବ। କୌଣସି ନୂଆ ସୌର ଗ୍ରହ ମଧ୍ୟ ଚିହ୍ନଟ ହୋଇପାରେ। ଫଳରେ ସ୍ପେସ୍ ଫ୍ଲାଇଟ୍ ବହୁତ ସ୍ୱାଭାବିକ ହୋଇଯିବ। ଫଳରେ ବୈକଳ୍ପିକ ଉର୍ଜା ପାଇଁ ସୂର୍ଯ୍ୟର ବିକିରଣ ବା ଅନ୍ତରୀକ୍ଷର ଅନ୍ୟ ଗ୍ରହ ଖୋଜିବା ଆରମ୍ଭ ହେବ। ଏନେଇ ଜନସଂଖ୍ୟା ହ୍ରାସ ପାଇବ ।