• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ତେଲ ଦର କମାଅ, ନହଲେ ପରିଣାମ ଭୟଙ୍କର ହେବ । ଏଭଳି ଚରମବାଣୀ ଶୁଣାଇଛନ୍ତି ଘରୋଇ ବସ୍ ମାଲିକ ସଂଘ । ସିଧାସଳଖ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ୧୫ ତାରିଖ ଯାଏଁ ସମୟ ଦେଲୁ ତେଲ ଦର କମାଅ ନହେଲେ ଚକା ବନ୍ଦ ହେବ । 

ତେଲ ଦାମ୍ କମାଇ ତୁରନ୍ତ ଟ୍ୟାକ୍ସ କମାଅ । ନଚେତ୍ ନଭେମ୍ବର ୧୬ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ୍ ସେବାକୁ ବନ୍ଦ କରିଦିଆଯିବ । ଆଜି ଏଭଳି ଚେତାବନୀ ଶୁଣାଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ସଂଘର ସାଧାରଣ ପରିଷଦ ବୈଠକ ପରେ ଏହି ଚେତାବନୀ ଦିଆଯାଇଛି । ସଂଘର କହିବା କଥା, ତେଲ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦାମ୍ ବୃଦ୍ଧି ଯୋଗୁଁ ବସ୍ ସେବା କ୍ଷତିରେ ଚାଲିଛି । ଏଥିପାଇଁ ସରକାରଙ୍କ ସହଯୋଗ ଦରକାର କହିଲେ ସଂଘ ସମ୍ପାଦକ । ତେଲ ଦାମ୍ କମ୍ କରିବା ସହ ଟ୍ୟାକ୍ସ କମ୍ କରନ୍ତୁ ସରକାର । ଏଥିପାଇଁ ନଭେମ୍ବର ୧୫ ପର୍ଯ୍ୟନ୍ତ ମହଲତ ଦେଉଛୁ । ଦାବି ନ ଶୁଣିଲେ ନଭେମ୍ବର ୧୬ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘରୋଇ ବସ୍ ବନ୍ଦ କରାଯିବ ବୋଲି ସଂଘ ଚେତାବନୀ ଦେଇଛି । 

ସଂଘର ସମ୍ପାଦକ ଆହୁରି କହିଛନ୍ତି, ତେଲ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଜିନିଷର ଦାମ୍ ବୃଦ୍ଧି ଯୋଗୁ ବସ୍‌ ଗୁଡ଼ିକ କ୍ଷତିରେ ଚାଲିଛି । ଏଥିପାଇଁ ସରକାରଙ୍କ ସହଯୋଗ ଦରକାର ରହିଛି । ସରକାର ତେଲ ଦାମ୍ କମ୍ କରିବା ସହ ଟ୍ୟାକ୍ସ କମ୍ କରନ୍ତୁ ।