• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କରଞ୍ଜିଆ( ଦୀପକ କୁମାର ମହାନ୍ତ ) : "ଆମ ଗାଁରେ ଆମେ ସରକାର" । ଏପରି ନାରା ଦେଇ ତାତିଲେଣି ଗ୍ରାମବାସୀ । ପଛୁଆ ଲୋକଙ୍କ ପାଇଁ ମାଳ ମାଳ ସରକାରୀ ଯୋଜନା ଥିବାବେଳେ ସରକାରୀ ବାବୁଙ୍କ ମନ ମୁତାବକ କାମ ଯୋଗୁଁ ଅସନ୍ତୋଷ ଜାହରି କରିଛନ୍ତି । ଏହାସହ ଏହାକୁ ସରକାରୀ ବାବୁଙ୍କ ବିରୋଧରେ ଗାଁ ଲୋକ ମେଳି ଆରମ୍ଭ କରିଦେଲେଣି । 

ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଳକ ଅନ୍ତର୍ଗତ ଶିମିଳିପାଳ ପାଦ ଦେଶରେ ଥିବା ତିନିଟି ଉପାନ୍ତ ଗାଁ, ଯେଉଠି ନାଁ ଅଛି ସରକାରୀ ଯୋଜନା ନା ଅଛି ମୌଳିକ ସୁବିଧା । ଦୟନୀୟ ଅବସ୍ଥାରେ ଜୀବନ ଜିଉଁଛନ୍ତି ବୁଢ଼ୀଗାଁ, ରଙ୍ଗାମାଟିଆ ଏବଂ ଖାଲପଳା ଗ୍ରାମବାସୀ । ବର୍ତ୍ତମାନ ବନବିଭାଗ ପକ୍ଷରୁ ଜଙ୍ଗଲ ବାସୀଙ୍କ ନିମନ୍ତେ ସ୍ୱେଚ୍ଛାକୃତ ଭାବେ ବିସ୍ଥାପିତ ଏବଂ ସରକାରଙ୍କ ଦ୍ୱାରା ଥଇଥାନ ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ହୋଇଛି । ହେଲେ ଗ୍ରାମର କିଛି କୁଚକ୍ରୀ ଗୋଷ୍ଠୀଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭବ ଦେଖାଇ ବନବିଭାଗ ଗାଁରେ ଅଶାନ୍ତି ସୃଷ୍ଟି କରିବା ସହିତ ଗ୍ରାମରେ ମୌଳିକ ସୁବିଧା ଯୋଗାଉ ନାହାନ୍ତି ବୋଲି ଅଭିଯୋଗ ହେଉଛି । ଆଉ ଏହାକୁ ବିରୋଧ କରି ଗାଁ ଲୋଖେ ଏବେ ତାତିଲେଣି ।

ତିନି ଗାଁ ଶିମିଳିପାଳ ଅଭୟାରଣ୍ୟର ଦୁର୍ଗମ ଅଞ୍ଚଳରେ ହଇଥିବା ବେଳେ ଗମନାଗମନ ଏବଂ ପିଇବାପାଣି ପାଇଁ ସଂଘର୍ଷ କରୁଛନ୍ତି । କରଞ୍ଜିଆ ବ୍ଳକ ଠାରୁ ୨୦/୨୫ କିଲମିଟରେ ଦୂରରେ ଅବସ୍ଥିତ ସମସ୍ତ ଏ ଗାଁ । ତେବେ ଏଇ ଗାଁ କୁ ଯିବା ପାଇଁ ଏବେ କୌଣସି ଭଲ ରାସ୍ତା ନଥିବାରୁ ଲୋକେ ନାହିଁ ନ ଥିବା ହଇରାଣ ଭୋଗୁଛନ୍ତି । ଏଠାରେ କାହାର ଦେହ ଖରାପ ହେଲେ ଭଗବାନଙ୍କ ଭରସାରେ ରହୁଛନ୍ତି । ସେହିପରି ତାଙ୍କ ଗାଁ ଉପାନ୍ତ ଗାଁ ହୋଇଥିବାରୁ ଆଜି ପର୍ଯ୍ୟନ୍ତ ଏଠାରେ କୌଣସି ସରକାରୀ ବାବୁଙ୍କ ପାଦ ପଡିନି ।

କେବଳ ଭୋଟ ସମୟରେ ଗାଁକୁ ମାଳ ମାଳ ନେତାମନ୍ତ୍ରୀ ଆସି ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦିଅନ୍ତି । ଆଉ ଭୋଟ ପରେ କାହାରି ଦେଖା ମିଳେନି । ଯାହା ଫଳରେ ଗ୍ରାମରେ ଏବେ ମେଳି ଆରମ୍ଭ କଲେଣି ଏବଂ ଆମ ଗାଁରେ ଆମେ ସରକାର ନାରା ଦେଲେଣି । ମୌଳିକ ସୁବିଧାରୁ ଆଗାମୀ ଦିନରେ ବଞ୍ଚିତ କଲେ, ଜନ ଆନ୍ଦୋଳନ ଚେତାବନୀ ଦେଇଛନ୍ତି । ତେବେ ଏ ସମ୍ପର୍କରେ ବନବିଭାଗର କୌଣସି ପ୍ରତିକ୍ରିୟା ମିଳି ପାରିନଥିବା ବେଳେ କରଞ୍ଜିଆ ଉପଜିଲ୍ଲାପାଳ ଏହାର ତୁରନ୍ତ ସମାଧାନ ଦିଗରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ପରେ ପଦକ୍ଷେପ ନେବେ ବୋଲି କହିଛନ୍ତି ।