• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର/ବଲାଙ୍ଗିର: ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରଣପୁର ଆର୍‌ଡି ଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଅଫିସର ମୁଖ୍ୟ କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। 

ନୟାଗଡ ଜିଲ୍ଲା ରଣପୁର ଆର୍‌ଡି ଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟର ରୁଷିନାଥ ବରାଳଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଖୋର୍ଦ୍ଧା, ନୟାଗଡ, ଢେଙ୍କାନାଳର ୪ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ଏଥିପାଇଁ ଭିଡିଲାନ୍ସ ୪ଟି ଟିମ୍  ଗଠନ କରିଛି। ଏହି ଟିମ୍‌ରେ ୪ ଜଣ ଡିଏସ୍‌ପି, ୮ ଇନ୍ସପେକ୍ଟର ଅଛନ୍ତି। ଚଢାଉ ସମୟରେ ଭିଜିଲାନ୍ସ ଟିମ୍‌ ଗୋଟିଏ ପ୍ଲଟ୍, କାର, ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ଠାବ କରିଛି ।

ସେହିପରି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଅଫିସର ମୁଖ୍ୟ କିରାଣି ରମେଶ କୁମାର ନାଗଙ୍କଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ରମେଶ କୁମାରଙ୍କ ଘର ସମେତ ବଲାଙ୍ଗିର, ସୋନପୁର ଏବଂ ସମ୍ବଲପୁରର ୩ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ଚଢାଉ କରିଛି। ବଲାଙ୍ଗିର ଶାନ୍ତିପଡ଼ାରେ ଥିବା ଆଲିଶାନ ବିଲ୍ଡିଂ, ସୋନପୁରରେ ଥିବା ଅଫିସ, ତାଲପାଲିପଡ଼ାର ପୈତୃକ ଘରେ ଭିଜିଲାନ୍ସ ଟିମ୍ ରେଡ୍ ଜାରି ରଖିଛି। ତାଙ୍କର ବିଭିନ୍ନ ଆକାଉଣ୍ଟ, ଜମିବାଡି, କୋଠାବାଡିକୁ ନେଇ ଭିଜିଲାନ୍ସ ଟିମ୍‌ ସମ୍ପତ୍ତିର ଆକଳନ ଜାରି ରଖିଛି।