• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ପରିବା ବଜାରରେ ନିଆଁ

  • ସବୁ ୮୦ ଉପରେ

ଯାଜପୁର (ଗୁଲାମ ଗସ୍‌): ରାତି ପାହିଲେ ଦ୍ୱିତୀୟା ଓଷା । ଦ୍ୱିତୀୟା ଭାର ସହ ଘରେ ଘରେ ପ୍ରସ୍ତୁତ ହେବ ଘାଂଟ ତରକାରୀ । ଏଥିପାଇଁ ଆବଶ୍ୟକ ବିଭିନ୍ନ କିସମର ପନିପରିବା । ତେବେ ଏହି ସମୟରେ ପନବିପରିବା ଦର ଆକାଶ ଛୁଆଁ ହୋଇଛି ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାହକ । ସବୁ ପରିବା କିଲୋ ପ୍ରତି ୫୦ ରୁ ୮୦ଟଙ୍କା ମଧ୍ୟରେ ରହିଛି। ଆଉ କିଛି ପରିବାର ଦର ତ ୧୦୦ ଉପରେ। ପନିପରିବା ଚଢା ମୁଲ୍ୟ ଥିଲେ ମଧ୍ୟ ଆବଶ୍ୟକତା ହେତୁ ଲୋକେ ବିଭିନ୍ନ ହାଟ ବଜାରରେ ଭିଡ ଲଗାଇଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଯାଜପୁର ଜିଲ୍ଲାର ପ୍ରମୁଖ ପନିପରିବା ବ୍ୟବସାୟ ପେଣ୍ଠ ବାରବାଟି ବଜାରରେ ମଧ୍ୟ ପନିପରିବା ଆକାଶ ଛୁଆଁ ହୋଇଛି ।

ଯାହାକୁ ନେଇ ଖାଉଟିମାନେ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ବ୍ୟବସାୟୀମାନେ ଉଚ୍ଚା ମୁଲ୍ୟରେ କିଣି ଉଚ୍ଚା ମୁଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ପ୍ରାୟତଃ ଏହି ହାଟରେ ଅନ୍ୟ ସ୍ଥାନ ଅପେକ୍ଷା ପନିପରିବା କମ ଦାମରେ ମିଳିଥାଏ । ସ୍ଥାନୀୟ ଅଂଚଳର ଚାଷୀମାନେ ଏଠାରେ ନିଜର ଉତ୍ପାଦିତ ସାମଗ୍ରୀ ବିକ୍ରୀ କରିଥାନ୍ତି । ଯାହା ଫଳରେ ଏଠାରେ କମ ମୂଲ୍ୟରେ ପନିପରିବା ମିଳିଥାଏ । ଏଠାରେ ବ୍ୟବସାୟୀ ମାନେ ମଧ୍ୟ ଚାଷୀମାନଙ୍କ ଠାରୁ କମ ମୁଲ୍ୟରେ ପରିବା କିଣି ଅନ୍ୟତ୍ର ଚାଲାଣ କରିଥାନ୍ତି । ତେବେ ଚଳିତ ବର୍ଷ ଲଘୁଚାପ ଜନିତ ଲଗାଣ ବର୍ଷା ସାଙ୍ଗକୁ ବନ୍ୟା ସବୁ କିଛି ବିଗାଡି ଦେଇଛି । ଚାଷୀଙ୍କ ପନିପରିବା ଫସଲ ସଂପୂର୍ଣ୍ଣ ଉଜୁଡି ଯାଇଛି ।

ଆବଶ୍ୟକ ମୁତାବକ ସ୍ଥାନୀୟ ଅଂଚଳର ଚାଷୀଙ୍କ ଦ୍ୱାରା ଉତ୍ପାଦିତ ପନିପରିବା ନଥିବାରୁ ପନିପରିବା ଦର ମୂଲ୍ୟ ଅହେତୁକ ବୃଦ୍ଧି ପାଇଛି । ବର୍ତମାନ ଏଠାକୁ କଲିକତା ସହ ବାହାର ଜିଲ୍ଲା ସୁନ୍ଦରଗଡ, ବରଗଡ, ଅନୁଗୁଳ ଆଦି ସ୍ଥାନରୁ ପନିପରିବା ଆସୁଥିବାରୁ ଏହାର ଦର ଉଚ୍ଚା ରହୁଛି । ସ୍ଥାନୀୟ ଅଂଚଳର ଚାଷୀଙ୍କ ଦ୍ୱାରା ଉତ୍ପାଦନ କରାଯାଉଥିବା ପନିପରିବା ନଥିବାରୁ ଚାହିଦା ମୁତାବକ ପନିପରିବା ମଧ୍ୟ ମିଲୁନାହିଁ । ପନିପରିବା ଦର ଅହେତୁକ ବୃଦ୍ଧି ପାଇଥିଲେ ବି ଆଗକୁ ଓଷା ଥିବାରୁ ଗ୍ରାହକ ମାନେ ଚଢା ଦରରେ ପନିପରିବା କିଣିବାକୁ ବାଧ୍ୟ ହେଉଛନ୍ତି । ତେବେ ଓଷା ପରେ ପରିବା ଦର କମିବ ବୋଲି ଗ୍ରାହକମାନେ ଆଶା ରଖିଛନ୍ତି।