• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଉରକେଲା: ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମେକ୍‌ ଇନ୍ ଇଣ୍ଡିଆ ଓ ମେକ୍‌ ଇନ୍‌ ଓଡ଼ିଶା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଯାହାକି ଯୁବ ପିଢ଼ିଙ୍କୁ ମଧ୍ୟ ବେଶ୍‌ ଉତ୍ସାହିତ କରୁଛି । ପାଠ ପଢ଼ା ସରିବା ପରେ ଏବେ ଯୁବ ପିଢ଼ି ଚାକିରି ଅପେକ୍ଷା ବ୍ରବସାୟ ପ୍ରତି ମନ ବଳାଉଛନ୍ତି । ଏମିତିକି ଅଧିକାଂଶ ଯୁବକ ଚାକିରି ଛାଡ଼ି ବ୍ୟବସାୟ କରୁଥିବା ନଜିର ମଧ୍ୟ ରହିଛି । କେବଳ ଲକ୍‌ଡାଉନ୍‌ ସମୟରେ ଅନେକ ଯୁବ ଇଞ୍ଜିନିୟର ଚାକିରି ଛାଡ଼ି ନିଜେ କିଛି ନୂଆ କରିବାର ପ୍ରୟାସ କରିଥିବା ଦେଖାଯାଇଛି । ଏଭଳି ଅନେକ ସଫଳତାର କାହାରୀ ଆମ ନଜିରରେ ରହିଛି । ଠିକ୍‌ ସେମିତି ଏକ କାହାଣୀ ହେଉଛି ଦୁଇ ଆଇଆଇଟିଆନ୍‌ ବନ୍ଧୁଙ୍କର ।  ସେମାନେ ରାଉରକେଲା ଏନ୍‌ଆଇଟିରୁ ଆଇଆଇଟି ପାସ୍‌ କରିବା ପରେ ଏବେ ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟକୁ ବି ଦେଉଛନ୍ତି ରୋଜଗାର ।

ରାଉରକେଲା NITର ଦୁଇ ବନ୍ଧୁଙ୍କ କମାଲ । ନିଜେ ପାଠ ପଢ଼ି ଶିକ୍ଷିତ ହେବା ସହ ଅନ୍ୟକୁ ଦେଉଛନ୍ତି ନିଯୁକ୍ତି । ପର ଅଧୀନରେ ଚାକିରି ନକରି ଏବେ ଆରମ୍ଭ କରିଛନ୍ତି ନୂଆ କମ୍ପାନୀ । ବେକାର ଆଦିବାସୀ ଯୁବକ ଯୁବତୀଙ୍କୁ ଦେଇଛନ୍ତି ନିଯୁକ୍ତି । ଏବେ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ୨୦ ଜଣଙ୍କୁ ଏହି ଦୁଇ ବନ୍ଧୁ ଦେଇଛନ୍ତି ନିଯୁକ୍ତି । ସେମାନଙ୍କୁ କରାଇଛନ୍ତି ରୋଜଗାରକ୍ଷମ ।

ଏନଆଇଟି ରାଉରକେଲାରୁ ୨୦୧୬ ମସିହାରେ ପାସ କରିବା ପରେ ସେମାନେ ଆରମ୍ଭ କରିଥିଲେ ଇ-ସାଇକେଲ କାର୍ଯ୍ୟକ୍ରମ । ଏନଆଇଟିର ଏଫଟିବିଆଇ ସହଯୋଗରେ ଏବେ ଚାଲିଛି ଏମାନଙ୍କ କାମ । ଦୁଇ ବନ୍ଧୁ ଅନୁରାଗ ଓ ବିକ୍ରମ ଗତ ତିିନି ବର୍ଷ ହେବ ଏମିତି ତିଆରି କରୁଛନ୍ତି ଇ-ସାଇକେଲ । ଯାହାର ଦାମ୍ ୧୮ ହଜାର ଟଙ୍କାରୁ ଆରମ୍ଭ କରି ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ଜଣେ ବନ୍ଧୁ ରାଉରକେଲାରେ ରହି କାମ ବୁଝନ୍ତି ତ ଅନ୍ୟ ଜଣେ ବନ୍ଧୁ ଜିଲ୍ଲା ତଥା ରାଜ୍ୟ ବାହାରେ ବ୍ୟବସାୟ କଥା ବୁଝନ୍ତି । ଦୁଇ ବନ୍ଧୁ ୟେଶିନୋ ପ୍ରାଇଭେଟ ଲିମିଟେଡ ନାମକ କମ୍ପାନି ଖୋଲି ଆରମ୍ଭ କରିଛନ୍ତି କାମ ।

E CycleE Cycle