• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କଳାହାଣ୍ଡି ବିଶ୍ୱନାଥପୁର ଥାନା କୁଟୁରୁଗୁଡ଼ା ଗାଁରେ ଦୁଃଖଦ ଘଟଣା

  • ଜଣେ ୮ ବର୍ଷର ଶିଶୁକନ୍ୟା, ଜଣେ ୪ ବର୍ଷର ଶିଶୁପୁତ୍ର ମୃତ

  • ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର

କଳାହାଣ୍ଡି(ରାଜକୁମାର ସିଂଦେଓ) : କଳାହାଣ୍ଡି ବିଶ୍ୱନାଥପୁର ଥାନା କୁଟୁରୁଗୁଡ଼ା ଗାଁରେ ଦୁଃଖଦ ଘଟଣା । ପୋଖରୀରେ ବୁଡି ଦୁଇ ନିଷ୍ପାପ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।  କୁଟ୍ରୁଗୁଡା ଗାଁର ସୁଶାନ୍ତ ଏବଂ କୁସ୍ମିତା ନାମକ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । 

ସୂଚନା ଅନୁଯାୟୀ କୁଟ୍ରୁଗୁଡା ଗାଁର ଗୌରଙ୍କ ଝିଅ କୁସ୍ମିତା(୮) ଓ ଗଦନଙ୍କ ପୁଅ ସୁଶାନ୍ତ(୪)ଙ୍କ ନିକଟରେ ଥିବା ପୋଖରୀରେ ଖେଳୁଥିଲେ । ତେବେ ପୋଖରୀରେ ଖେଳୁଖେଳୁ ସେମାନେ ପୋଖରୀରେ ବୁଡି ଯାଇଥିଲେ । କିଛି ସମୟ ପରେ ଶିଶୁ ମାନଙ୍କୁ ପାଖରେ ନପାଇ ବାପା ମା ବହୁତ ଖୋଜାଖୋଜି କରିଥିଲେ । ଦୁହିଁଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ।

ଉଭୟଙ୍କୁ ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ବିଶ୍ୱନାଥପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାକୁ ନେଇ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି ।