• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ବେଲଗାମ ତୈଳ ଦରକୁ ନେଇ ଛଟପଟ ଜନତା ।

  • ଡିଜେଲ ଦାମ୍ ବୃଦ୍ଧି ଯୋଗୁଁ ବୁଡ଼ିବାକୁ ଯାଉଛି ମତ୍ସ୍ୟଜୀବୀଙ୍କ ବେପାର ।

  • ଦାନାପାଣି ହରାଉଛନ୍ତି ରାଜ୍ୟର ମାଛଧରା ବୋଟ୍ ଓ ଟ୍ରଲର ମାଲିକ ।

ଭୁବନେଶ୍ୱର: ଦୁଇ ବର୍ଷ ଧରି କରୋନା ମାଡ଼ । ଆଉ ଏବେ ଡିଜେଲ ଅମୂଲ ମୂଲ । ଶତକ ଛୁଆଁ ଡିଜେଲ୍ ଖାଲି ଯେ ଶହ ଶହ ବୋଟ୍ ଓ ଟ୍ରଲର ଚଳାଚାଳରେ ବେଡି ପକାଇଛି ତା ନୁହେଁ, ସମୁଦ୍ରରେ ମାଛ ଧରି ଜୀବିକା ଅର୍ଜନ କରୁଥିବା ଧୀବର ଓ ସେମାନଙ୍କ ପରିବାର ଲୋକଙ୍କ ମୁହଁରୁ ବି ସିଧା ଦାନା ଛଡ଼ାଇ ନେଇଛି ।

ବାଲେଶ୍ୱର ଜିଲ୍ଲା ବଳରାମଗଡ଼ିରେ ଡିଜେଲ ଦର ୬୦ରୁ ୭୦ ଟଙ୍କା ଥିଲାବେଳେ ସରକାରଙ୍କଠୁ ରିହାତି ଦାବି କରୁଥିଲା ନିଖିଳ ଓଡ଼ିଶା ମତ୍ସ୍ୟ ଉତ୍ପାଦକ ସଂଘ । ଏବେ ତ ସ୍ଥିତି ପୁରା ସାଂଘାତିକ, ଡିଜେଲ ସାଙ୍ଗକୁ ଜାଲ, ବରଫ ଓ ବୋଟ୍ ଯନ୍ତ୍ରାଂଶ ବି ଆକାଶଛୁଆଁ ଦର ହେଲାଣି । ଡିଜେଲ ଦର ନକମିଲେ କିମ୍ବା ଭାଟ୍ ଛାଡ଼ ନହେଲେ ଆଗକୁ ଆନ୍ଦୋଳନକୁ ଓହ୍ଲାଇବାକୁ ସଂଘ ଧମକ ଦେଲାଣି ।

ସେପଟେ ସାମୁଦ୍ରିକ ମତ୍ସ୍ୟ ବିଭାଗ ଉପ ନିର୍ଦ୍ଦେଶକ କହିଛନ୍ତି, ୨୦୦୬ ମସିହା ପରଠୁ ସରକାର ଡିଜେଲ ଉପରେ ରିହାତି ଦେବା ବନ୍ଦ କରିଛନ୍ତି । ବୋଟ୍ ମାଲିକମାନେ ସଠିକ୍ ଫୋରମରେ ଦାବି କଲେ ନିଷ୍ପତ୍ତିର ପୁର୍ନବିଚାର ହୋଇପାରେ ।

ନିଇତି ଦୌଡୁଛି ତୈଳଦର । ଆଜି ପୁଣି ପେଟ୍ରୋଲ ଲିଟର ପିଛା ୩୦ ପଇସା, ଡିଜେଲ ୩୫ ପଇସା ବଢିଛି । କାଲିମେଳାରେ ପେଟ୍ରୋଲ ୧୧୦ଟଙ୍କା ଛୁଇଁଛି । ତୈଳ ଦର ବୃଦ୍ଧିକୁ ନେଇ ଥମୁନି ରାଜନୀତି । ପେଟ୍ରୋଲକୁ କେନ୍ଦ୍ର ସରକାର ପଲିଟିକାଲ ଟୁଲ ଭାବେ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ରାଜ୍ୟ ଖାଦ୍ୟ ଓ ଯୋଗାଣମନ୍ତ୍ରୀ । ଜବାବରେ ବିଜେପି କହିଛି, ତୈଳରୁ ଆଦାୟ ରାଜସ୍ୱରେ କରୋନା ମୁକାବିଲା କରାଯାଉଛି । ରାଜ୍ୟ ସରକାର ନିଜସ୍ୱ ଟିକସ କମାଇ ଲୋକଙ୍କୁ  ଆଶ୍ୱସ୍ତି ଦିଅନ୍ତୁ ।