• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଆଜି ଛାଡ଼ଖାଇ

  • ମାସକ ପରେ ପାଟିରେ ବାଜିବ ଆମିଷ

 ଭୁବନେଶ୍ୱର: କାର୍ତ୍ତିକ ମାସ ସରିଲା । ଆଜି ହେଉଛି ଛାଡ଼ଖାଇ । କାର୍ତ୍ତିକ ମାସ ଯାକ ହବିଷ ଖାଇଥିବା ଲୋକେ ଆଜି ଛାଡ଼ଖାଇ ପାଳନ କରୁଛନ୍ତି । ମାସେ ଯାଏଁ ମାଛ ମାଂସ ଖାଇନଥିବାରୁ ଆଜି ସ୍ୱତନ୍ତ୍ର ଭାବେ ଆମିଷ ଭୋଜନ ହେବ । ଏଥିପାଇଁ ମାଛ ମାଂସ ଦୋକାନଗୁଡ଼ିକରେ ସକାଳୁ ସକାଳୁ ଗହଳି ଲାଗିଛି । ତେବେ ଆଜି ଶନିବାର ହୋଇଥିବାରୁ କେତେକ ଲୋକ ଆମିଷ ଖାଉ ନାହାନ୍ତି । ତେଣୁ ଯେତେ ଗହଳି ହେବା କଥା ସେତେ ନାହିଁ ।

ଆସନ୍ତାକାଲି ରବିବାର ଥିବାରୁ କାଲି ହିଁ ଅସଲ ଛାଡ଼ଖାଇ ହେବ । ତଥାପି ଆଜି ଆମିଷ ମାର୍କେଟରେ ରେଟ୍ ଅଧିକ ଅଛି । ଖାସି ମାଂସ କିଲୋ ପ୍ରତି ୭୫୦ ଟଙ୍କା ଥିବାବେଳେ ରୋହିମାଛ କିଲୋ ପ୍ରତି ୧୬୦ରୁ ୨ ଶହ ଟଙ୍କା, ମାଗୁର ୪ ଶହ ଟଙ୍କା, ପମ୍ଫ୍ରେଟ୍ ୭ ଶହ ଟଙ୍କା, ଭେକଟି ୫ ଶହ ଟଙ୍କା, ଚିଙ୍ଗୁଡ଼ି ୪ ଶହରୁ ୬ ଶହ ଟଙ୍କା ରହିଛି ।

'Chhadahai' Market'Chhadahai' Market

କାହିଁକି ପାଳନ କରାଯାଏ 'ଛାଡ଼ଖାଇ':

'ଛାଡ଼ଖାଇ' ଓଡ଼ିଶାର ଏକ ସାମାଜିକ ଚଳଣି । କାର୍ତ୍ତିକ ପୂର୍ଣ୍ଣିମାର ପରଦିନ 'ଛାଡ଼ଖାଇ' ପାଳନ କରାଯାଏ । କାର୍ତ୍ତିକ ମାସକୁ ପବିତ୍ର ମାସ ଭାବେ ପାଳନ କରାଯାଏ । ଏହି ମାସରେ ସମ୍ପୂର୍ଣ୍ଣ ଭାବେ ଆମିଷ ଭକ୍ଷଣ କରାଯାଏ ନାହିଁ । ତେବେ ଛାଡ଼ଖାଇ ଶଦ୍ଧର ଅର୍ଥ ରହିଛି , ଛାଡ଼ ଓ ଖାଇ , ଛାଡ଼ ଅର୍ଥ ସମୟର ଅନ୍ତରାଳ ଓ ଖାଇ ଅର୍ଥ ଖାଇବା ଅର୍ଥାତ, କିଛି ସମୟ ଅନ୍ତରାଲ ପରେ ଖାଇବା । ଲୋକମାନେ ମାସେ କାଳ ଆମିଷ ଖାଦ୍ୟରୁ ନିବୃତ ରହି କାର୍ତ୍ତିକ ମାସ ଉପରାନ୍ତେ, ପ୍ରଥମ ଦିନ ହିଁ ଆମିଷ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ।

ଛାଡ଼ଖାଇକୁ ନେଇ ବହୁ କୀମ୍ବଦନ୍ତୀ ରହିଛି । ତେବେ କାର୍ତ୍ତିକ ମାସ ଓ ମାର୍ଗଶୀର ମାସରେ ପବନର ଗତିପଥ ବଦଳିଥାଏ । ଐତିହାସିକ ତଥ୍ୟ ଅନୁଯାୟୀ ଓଡ଼ିଆ ସାଧବପୁଅମାନେ ନୌବାଣିଜ୍ୟ କରିବା ପାଇଁ ଯାଇଥାନ୍ତି ଓ କେଉଟମାନେ ସମୁଦ୍ରକୁ ମାଛ ମାରିବା ପାଇଁ ଏହି ସମୟରେ ଯାତ୍ରାରମ୍ଭ କରୁଥିଲେ । ସେମାନଙ୍କୁ ମେଲାଣି ଦେବାପାଇଁ ଆୟୋଜନ କରାଯାଉଥିବା ଭୋଜିରେ ଆମିଷ ଖାଦ୍ୟ ରହୁଥିଲା । ତେବେ ସେବେଠୁ ଏହି ଛାଡ଼ଖାଇର ପ୍ରଥା ରହି ଆସୁଛି ବୋଲି ଶୁଣିବାକୁ ମିଳିଥାଏ ।