• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ତରଙ୍ଗରେ ଆଜିଠାରୁ ଶ୍ରୀମନ୍ଦିର ।

  • ଶ୍ରୀମନ୍ଦିର ସାକ୍ଷୀ ଥିବା କିଛି ତ୍ୟାଗ ଓ ଗୌରବମୟ କାହାଣୀକୁ ନେଇ ଧାରାବାହିକ ।

ଭୁବନେଶ୍ୱର: ତରଙ୍ଗରେ ଆଜିଠାରୁ ପ୍ରସାରିତ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଧାରାବାହିକ ଶ୍ରୀମନ୍ଦିର । ଶ୍ରୀମନ୍ଦିର ସାକ୍ଷୀ ଥିବା କିଛି ତ୍ୟାଗ ଓ ଗୌରବମୟ କାହାଣୀକୁ ନେଇ ତରଙ୍ଗ ଟିଭି ପ୍ରସ୍ତୁତ କରିଛି ଏହି ନୂଆ ଧାରାବାହିକ ଶ୍ରୀମନ୍ଦିର । ଧାରାବାହିକର ଭିନ୍ନ ଭିନ୍ନ ସିରିଜ୍‌ରେ ଭିନ୍ନ ଭିନ୍ନ କାହାଣୀ ପ୍ରଦର୍ଶିତ କରିବାକୁ ସ୍ଥିର ହୋଇଥିବା ବେଳେ ପ୍ରଥମ ସିରିଜ୍‌ରେ କାଞ୍ଚି ବିଜୟ ଓ ପଦ୍ମାବତୀ ପରିଣୟ କାହାଣୀଟି ସ୍ଥାନ ପାଇଛି ।

ଗବେଷକ ମାନଙ୍କ ଇତିହାସ ସଂପର୍କିତ ସୂଚନା, ଐତିହାସିକ ଗଳ୍ପ, କିମ୍ବଦନ୍ତୀ, ଲୋକ କଥା, ପୌରାଣିକ ଗଳ୍ପ ସାଙ୍ଗକୁ ନାଟକୀୟତା ପାଇଁ କିଛି କାଳ୍ପନୀକ ଘଟଣାବଳିକୁ ମଧ୍ୟ ସଂଯୋଜିତ କରାଯାଇଛି । କିନ୍ତୁ ମୂଳ ଗଳ୍ପର ଭାବଧାରା ଓ ଉତ୍କଳର ଗାରିମା, ଶ୍ରୀମନ୍ଦିର ପ୍ରତି ଉତ୍କଳବାସୀଙ୍କ ଭାବ ଭକ୍ତିକୁ କିପରି ସୁନ୍ଦର ଭାବେ ଉପସ୍ଥାପିତ କରି ହେବ ସେଥିପ୍ରତି ଯତ୍ନ ନିଆଯାଇଛି । ପଦ୍ମାବତୀ ପରିଣୟ ପରେ ଶ୍ରୀମନ୍ଦିର ଧାରାବାହିକରେ ପ୍ରତାପରୁଦ୍ରଦେବ, ଭକ୍ତ ସାଲବେଗ, ଶ୍ରୀଚୈତନ୍ୟ ପ୍ରଭୃତିଙ୍କ କାହାଣୀକୁ ଏଥିରେ ସ୍ଥାନିତ ହେବାର ପ୍ରସ୍ତୁତି ଚାଲିଛି ।

ଏହି ପୌରାଣିକ ଧାରାବାହିକ ଶ୍ରୀମନ୍ଦିରର ପ୍ରଥମ ଅଧ୍ୟାୟ ମହାପ୍ରଭୁଙ୍କ ପାଇଁ ଅର୍ପଣ କରାଯାଇଥିଲା । ଶ୍ରୀମନ୍ଦିରରେ ଏନେଇ ପୂଜାର୍ଚ୍ଚନା କରାଯାଇଥିଲା ।ଧାରାବାହିକର ଶୁଭାରମ୍ଭ ପୂର୍ବରୁ ପ୍ରଥମ ନିମନ୍ତ୍ରଣ ଭାବେ ଶ୍ରୀଜିଉଙ୍କ ପାଖରେ ଏହା ସମର୍ପଣ କରାଯାଇଥିଲା । ଏହାସହ ପୁରୀ ଗୋବର୍ଦ୍ଧନ ପୀଠକୁ ଯାଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜଙ୍କୁ ମଧ୍ୟ ଭେଟିଥିଲେ ତରଙ୍ଗର ବରିଷ୍ଠ କର୍ମକର୍ତ୍ତା ।

ଏହି ସିରିୟଲ ପ୍ରସାରିତ ହେବାକୁ ଥିବା ବେଳେ ଓଡିଶାର ଜଗନ୍ନାଥ ପ୍ରେମୀ ତଥା ଶ୍ରୀମନ୍ଦିର ସହ ଜଡିତ ଥିବା ବ୍ୟକ୍ତିଙ୍କ ପାଇଁ ଆଣିଦେଇଛି ଖୁସିର ଲହରୀ । ତରଙ୍ଗ ଟିଭି ପାଇଁ ଏହି ସିରିଏଲଟି ପ୍ରସ୍ତୁତ କରୁଛନ୍ତି କଲିକତାର ପ୍ରତିଷ୍ଠିତ ପ୍ରଯୋଜନା ସଂସ୍ଥା - ସୁରିନ୍ଦର ଫିଲ୍ମସ । ତେବେ ଆଜିଠାରୁ ପ୍ରତ୍ୟେକ ସୋମବାରରୁ ଶନିବାର ତରଙ୍ଗରେ ରାତି ୯ଟା ୩୦ ଏହି ଧାରାବାହିକ ପ୍ରସାରଣ ହେବ ।