• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କାଲିଠାରୁ ଆରମ୍ଭ ହେବ ମାଟ୍ରିକ୍ ଅଫ୍ ଲାଇନ୍ ପରୀକ୍ଷା ।

  • ୧୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

  • ପରୀକ୍ଷାରେ ନିୟୋଜିତ ଶିକ୍ଷକଙ୍କର ଆଣ୍ଟିଜେନ୍ ଟେଷ୍ଟ ହୋଇଛି ।

ଭୁବନେଶ୍ୱର: ଅସନ୍ତୁଷ୍ଟଙ୍କ ପାଇଁ ଶେଷ ସୁଯୋଗ । କାଲିଠାରୁ ଆରମ୍ଭ ହେବ ମାଟ୍ରିକ୍ ଅଫ୍ ଲାଇନ୍ ପରୀକ୍ଷା । ନିଜ ପ୍ରଦର୍ଶନରେ ସୁଧାର ଆଣିବାକୁ କାଲିଠାରୁ ରାଜ୍ୟର ୧୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷାରେ ନିୟୋଜିତ ଶିକ୍ଷକଙ୍କର ଆଣ୍ଟିଜେନ୍ ଟେଷ୍ଟ ହୋଇଛି । ଗଣଶିକ୍ଷା ବିଭାଗ ପକ୍ଷରୁ ଅବଜର୍ଭର ମଧ୍ୟ ସବୁ କେନ୍ଦ୍ରରେ ନିୟୋଜିତ ହୋଇଛନ୍ତି ।

ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି ଛାତ୍ରଛାତ୍ରୀ । ସିଲାବସ୍ ସାରିବାକୁ ଶେଷ ମୁହୂର୍ତ୍ତରେ ବି ପ୍ରୟାସ ଜାରି ରହିଛି । କାରଣ ଏହା ହେଉଛି ସେମାନଙ୍କ ପାଇଁ ଫାଇନାଲ୍ ସୁଯୋଗ । ସେପଟେ ପରୀକ୍ଷା କେନ୍ଦ୍ରଗୁଡିକ ପୁରା ତୟାର । ହଲ୍ ଗୁଡିକରେ ସାମାଜିକ ଦୂରତା ଅବଲମ୍ବନ କରାଯାଇ ସିଟିଂ ଆରେଞ୍ଜମେଣ୍ଟ ହୋଇଛି । କ୍ୟାମ୍ପସ୍‌କୁ ମଧ୍ୟ ବିଶୋଧନ କରାଯାଇଛି । ଏହାସହ ପରୀକ୍ଷା କେନ୍ଦ୍ରରେ ପ୍ରସ୍ତୁତ କରାଯାଇଛି ଆଇସୋଲେସନ୍ ରୁମ୍ । ଥର୍ମାଲ୍ ସ୍କ୍ରିନିଂ ଓ ସାନିଟାଇଜ୍ କରି ପରୀକ୍ଷାର୍ଥୀମାନେ ହଲ୍ ଭିତରକୁ ଯିବେ । ପରୀକ୍ଷା ଦେବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ।

କରୋନା ପାଇଁ ଚଳିତ ବର୍ଷ ମାଟ୍ରିକ୍ ବୋର୍ଡ ପରୀକ୍ଷା କରାଯାଇନଥିଲା । ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଦିଆଗଲା ମାର୍କ । ତେବେ ଏଥିରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ପାଇଁ କାଲିଠାରୁ ଆରମ୍ଭ ହେବ ଅଫ୍ ଲାଇନ୍ ପରୀକ୍ଷା ।

ମୋଟ୍ ୧୫ ହଜାର ୧୩୬ ଜଣ ପରୀକ୍ଷାର୍ଥୀ ଅଫ୍ ଲାଇନ୍‌ରେ ପରୀକ୍ଷା ଦେବେ । ଏଥିପାଇଁ ୫୦୪ଟି ପରୀକ୍ଷା କେନ୍ଦ୍ର ହୋଇଛି । ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଅନୁଷ୍ଠିତ ହେବ । ଦିନ ୧୦ଟାରୁ ୧୧ ଟା ଯାଏ ଓଏମ୍‌ଆର୍ ଜରିଆରେ ୫୦ ମାର୍କର ଅବ୍‌ଜେକ୍ଟିଭ ଓ ୧୧ଟାରୁ ୧୨ ଟା ଯାଏ ୩୦ ମାର୍କର ସବ୍‌ଜେକ୍ଟିଭ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ମୋଟ୍ ୮୦ ମାର୍କର ପରୀକ୍ଷା ଦେବେ ଛାତ୍ରାଛାତ୍ରୀ । ହେଲେ ମାର୍କିଂ କରାଯିବ ଶହେ ନମ୍ବରରୁ । ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।