• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କରଞ୍ଜିଆ(ଦୀପକ କୁମାର ମହାନ୍ତ) : ଜରାଜୀର୍ଣ୍ଣ ଅବସ୍ଥାରେ ମୟୂରଭଞ୍ଜ ଜିଲ୍ଲା ରାମତୀର୍ଥରେ ଥିବା କୁମ୍ଭୀର ପ୍ରଜନନ କେନ୍ଦ୍ର । ଦିନେ ଯେଉଁଠି ଶହଶହ କୁମ୍ଭୀରଙ୍କ ପ୍ରଜନନ ହେଉଥିଲା ତାହା ଏବେ ଅଚଳ ହୋଇ ପଡିରହିଛି । ବିରଳ ଗୋମୁହାଁ ବା ମଗର ପ୍ରଜାତିର କୁମ୍ଭୀରଙ୍କ ପ୍ରଜନନ ଓ ସଂରକ୍ଷଣ ପାଇଁ ୪୦ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି କୁମ୍ଭୀର ପ୍ରଜନନ କେନ୍ଦ୍ର ରକ୍ଷଣାବେକ୍ଷଣ ଅଭାବରୁ ଏକପ୍ରକାର ବନ୍ଦ ହୋଇଗଲାଣି । ତେଣୁ ଏହାର ପୁନରୁଦ୍ଧାର ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଦିନ ଥିଲା ମୟୂରଭଞ୍ଜ ଜିଲ୍ଲା ରାମତୀର୍ଥ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଏଠାରେ ଶହ ଶହ ବିରଳ ଗୋ ମୁହାଁ ବା ମଗର ପ୍ରଜାତିର କୁମ୍ଭୀରଙ୍କ ପ୍ରଜନନ ହେଉଥିଲା । ହେଲେ ଏବେ ମାତ୍ର ୬ଟି କୁମ୍ଭୀରଙ୍କୁ ନେଇ ନାଁକୁ ମାତ୍ର ଚାଲିଛି ପ୍ରକଳ୍ପ । କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି, ପ୍ରଜନନ ଓ ସଂରକ୍ଷଣ ପାଇଁ ୮୦ଦଶକରେ ଅନୁଗୋଳ ଟିକରପଡା ସହ ମୟୁରଭଞ୍ଜର ରାମତୀର୍ଥ ଏବଂ କେନ୍ଦ୍ରାପଡ଼ା ଭିତରକନିକାରେ କୁମ୍ଭୀରଙ୍କ ପ୍ରଜନନ ଏବଂ ସଂରକ୍ଷଣ ପାଇଁ ଯୋଜନା ହୋଇଥିଲା । ହେଲେ ବର୍ତ୍ତମାନ ଟିକରପଡା ଓ ଭିତର କନିକାରେ କୁମ୍ଭୀର ପ୍ରଜନନ କେନ୍ଦ୍ର ଚାଲୁ ଥିବା ବେଳେ ମୟୁରଭଞ୍ଜର ରାମତୀର୍ଥଠାରେ ଥିବା କୁମ୍ଭୀର ପ୍ରଜନନ କେନ୍ଦ୍ର ବନ୍ଦ ରହିଛି । ଶିମିଳିପାଳ ଅଭୟାରଣ୍ୟକୁ ଆସୁଥିବା ଅନେକ ପର୍ଯ୍ୟଟକ ଏହି ପ୍ରକଳ୍ପ ଦେଖିବାକୁ ଆସିଥାନ୍ତି । ଏଠାରେ ଥିବା କୁମ୍ଭୀର ସାଙ୍ଗକୁ ସୁନ୍ଦର ପରିବେଶ ଓ ଶ୍ରୀରାମଙ୍କ ମନ୍ଦିର ପଯର୍ୟଟକଙ୍କୁ ଖୁବ ଆକର୍ଷିତ କରେ । ତେଣୁ ଏହାର ପୁନରୁଦ୍ଧାର ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଗୋମୁହାଁ ପ୍ରଜାତିର କୁମ୍ଭୀର ସମୁଦ୍ର ପତ୍ତନଠାରୁ ପ୍ରାୟ ୮୨୨ ମିଟର ଉଚ୍ଚତାରେ ରୁହନ୍ତି । ଆମ ରାଜ୍ୟରେ ଗୋ ମୁହାଁ ବା ମଗର ପ୍ରଜାତିର କୁମ୍ଭୀର ସର୍ବାଧିକ ଶିମିଳିପାଳରେ ଥିବା ଚଳିତବର୍ଷ କୁମ୍ଭୀର ଗଣନାରୁ ଜଣାପଡିଛି । ୧୯୮୧ ମସିହା ପରଠୁ ମଗର ପ୍ରଜାତିର କୁମ୍ଭୀରଙ୍କ ନିର୍ଭୟ ଆଶ୍ରୟସ୍ଥଳ ପାଲଟିଛି ଶିମିଳିପାଳ । ହେଲେ ଏହି କୁମ୍ଭୀରଙ୍କ ବଂଶ ବୃଦ୍ଧି ପାଇଁ କରାଯାଇଥିବା ପ୍ରକଳ୍ପ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ।