• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଏମିତି ମାଆଙ୍କୁ ଶହେ ସଲାମ

  • ନିଜ ପରିଶ୍ରମରେ ତିଆରି କଲେ ଅଙ୍ଗନୱାଡ଼ି

  • ଭଦ୍ରକରୁ ଆସିଲା ନିଆରା ଚିତ୍ର

ଭଦ୍ରକ(ପାର୍ଥସାରଥୀ ନାୟକ): ମାଆ ତିଆରି କରିଛନ୍ତି ପିଲାମାନଙ୍କ ଭବିଷ୍ୟତ। ବାରମ୍ବାର ଅନୁରୋଧ କଲା ପରେ ବି ପ୍ରଶାସନ ନିଦାବିଷ୍ଣୁ ସାଜିବା ଫଳରେ ଆଉ ପ୍ରଶାସନ ଉପରେ ଭରସା କରିବାକୁ ସ୍ୱାଭିମାନୀ ଗ୍ରାମବାସୀ ଚାହିଁଲେ ନାହିଁ । ସୃଷ୍ଟି କଲେ ନିଆ ଉଦାହରଣ । ନିଜ ପିଲାଙ୍କ ଭବିଷ୍ୟତକୁ ଲକ୍ଷ୍ୟ କରି ମାଆ ମାନେ ଏକତ୍ରିତ ହୋଇ ଅଣ୍ଟା ଭିଡିଲେ । ନିଜେ ଅର୍ଥ ଦେଲେ ଓ ଶ୍ରମ ଦେଇ ତିଆରି କଲେ ଏକ ମିନି ଅଙ୍ଗନୱାଡ଼ି ଘର । ଦୀର୍ଘଦିନ ହେବ ପ୍ରଶାସନ ପାଖରେ ଦାବି କରି ଆସୁଥିଲେ ହେଲେ ମିନି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ କେବଳ ମିଳିଛି ପୁଳା ପୁଳା ପ୍ରତିଶୃତି । ଦୀର୍ଘଦିନ ପିଲାଙ୍କ ପାଠ ପଢା ପର ପିଣ୍ଢାରେ ତ କାହାର ଘରେ ଚାଲେ ଏହି ଅଙ୍ଗନବାଡି କେନ୍ଦ୍ରର ପିଲାମାନେ ପାଠ ପଢୁଛନ୍ତି । ବର୍ଷା ହେଲେ ପାଠ ପଢାରେ ଡୋର ବନ୍ଧା ନହେଲା । ଧିରେ ଧିରେ କରୋନା ସ୍ଥିତିରେ ସୁଧାର ହେଉଛି । ତେଣୁ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବାକୁ ଆଶା ଥିବା ବେଳେ ମାଆ ମାନେ ଏକତ୍ରିତ ହୋଇ ବୈଠକ କରି ନିଜେ ଆଦାୟ କରି ଟଙ୍କା ଦେଲେ ଓ ମାଟି ଖୋଳି ବାଉଁଶ ବାନ୍ଧି ଅଙ୍ଗନୱାଡ଼ି କେନ୍ଦ୍ର ତିଆରି କରି ଏକ ଉଦାହରଣ ସୃଷ୍ଟି କଲେ ।

ସରକାରଙ୍କ ମାଳମାଳ ଯୋଜନା ସତେ ଯେପରି ଏଠି ଫିକା ପଡଛିା । ଦୀର୍ଘ ବର୍ଷ ବର୍ଷ ଧରି କୁନିକୁନି ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଅଙ୍ଗନବାଡ଼ି ଗୃହ ନିର୍ମାଣ କରିଲା ନାହିଁ, ଗ୍ରାମବାସୀଙ୍କ ହାରିଗୁହାରୀ ମଧ୍ୟ ଶୁଣିଲା ନାହିଁ ବ୍ଲକ ତଥା ଜିଲ୍ଲା ପ୍ରଶାସନ । ଶେଷରେ ପିଲାମାନଙ୍କ ସୁରକ୍ଷା ପାଇଁ ଅଭିଭାବକ ତଥା ଗ୍ରାମବାସୀଙ୍କ ଆର୍ଥିକ ସହଯୋଗରେ ମାଆମାନେ ଶ୍ରମ ଦେଇ ଅଙ୍ଗନୱାଡି ଗୃହ ନିର୍ମାଣ କରିଛନ୍ତି । ଯାହା ସଂପ୍ରତି ଚର୍ଚ୍ଚାୟ ବିଷୟ ସାଜିଛି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସୟା ପଞ୍ଚାୟତ ବାଲିଚତୁରୀ ଗ୍ରାମବାସୀ । ମହିଳାମାନେ ଶ୍ରମ ଦେଇ ଏକ ଆଜବେଷ୍ଟସ୍ ତିଆରି ଘର ତିଆରି କରିଛନ୍ତି ଅଙ୍ଗନୱାଡିର କୁନିକୁନି ପିଲାମାନଙ୍କ ପାଇଁ । ଏହି ଗାଁର ୨୩ ନମ୍ବର ୱାର୍ଡରେ ଏକ ମିନି ଅଙ୍ଗନୱାଡି ଗୃହ ନିର୍ମାଣ ପାଇଁ ୨୦୧୮ ମସିହାରେ ପ୍ରଶାସନ ପକ୍ଷରୁ ବ୍ୟୟବରାଦ ହୋଇଥିଲା । ସେବେଠାରୁ ଏହି ଗ୍ରାମବାସୀ ବିଡିଓଙ୍କ ଠାରୁ ଆରମ୍ଭ କରି ତହସିଲଦାର ପର୍ଯ୍ୟନ୍ତ ସମସ୍ତଙ୍କୁ ଭେଟି ସ୍ଥାନ ଚିହ୍ନଟ କରିବାକୁ ଦାବି କରିଥିଲେ । ପ୍ରଥମେ ଯେଉଁ ସ୍ଥାନ ପ୍ରଦାନ କରାଗଲା ତାହା ଉପଯୋଗୀ ନହେବାରୁ ପୁନଶ୍ଚ ସ୍ଥାନ ଚିହ୍ନଟ ପାଇଁ ଦାବି କରିଥିଲେ । ତେବେ ସ୍ଥାନ ଚିହ୍ନଟ ହୋଇନଥିବାରୁ ଆଜିକାଲି କହି ଟାଳି ଚାଲିଥିଲା ତହସିଲ ପ୍ରଶାସନ ।

ତେବେ ୬ ମାସ ତଳେ ବିଡିଓଙ୍କ ଭେଟି ଗୃହ ନିର୍ମାଣ ଲାଗି ୱାର୍କ ଅର୍ଡର ଦାବି କରିଥିଲେ ଏବଂ ବିଡିଓ ମଧ୍ୟ ୧୫ ଦିନ ମଧ୍ୟରେ ପ୍ରଦାନ କରିବା ଲାଗି ପ୍ରତିଶୃତି ଦେଇଥିଲେ ହେଁ ଏଯାଏଁ କୌଣସି ସୁଫଳ ମିଳି ପାରିଲା ନାହିଁ । କରୋନା କଟକଣା ଧିରେ ଧିରେ କୋହଳ ହେବାରେ ଲାଗିଛି ଖୁବଶୀଘ୍ର କଟକଣା ମୁକ୍ତ ହେବା ଦୃଷ୍ଟିରୁ ଗ୍ରାମବାସୀ ନିଜ ନିଜ ମଧ୍ୟରେ ଆର୍ଥିକ ସହାୟତା ଯୋଗାଡ କରି ପ୍ରାୟ ୩୦ ହଜାର ଟଙ୍କା ଖର୍ଚ୍ଚକରି ଏକ ଆଜବେଷ୍ଟସ୍ ଗୃହ ନିର୍ମାଣ କରିଛନ୍ତି । ସବୁଠୁ ବଡ କଥା ହେଉଛି ଏହି ଗୃହ ନିର୍ମାଣ ପାଇଁ କୌଣସି ମଜୁରୀ ଦେବାକୁ ପଡିନାହିଁ, ମାଆମାନେ ସ୍ୱେଚ୍ଛାକୃତ ଭାବେ ଶ୍ରମ ଦେଇ ଏପରି ଘର ଛିଡା କରିଥିବା ପ୍ରଶାସନର ପାରିଆ ପଣିଆ ଉପରେ ପ୍ରଶ୍ନ ବାଚି ସୃଷ୍ଟି କରିଛି ।