• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଶ୍ରୀମନ୍ଦିର ବ୍ୟତୀତ ସମସ୍ତ ଧର୍ମପୀଠ ଖୋଲା ।

  • ସକାଳ ୬ରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲାଯିବ ।

  • ସମଲେଶ୍ୱରୀ ମନ୍ଦିରରେ ଶିଶୁ-ବୃଦ୍ଧଙ୍କୁ ବାରଣ ।

ଭୁବନେଶ୍ୱର: ଶ୍ରୀମନ୍ଦିର ବ୍ୟତୀତ ପୁରୀ ସହରରେ ଅନ୍ୟ ସମସ୍ତ ଧର୍ମପୀଠ ଖୋଲିବା ଲାଗି ନିଷ୍ପତ୍ତି ନେଇଛି ପୁରୀ ଜିଲ୍ଲା ପ୍ରଶାସନ । କୋଭିଡ୍ ଗାଇଡଲାଇନ୍ ଭିତରେ ସହରର ସମସ୍ତ ମଠ, ମନ୍ଦିର ସହ ଅନ୍ୟ ଧାର୍ମିକ ଅନୁଷ୍ଠାନ ସକାଳ ୬ରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲାଯିବ । ତେବେ ସପ୍ତାହନ୍ତ ସଟଡାଉନରେ ପୁରୀ ସହରକୁ ଭକ୍ତ, ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । ଏପଟେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିରକୁ ପର୍ଯ୍ୟଟକଙ୍କ ଲାଗି ଉନ୍ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।

ସେହିଭଳି ସମ୍ବଲପୁରରେ ଆଜିଠୁ ଖୋଲିଛି ମାଆ ସମଲେଶ୍ୱରୀଙ୍କ ମନ୍ଦିର । ତା’ସହ ଜିଲ୍ଲାର ଅନ୍ୟାନ୍ୟ ଧର୍ମପୀଠ ଖୋଲିବା ନେଇ ନିଷ୍ପତ୍ତି ନେଇଛି । ଜିଲ୍ଲା ପ୍ରଶାସନ ଆଜିଠାରୁ  କୋଭିଡ କଟକଣା ଭିତରେ ମନ୍ଦିର ଖୋଲିଛି । କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ମନ୍ଦିର ଖୋଲୁଥିବା ବେଳେ ସାନିଟାଇଜେସନ ପାଇଁ ସବୁ ସୋମବାର ଦିନ ମନ୍ଦିର ବନ୍ଦ ରହିବ । ୬୫ ବର୍ଷରୁ ଅଧିକ ଏବଂ ୧୦ ବର୍ଷରୁ କମ୍ ବୟସ୍କଙ୍କ ପ୍ରବେଶ ଉପରେ କଟକଣା ରହିଛି । ସେହିପରି ଗର୍ଭବତୀ ମହିଳା ଓ ବହୁବିଧ ରୋଗରେ ପିଡିତ ଲୋକଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ରହିଛି । ଭକ୍ତ ମାନେ ମନ୍ଦିର ଭିତରକୁ ପୁଜା ସାମଗ୍ରୀ ନେଇ ଯାଇ ପାରିବେ ନାହିଁ । କିମ୍ବା ମନ୍ଦିର ଭିତରେ ବସି ପାରିବେ ନାହିଁ । କୋଭିଡ ଗାଇଡ୍‌ଲାଇନ ସହ ସାମାଜିକ ଦୂରତା ରକ୍ଷା କରି ଓ ମୁହଁରେ ମାସ୍କ ପିନ୍ଧି ଦର୍ଶନ କରିବାକୁ ନିର୍ଦ୍ଦେଶ ରହିଛି ।

ଅନ୍ୟପଟେ ଆସନ୍ତାକାଲିଠୁ କୋରାପୁଟ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ମଧ୍ୟ ଖୋଲିବ । କେବଳ ଗୁପ୍ତେଶ୍ୱର ମନ୍ଦିର ଶ୍ରାବଣ ମାସ ଶେଷ ପର୍ଯ୍ୟନ୍ତ ବନ୍ଦ ରହିବ । ବୋଲ ବମ୍ ଭକ୍ତଙ୍କ ପାଇଁ ଜଳଭାର କିମ୍ବା ଚାଲିଚାଲି ଯିବା ବାରଣ । କୌଣସି ଶିବାଳୟରେ କାଉଡ଼ିଆଙ୍କ ଜଳଲାଗି ପାଇଁ ଅନୁମତି ମିଳିବ ନାହିଁ । କୋଭିଡ୍ କଟକଣା ମଧ୍ୟରେ ସବୁ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି । ଶ୍ରଦ୍ଧାଳୁଙ୍କ ପାଇଁ ମାସ୍କ, ସାନିଟାଇଜର, ସାମାଜିକ ଦୂରତା ବାଧ୍ୟତାମୂଳକ । ପ୍ରତି ଧର୍ମାନୁଷ୍ଠାନରେ ପୁରୁଷ ଓ ମହିଳାଙ୍କ ପ୍ରବେଶ ପାଇଁ ୨ଟି ଧାଡ଼ି ରହିବ । ପ୍ରବେଶ ଦ୍ୱାରରେ ଶ୍ରଦ୍ଧାଳୁଙ୍କ ଥର୍ମାଲ ସ୍କାନିଂ କରାଯିବ । ଧର୍ମାନୁଷ୍ଠାନ ପରିସରରେ ଛେପ ପକାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଆସନ୍ତାକାଲିଠାରୁ କଟକ ଜିଲ୍ଲାରେ ମଧ୍ୟ ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । କୋଭିଡ କଟକଣାରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କଟକ ଜିଲ୍ଳାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି । କିନ୍ତୁ କଟକ ସହରରେ ଥିବା ବିଭିନ୍ନ ମନ୍ଦିର ଖୋଲିବ କି ନାହିଁ ସେ ସମ୍ପର୍କରେ ସିଏମସି ପକ୍ଷରୁ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।