• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଶିକ୍ଷୟତ୍ରୀଙ୍କ ଅଭିନବ ଉପାୟ ।

  • ଅନଲାଇନ୍ କ୍ଲାସ ପାଉନଥିବା ପିଲାଙ୍କୁ ପଢ଼ାଉଛନ୍ତି ପାଠ ।

  • ପାର୍କରେ ଚାଲିଛି ପାଠ ପଢ଼ା ।

ଗୁଜରାଟ: ଲକଡାଉନରେ ସମୟରେ ପିଲାଙ୍କୁ ପାଠ ପଢାଇବା ପାଇଁ ଅଭିନବ କୌଶଳ ଆପଣାଇଛନ୍ତି ଗୁଜରାଟର ଜଣେ ଶିକ୍ଷୟିତ୍ରୀ । ଯେଉଁ ପିଲାମାନେ ଅନଲାଇନ କ୍ଲାସରୁ ବଞ୍ଚିତ ହେଉଛନ୍ତି ସେମାନଙ୍କ ପାଇଁ ଖୋଲାସ୍ଥାନରେ ନିଜେ କ୍ଲାସ ନେଉଛନ୍ତି ସରକାରୀ ସ୍କୁଲର କିଛି ଶିକ୍ଷୟିତ୍ରୀ । ରୁଚିତା ଶାହ ନାମକ ଶିକ୍ଷୟିତ୍ରୀଙ୍କ ତତ୍ତ୍ୱାବଧାନରେ ଅହମଦାବାଦରେ ଏକ ଉଦ୍ୟାନରେ ଏଭଳି ପାଠପଢା ଚାଲିଛି । ସ୍ମାର୍ଟ ଫୋନ ନଥିବା ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ଶିକ୍ଷାଦାନ କରୁଥିବା ସେ କହିଛନ୍ତି ।

ପୂର୍ବରୁ ମଧ୍ୟ ସେ ଏଭଲି ପିଲାଙ୍କ ପାଇଁ ଘରେ କ୍ଲାସ କରୁଥିଲେ । ତେବେ ଅଧିକ ପିଲା ହେବାରୁ କୋଭିଡ ଆଶଙ୍କା ଯୋଗୁଁ ଖୋଲାସ୍ଥାନରେ ପାଠ ପଢାଇବାକୁ ସ୍ଥିର କରିଥିଲେ । ତେବେ ଛୋଟ ଛୋଟ ପିଲାମାନେ ଏକାଠି ହେଉଥିବାରୁ ସଂକ୍ରମଣ ଯେଭଳି ସେମାନଙ୍କୁ ନଛୁଇଁବ, ସେଥିପ୍ରତି ବେଶ ଯତ୍ନବାନ ଥିବା ମଧ୍ୟ ସେ କୁହନ୍ତି ।

 ତେବେ ଓଡ଼ିଶାରେ ମଧ୍ୟ ଅନ୍‌ଲାଇନ୍‌ କ୍ଲାସ୍‌ର ଅବସ୍ଥା ଭାରି ବିକଟାଳ । କେଉଁଠି ପିଲାଙ୍କ ପାଖରେ ମୋବାଇଲ ନାହିଁ ତ କେଉଁଠି ମୋବାଇଲ ଥିଲେ ନେଟୱର୍କ ନାହିଁ । କରୋନା ପାଇଁ ବର୍ଷେ ହେଲା ସ୍କୁଲ ବନ୍ଦ । ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନରେ ପାଠପଢା ବ୍ୟବସ୍ଥା କରିଛନ୍ତି । ହେଲେ ପିଲାଙ୍କ ଶିକ୍ଷାଦାନରେ ସମସ୍ୟା ସାଜିଛି ନେଟୱାର୍କ । ଅଧିକାଂଶ ସ୍ଥାନରେ ମୋବାଇଲ ନେଟୱାର୍କ ଲୁଚକାଳି ଖେଳ ଖେଳୁଛି । ଏଭଳି ସ୍ଥିତିରେ ପାହାଡ଼ ଉପରେ ଯାଇ ଅନଲାଇନ୍ ପାଠ ପଢ଼ୁଛନ୍ତି ପିଲା ।

ପାହାଡ ସାଜିଛି ସ୍କୁଲ । ଆଉ, ପାହାଡ ଶଯ୍ୟା କ୍ଲାସ ରୁମ୍ । ବଣ ଜଙ୍ଗଲ ଘେରା ପାହାଡ ଉପରେ ଚାଲିଛି ପାଠପଢା । ଉପାନ୍ତ ଅଞ୍ଚଳରେ ଏଭଳି ହେଉଛି ଅନ୍ ଲାଇନ୍ ଶିକ୍ଷାର ଚିତ୍ର । ଓଡ଼ିଶାର କୋରାପୁଟ କାକିରିଗୁମ୍ମାର ପଞ୍ଚପଟ୍ଟମାଳି ପାହାଡ଼କୁ ୟୁନିଫର୍ମ ପିନ୍ଧି ପିଲା ଯାଉଛନ୍ତି ମୁକ୍ତାକାଶ ବିଦ୍ୟାଳୟରେ ପାଠ ପଢ଼ିବାକୁ । କାରଣ ସେପଟେ କରୋନା ପାଇଁ ବିଦ୍ୟାଳୟରେ ତାଲା ଝୁଲୁଛି । ଗାଁରେ ମୋବାଇଲ୍ ନେଟୱାର୍କ ଅବସ୍ଥା ଦୁର୍ବଳ । ପାଖରେ ସ୍ମାର୍ଟଫୋନ୍ ନାହିଁ । ଏଭଳି ସ୍ଥିତିରେ ସ୍ୱେଚ୍ଛାସେବୀ ସଂସ୍ଥା ଓ୍ୱାର୍ଡ ପକ୍ଷରୁ ପାହାଡ଼ ଉପରେ ଆରମ୍ଭ ହୋଇଛି ଶିକ୍ଷାଦାନ ।