• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଏବେ ଟ୍ରେଣ୍ଡରେ ଅଛି ଟାଟୁ । 

  • ଯୁବ ପିଢିଠୁ ଆରମ୍ଭ କରି ମହିଳା ଓ ପୁରୁଷ ସମସ୍ତେ ଦେହରେ ଟାଟୁ କରୁଛନ୍ତି ।

  • ଆଗରୁ ଚିତାକୁଟୁ ଥିଲେ, ଆଉ ଏବେ ଟାଟୁ ।

ସମ୍ବଲପୁର: ଏବେ ଟ୍ରେଣ୍ଡରେ ଅଛି ଟାଟୁ । ଯୁବ ପିଢିଠୁ ଆରମ୍ଭ କରି ମହିଳା ଓ ପୁରୁଷ ସମସ୍ତେ ଦେହରେ ଟାଟୁ କରି ସଜେଇ ହେବାକୁ ବେଶ୍ ପସନ୍ଦ କରୁଛନ୍ତି । ମେଟ୍ରୋ ହେଉ କି ଛୋଟ ସହର ସବୁଠି ଅଛି ଟାଟୁର କ୍ରେଜ୍ । କିଏ ଫିଲ୍ମ ହିରୋ, ହିରୋଇନ୍ ମାନଙ୍କୁ ଅନୁସରଣ କରୁଛି ତ ଆଉ କିଏ ହାତରେ ଆଙ୍କୁଛନ୍ତି ଦେବାଦେବୀଙ୍କ ଚିତ୍ର । ଆଉ ଏବେ ସମ୍ବଲପୁର ସହରରେ ମଧ୍ୟ ଟାଟୁର ରହିଛି ବେଶ୍ ଚାହିଦା ।

ହାତରେ ତିଆରି ହୋଇଥାଏ ଅନେକ ଦେବା ଦେବୀଙ୍କ ଚିତ୍ର । ସେଥିମଧ୍ୟରୁ ଟ୍ରେଣ୍ଡରେ ଥାଏ ଭଗବାନ ଶିବଶଙ୍କରଙ୍କ ସୁନ୍ଦର ଚିତ୍ର । ସୁକ୍ଷ୍ମ ଛୁଞ୍ଚିରେ ମେସିନ୍ ସାହାଯ୍ୟରେ ରଙ୍ଗ ଦେଇ ସୁନ୍ଦର ରୂପ ନେଇଥାଏ ମହାଦେବଙ୍କ ଚିତ୍ର । ହେଲେ ଟାଟୁ କରିବା ସମୟରେ ଟିକିଏ କଷ୍ଟ ହେଉଥିଲେ ବି ବେଶ୍ ଉତ୍ସାହର ସହିତ ହାତକୁ ଆର୍ଟିଷ୍ଟ ନିକଟରେ ଦେଖାଇ ଦେଇଥାନ୍ତି ଗ୍ରାହକ ।

ତେବେ ସମ୍ବଲପୁର ସହରରେ ଏବେ ଚାଲିଛି ଟାଟୁର କ୍ରେଜ୍ । ଗ୍ରାହକଙ୍କ କହିବା କଥା, ମେହେନ୍ଦିରେ ହାତରେ ଡିଜାଇନ୍ କଲେ ୩ ରୁ ୪ ଦିନ ଭିତରେ ଧୋଇ ହୋଇ ଛାଡି ଯାଉଛି । ହେଲେ ଟାଟୁ ଟିଏ କରି ଦେଲେ ସବୁ ଦିନ ପାଇଁ ରହୁଛି । ଯାହା ସମସ୍ତଙ୍କୁ ବେଶ୍ ଆକର୍ଷିତ କରୁଛି । ସମସ୍ତେ ନିଜ ଦେହରେ ଆଙ୍କୁଛନ୍ତି ସୁନ୍ଦର ସୁନ୍ଦର ଟାଟୁ । କିଏ ଦେବାଦେବୀଙ୍କ ଚିତ୍ର ଦେହରେ ଆଙ୍କି, ଏହାକୁ ନିଜର ଭକ୍ତି ବୋଲି କହୁଥିବା ବେଳେ ଆଉ କେହି କେହି ନିଜ ଭଲ ପାଇବା ଓ ଫିଲ୍ମ ଅଭିନେତାଙ୍କୁ ଅନୁସରଣ କରି ଦେହରେ ଭିନ୍ନ ଭିନ୍ନ ଟାଟୁ କରୁଛନ୍ତି ।

ଟାଟୁ ଟ୍ରେଣ୍ଡ ବଢି ଥିବାରୁ ଟାଟୁ ଆର୍ଟିଷ୍ଟ ମଧ୍ୟ ବେଶ୍ ଖୁସି । ଦିନକୁ ଦିନ ଗ୍ରାହକଙ୍କ ସଂଖ୍ୟା ବଢିବା ସହିତ ବଢୁଛି ରୋଜଗାର । ପୁରୁଣା ସମୟରେ ଗାଁର ବୃଦ୍ଧ, ବୃଦ୍ଧା ଚିତା କାଟୁଥିଲେ । ଯାହା ବର୍ତ୍ତମାନ ଟାଟୁ ନାଁରେ ଟିକିଏ ନୂଆ ଢଙ୍ଗରେ ଲୋକଙ୍କୁ ଆକର୍ଷିତ କରୁଛି । ପ୍ରଥମେ ଗ୍ରାହକଙ୍କ ପସନ୍ଦରେ ଟାଟୁର ଚିତ୍ର କମ୍ପ୍ୟୁଟରରେ ପ୍ରସ୍ତୁତ ହେଉଛି । ତାହା ପ୍ରିଣ୍ଟ କରି ଗ୍ରାହକଙ୍କ ଯେଉଁ ସ୍ଥାନରେ ଟାଟୁ  ଅଙ୍କାଯିବ ସେଠି କାର୍ବନ କରାଯାଏ । ତାପରେ ଛୁଞ୍ଚି ଓ ରଙ୍ଗ ସାହାଯ୍ୟରେ ତିଆରି ହୋଇଥାଏ ଟାଟୁ । ଗୋଟିଏ ଟାଟୁ ତିଆରି କରିବାକୁ ପାଖାପାଖି ଘଣ୍ଟାଏରୁ ୩ ଘଣ୍ଟା ସମୟ ଲାଗୁଛି । ହେଲେ ଏସବୁ ପୁରା ହାଇଜିନ୍ ଓ ସୁରକ୍ଷିତ ହିସାବରେ ତିଆରି ହେଉଥିବା କହିଛନ୍ତି ଟାଟୁ କାରିଗର ।