• translate
Pramod Behera

ନୂଆଦିଲ୍ଲୀ : ଆଜି ବି ଦୁନିଆରେ ଏମିତି କିଛି ଜନଜାତି ଅଛନ୍ତି ଯେଉଁମାନେ ସମାଜର ମୁଖ୍ୟଧାରାରୁ ବହୁତ ଦୂରରେ ଅଛନ୍ତି। ଏହି ଜନ ଜାତିର ନିଜର ନିୟମ ଓ ପରମ୍ପରା ରହିଛି। ସେମାଙ୍କ ମଧ୍ୟରେ ଥିବା ଉତ୍ସବ ସାଧାରଣରେ ଆଶ୍ଚର୍ଯ୍ୟ କରିବା ଭଳି। ପଶ୍ଚିମ କେନିୟାରେ ଲୁଓ ନାମକ ଏକ ଜନଜାତି ବାସ କରନ୍ତି। ସେମାନଙ୍କୁ ଜୋନାଗୀ / ଓନଗୀ ମଧ୍ୟ କୁହାଯାଏ। ସେମାନେ ଉତ୍ତରୀ ଯୁଆଡା ଓ ଉତ୍ତରୀ ଜଞ୍ଜାଜିଆ କ୍ଷେତ୍ରରେ ମଧ୍ୟ ଦେଖାଯାଆନ୍ତି। ତେବେ ଏହି ଲୁଓ ବ୍ୟକ୍ତି ସେମାନଙ୍କର ଅଜବ ପରମ୍ପରା ଓ ସାଂସ୍କୃତିକ ପ୍ରଥା ପାଇଁ ବେଶ ଜଣାଶୁଣା।

ବହୁ ପୂର୍ବରୁ ଲୁଓ ଲୋକଙ୍କ ମଧ୍ୟରେ ଏକ ପ୍ରଥା ଥିଲା ଯେଉଁଥିରେ ବିଧବାମାନେ ସେମାନଙ୍କ ସ୍ୱାମୀଙ୍କୁ କବର ଦେବା ପୂର୍ବରୁ ତାଙ୍କ ମୃତ ଶରୀର ସହିତ ଗୋଟିଏ କୋଠରୀରେ ଶୋଉଥିଲେ। ବିଧବା ମହିଳାମାନଙ୍କ ଠାରୁ ଆଶା କରାଯାଉଥିଲା ଯେ ଶୋଇବା ବେଳେ ସେମାନେ ତାଙ୍କ ସ୍ୱାମୀଙ୍କୁ ନେଇ ପ୍ରେମ ସ୍ୱପ୍ନ ଦେଖିବେ। ବିଶ୍ୱାସ ଥିଲା ଯେ ଏମିତି ସ୍ୱପ୍ନ ଦେଖିବା ଦ୍ୱାରା ଜଣେ ବିଧବା ବନ୍ଧନରୁ ମୁକ୍ତ ହୋଇ ପୁନର୍ବାର ବିବାହ କରିବାକୁ ପ୍ରସ୍ତୁତ ହୋଇଯାଏ।

ଏହି ଜନଜାତିରେ ଯୌନ ସଂପର୍କକୁ ନେଇ ଏକ ସ୍ୱତନ୍ତ୍ର ପ୍ରଥା ରହିଛି। ଝଗଡା ସମୟରେ ମହିଳାମାନେ ସେମାନଙ୍କ ସ୍ୱମୀଙ୍କୁ ରୋଷେଇ ଛଡିରେ ବାଡେଇ ପାରିବେ ନାହିଁ। ଯଦି ଏମିତି ହୁଏ, ତେବେ ଏହାକୁ ଠିକ୍ କରିବା ପାଇଁ ଘରର ବୟଷ୍କମାନେ ଏକ ସ୍ୱତନ୍ତ୍ର ନୀତି କରନ୍ତି। ଏଥିରେ ଉଭୟଙ୍କୁ 'ମାନାସି' ନାମକ ଏକ ଔଷଧୀୟ ପାନୀୟ ପିଇବାକୁ ଦିଆଯାଏ। ଏହା ପରେ ଉଭୟଙ୍କ ମଧ୍ୟରେ ଥିବା ତିକ୍ତତାକୁ ଦୂରକରିବା ପାଇଁ ଏକ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ କୁହାଯାଏ।

Strange rituals of Luo tribeଲୁଓ ଜନଜାତିର ଅଦ୍ଭୁତ ପରମ୍ପରା

ଏହା ବ୍ୟତୀତ, ଯେତେବେଳେ ଅମଳ ସମୟ ଆସେ, ସେତେବେଳେ ମଧ୍ୟ ଶାରୀରିକ ସମ୍ପର୍କ ରହିବା ଆବଶ୍ୟକ ବୋଲି ବିବେଚନା କରାଯାଏ। ଲୁଓ ଜନଜାତିରେ ଏକାଧିକ ବିବାହ କରିବା ପ୍ରଥା ରହିଛି କିନ୍ତୁ ଲୁଓ ପୁରୁଷ ଫସଲ ରୋପଣ ବା ଅମଳ କରିବାର ଗୋଟିଏ ରାତି ପୂର୍ବରୁ ତାଙ୍କ ପ୍ରଥମ ପତ୍ନୀ ସହିତ ଶୋଇବା ଆବଶ୍ୟକ। ଅନ୍ୟ ଏକ ପ୍ରଥା ଅନୁଯାୟୀ, ପୁଅ ବିବାହ ପରେ ଯେତେବେଳେ ନିଜ ପତ୍ନୀ ସହିତ କୁଟୀରକୁ ଆସେ, ସେ ତାଙ୍କ ପତ୍ନୀଙ୍କ ସହ ସେପର୍ଯ୍ୟନ୍ତ କୌଣସି ସମ୍ପର୍କ ରଖିପାରିବ ନାହିଁ ଯେପର୍ଯ୍ୟନ୍ତ ତାଙ୍କ ପିତାମାତା ସେହି ଶଯ୍ୟାରେ ଏକାଠି ଶୋଇ ନାହାଁନ୍ତି। ଲୁଓ ସଂପ୍ରଦାୟରେ ଏହାକୁ ନବ ବିବାହିତଙ୍କୁ ଆଶୀର୍ବାଦ କରିବାର ଏକ ଉପାୟ ଭାବରେ ବିବେଚନା କରାଯାଏ।

ଲୁଓ ଜନଜାତିର ଅନ୍ୟ ଏକ ପ୍ରଥା ହେଉଛି ଏଠାରେ ଝିଅମାନେ ନିଜ ବଡ଼ ଭଉଣୀର ପୂର୍ବରୁ ବିବାହ କରିପାରିବେ ନାହିଁ। ଯଦି କିଏ ବଡ଼ ଭଉଣୀ ବିବାହ ପୂର୍ବରୁ କାହା ସହିତ ସମ୍ପର୍କ ରଖେ କିମ୍ବା ବିବାହ କରେ ତେବେ ସେମାନଙ୍କୁ ବାଚ୍ଛନ୍ଦ କରିଦିଆଯାଏ। ଯେଉଁ ମହିଳାମାନେ ବର ଖୋଜିବାରେ ଅଧିକ ସମୟ ନିଅନ୍ତି ସେମାନଙ୍କୁ ଜବରଦସ୍ତ ବିବାହ କରିଦିଆଯାଏ। କାରଣ ପରେ ସେମାନଙ୍କୁ ସାନ ଭାଇ ଭଉଣୀମାନେ ବାହା ହେବେ। ପ୍ରଥମେ ବଡ଼ ଭଉଣୀକୁ ବିବାହ କରିବାର କାରଣ ହେଉଛି ଏହା ଦ୍ୱାରା ପରିବାର ଓ ଗାଁରେ ତା’ର ସମ୍ମାନ ରହିବ।

Strange rituals of Luo tribeଲୁଓ ଜନଜାତିର ଅଦ୍ଭୁତ ପରମ୍ପରା

ଲୁଓ ଜନଜାତିରେ ଆତ୍ମହତ୍ୟା ଏକ ଗୁରୁତର ଅପରାଧ ଭାବରେ ବିବେଚନା କରାଯାଏ ଏବଂ ତାଙ୍କୁ କଠୋର ଦଣ୍ଡ ଦିଆଯାଏ। ଯଦି କୌଣସି ବ୍ୟକ୍ତି ଫାଶୀ ଲଗାଇ ଆତ୍ମହତ୍ୟା କରନ୍ତି, ତେବେ ତାଙ୍କ ଶରୀରକୁ ତଳକୁ ଆଣିବା ପୂର୍ବରୁ ତାଙ୍କୁ ଚାବୁକରେ ମରାଯାଏ। ଆତ୍ମହତ୍ୟା କରୁଥିବା ଲୋକଙ୍କ ଶବକୁ 'ଗୁଣ୍ଡା' ନାମକ ଏକ ସ୍ଥାନରେ ଘର ବାହାରେ ପୋତି ଦିଆଯାଏ। ସେମାନଙ୍କ ଶବକୁ ସାଧାରଣ ଲୋକଙ୍କଠାରୁ ଦୂରରେ ରଖାଯାଏ। ସେମାନଙ୍କର ଶବକୁ ଏକ ବାକ୍ସରେ ପୋତି ଦିଆଯାଏ ଯାହା ଦ୍ୱାରା ସେମାନଙ୍କର ମନ୍ଦ ଆତ୍ମା ଘରକୁ ଫେରିବାରେ ରୋକାଯାଇପାରିବ।

ଅନ୍ୟ ଏକ ପ୍ରଥା ଅନୁଯାୟୀ, ଲୁଓ ଜନଜାତିରେ ଯେଉଁ ମହିଳାମାନେ ସୁନ୍ନତ(ଯୋନାଗ୍ର ଛେଦନ) ହୋଇନାହାଁନ୍ତି ସେମାନଙ୍କୁ ଅଜବ ମାନିବା ସହିତ ପରିହାସ କରାଯାଏ। ସମସ୍ତ ମହିଳା ଏଠାରେ ସୁନ୍ନତ ହେବା ବାଧ୍ୟତାମୂଳକ। ବିଶ୍ୱାସ କରାଯାଏ ଯେ ଯେଉଁ ମହିଳାମାନେ ସୁନ୍ନତ ହେବାକୁ ମନା କରନ୍ତି ସେମାନେ ଅଭିଶାପିତ ହୁଅନ୍ତି। ପୁରୁଷମାନେ ନିଜକୁ ଏପରି ମହିଳାଙ୍କଠାରୁ ଦୂରରେ ରଖନ୍ତି। ଯଦି ଜଣେ ମହିଳା ସୁନ୍ନତ ନ ହୋଇ ବିବାହ କରନ୍ତି, ତେବେ ତାଙ୍କୁ କ୍ଷେତରୁ ଦୂରରେ ରଖାଯାଏ। ବିଶ୍ୱାସ କରାଯାଏ ଯେ ଯଦି ସେ କ୍ଷେତକୁ ଯାଆନ୍ତି ତେବେ ସମସ୍ତ ଫସଲ ଏବଂ ପନିପରିବା ନଷ୍ଟ ହୋଇଯାଏ।

Other Stories

  • CM Naveen Patnaik
    Sports ଓଡ଼ିଶାରେ ହେବ ଜୁନିୟର ହକି ବିଶ୍ୱକପ୍‌

    ଓଡ଼ିଶାରେ ହେବ ଆଉ ଏକ ବିଶ୍ୱକପ୍ । ହକିରେ କମ୍ପିବ କଳିଙ୍ଗ ଷ୍ଟାଡିୟମ । ଏହି ଷ୍ଟାଡିୟମରେ ଆୟୋଜିତ ହେବ ଜୁନିୟର ହକି ବିଶ୍ୱକପ୍ । ଏଫ୍‌ଆଇଏଚ୍ ଓ ହକି ଇଣ୍ଡିଆର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ...

  • Blast
    National ବାଣ ଗୋଦାମରେ ବିସ୍ଫୋରଣ: ୩ ମୃତ

    ବେଙ୍ଗାଲୁରୁରେ ବାଣ ଗୋଦାମରେ ବିସ୍ଫୋରଣ ଘଟି ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣର ମାତ୍ରା ଏତେ ତୀବ୍ର ଥିଲା ଯେ, ଆଖପାଖ ଅଞ୍ଚଳ ବି ଥରି ଉଠିଥିଲା। ବାଙ୍ଗାଲୋରରେ ଥରାଗ୍...

  • Covishield
    National କୋଭିସିଲ୍ଡକୁ ନେଇ ବ୍ରିଟେନ୍‌ର ସାମ୍ରାଜ୍ୟବାଦ ମନୋଭାବ ! ଭାରତର ଜୋରଦାର ବିରୋଧ

    କରୋନା ମହାମାରୀ ବିରୋଧରେ ସାମୁହିକ ଲଢେଇ ଚାଲିଥିବା ବେଳେ ବ୍ରିଟେନ୍‌ର ଅଜବ ଭ୍ୟାକସିନ୍ ଓ କ୍ୱାରେଣ୍ଟିନ୍ ନୀତିକୁ ନେଇ ବିବାଦ । ଅକ୍ସଫୋର୍ଡ ଓ ଅଷ୍ଟ୍ରାଜେନେକା ଟିକାକୁ ବ୍ରିଟେନ୍ ସ୍ୱୀକୃତୀ ଦେଇଥିବା ବେଳେ ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ...

  • Durga Puja
    Festivals & Events ଦୁର୍ଗା ପୂଜା ପାଇଁ ଗାଇଡ୍‌ଲାଇନ୍‌ ଜାରି କଲା BMC

    ଦୁର୍ଗାପୂଜା ପାଇଁ ଗାଇଡଲାଇନ ଜାରି କଲା ଭୁବନେଶ୍ୱର ମହାନଗର ନିଗମ । କୋଭିଡ଼ ଗାଇଡଲାଇନ ମାନି ପୂଜା କମିଟିମାନେ ପୂଜା ଆୟୋଜନ କରିବେ । ଇଣ୍ଡୋର ଭଳି ବ୍ୟବସ୍ଥାରେ କେବଳ ପରମ୍ପରା ରକ୍ଷା ପାଇଁ ପୂଜା କରାଯିବ...