• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ବିବାହକୁ ନେଇ ଅଜବ ପରମ୍ପରା

  • ବର-କନ୍ୟାଙ୍କୁ ଉପରକୁ ଫିଙ୍ଗାଯାଏ ପଚା ଆଣ୍ଡା ଓ ଟମାଟୋ

ସ୍କଟଲ୍ୟାଣ୍ଡ:  ବହୁ ଦେଶରେ ବିବାହକୁ ନେଇ ଭିନ୍ନ ଭିନ୍ନ ପ୍ରଥା ଓ ପରମ୍ପରା ପାଳନ କରାଯାଇଥାଏ ।  ପ୍ରତି ରାଜ୍ୟରେ ଓ ଦେଶରେ ବିବାହ ବିଭିନ୍ନ ପ୍ରକାରର ରୀତିନୀତି ସହିତ ଅନୁଷ୍ଠିତ ହୋଇଥାଏ । ବିଭିନ୍ନ ସଂପ୍ରଦାୟର ପ୍ରତ୍ୟେକ ଧର୍ମର ମଧ୍ୟ ଭିନ୍ନ ଭିନ୍ନ ପ୍ରଥା ରହିଛି । ଯାହାକୁ ଲୋକମାନେ ଅନୁସରଣ କରି ବିବାହ ସମାରୋହ କରନ୍ତି । ଅନେକ ଦେଶ ତଥା ସମ୍ପ୍ରଦାୟରେ ମଧ୍ୟ ଭିନ୍ନ ଭିନ୍ନ ରୀତିନୀତି ସହକାରେ ବିବାହ କରାଯାଏ ।

ବାହାଘର ଏକ ଏପରି ପ୍ରଥା ଯେଉଁଥିରେ ଦୁଇ ଅଜଣା ହୃଦୟ ଯୋଡ଼ି ହୋଇଯାଆନ୍ତି ଓ ଦୁଇଟି ଅଜଣା ପରିବାରରେ ସଂପର୍କ ଗଢିଉଠେ ।  ବିଭିନ୍ନ ଦେଶରେ ମଧ୍ୟ ପ୍ରଥା ପରମ୍ପରାରେ ଅନେକ ତଫାତ୍ ରହିଛି । ବାହାଘର ପୂର୍ବରୁ ବର-କନ୍ୟା ଘଣ୍ଟା ଘଣ୍ଟା ଧରି ମେକଅପ୍ ନେବା କଥା ଆପଣ  ଜାଣିଥିବେ  କିନ୍ତୁ ଏମିତି ଏକ ବିବାହ ପ୍ରଥା ସମ୍ପର୍କରେ ଜାଣିବା ଯାହା ଆପଣ ମାନଙ୍କୁ ଅଦ୍ଭୁତ ଲାଗିପାରେ କିନ୍ତୁ ଏହା ସତ । ଯଦି ଆପଣଙ୍କୁ କୁହାଯାଏ ଯେ ବାହାଘର ପୂର୍ବରୁ ଆପଣଙ୍କ ଉପରକୁ ପଚା ଅଣ୍ଡା ଓ ପଚା ଟମାଟୋ ଫୋପାଡା ଯିବ ତେବେ ଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ ଲାଗିବ ।  

ସ୍କଟଲ୍ୟାଣ୍ଡରେ ବିବାହକୁ ନେଇ ଏମିତି ଏକ ଅଜବ ପରମ୍ପରା ରହିଛି ।  ସ୍କଟଲ୍ୟାଣ୍ଡରେ ହେଉଥିବା ବିବାହ ସମାରୋହରେ ପ୍ରଥା ଅନୁସାରେ, ବର-କନ୍ୟାଙ୍କୁ ଗୋଟିଏ ଗଛରେ ବନ୍ଧାଯାଇଥାଏ । ଏହାପରେ ସେମାନଙ୍କ ଉପରକୁ ସଢ଼ା ଟମାଟୋ, ଚକୋଲେଟ୍ ସିରପ୍, କ୍ଷୀର, ସଢ଼ା ମାଛ ଓ ଅଣ୍ଡା ଏବଂ ଗନ୍ଧଯୁକ୍ତ ଜିନିଷ ଫିଙ୍ଗା ଯାଇଥାଏ ।  ଚନ୍ଦନ ଓ ସିନ୍ଦୁର ବଦଳରେ ସଢା ଟମାଟୋ, ଅଣ୍ଡା, ଏବଂ ମାଛ ପରି ମଇଳା ଜିନିଷ ଫୋପାଡା ଯାଇଥାଏ।

ତେବେ ଏହି ରୀତିନୀତି ପାଳନ କରିବା ପଛରେ, ଲୋକମାନଙ୍କର ଅନେକ ବିଶ୍ୱାସ ରହିଛି । ଏଠାରେ ବିଶ୍ୱାସ ରହିଛି ଯେ ଏପରି କରିବା ଦ୍ୱାରା ବର-କନ୍ୟା ଉପରକୁ କୌଣସି ଅଶୁଭ ଶକ୍ତିର ପ୍ରଭାବ ପଡେ ନାହିଁ । ଏଥିସହିତ ଆଗାମୀ ସମୟରେ ବର-କନ୍ୟାଙ୍କ ଜୀବନକୁ ଆସିବାକୁ ଥିବା ସମସ୍ୟାର ବି ସେମାନେ ସହଜରେ ସାମନା କରିପାରିବେ । ତେବେ ଏହି ରୀତିନୀତି ସମଗ୍ର ସ୍କଟଲ୍ୟାଣ୍ଡରେ ପାଳନ କରାଯାଏ ନାହିଁ, ଏହା ଦେଶର କିଛି ଅଂଶରେ ପାଳନ କରାଯାଏ ।