• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ଏଣିକି ଜାତୀୟ ରାଜପଥ, ରାଜ୍ୟ ରାଜପଥ ଏବଂ ମ୍ୟୁନିସିପାଲିଟି ଓ ଏନ୍ଏସି ଅଞ୍ଚଳରେ କେତେ ବେଗରେ ଯିବ ଯାନବାହନ ସେନେଇ ରାଜ୍ୟ ପରିବହନ ବିଭାଗ ବିଜ୍ଞପ୍ତି ଜାରି କରିଛି। 

୪ ଲେନ୍ ଜାତୀୟ ରାଜପଥରେ ବାଇକ୍ ସ୍ପିଡ୍ ସର୍ବାଧିକ ୬୦ କିଲୋମିଟର ପ୍ରତି ଘଣ୍ଟା ଏବଂ ମ୍ୟୁନିସିପାଲିଟି ଓ ଏନ୍ଏସିରେ ୪୦ କିଲୋମିଟର ରହିବ। ସେହିପର ଅନ୍ୟ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ବେଗ ସର୍ବାଧିକ ୫୦ କିଲୋମିଟର ରହିବ। 

 

ଉଭୟ ଯାତ୍ରୀବାହୀ ଓ ମାଲବାହୀ ତିନି ଚକିଆ ଯାନର ୪ ଲେନ୍‌ରେ ସର୍ବାଧିକ ୪୦ କି.ମି., NH ଓ ରାଜ୍ୟ ରାଜପଥରେ ୩୦ କିଲୋମିଟର ଓ  ମ୍ୟୁନିସିପାଲିଟି ଓ ଏନ୍ଏସିରେ ୩୦ କି.ମି. ରହିବ। 

ସେହିପରି ଚାରି ଚକିଆ ଯାନ ଗୁଡ଼ିକ ୪ ଲେନ୍‌ରେ ସର୍ବାଧିକ ୧୦୦ କିଲୋମିଟର ବେଗରେ ଯାଇପାରିବେ। ଜାତୀୟ ଓ ରାଜ୍ୟ ରାଜପଥରେ ୬୦ କି.ମି. ଓ ମ୍ୟୁନିସିପାଲିଟି କିମ୍ବା ଏନ୍ଏସି ଅଞ୍ଚଳରେ ୫୦ କିଲୋମିଟର ପ୍ରତି ଘଣ୍ଟାରେ ଯାଇପାରବେ।