• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ତାଙ୍କ ପାଇଁ ପରିବାର ସବୁକିଛି। ଏଭଳି ବିଶ୍ୱାସ ରଖୁଥିବା ଜଣେ ପୁଅ ଯିଏ ନିଜର ଅସୁସ୍ଥ ପିତାଙ୍କୁ ନୂତନ ଜୀବନ ଦେଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ଯୁବକଙ୍କର ବାପାଙ୍କର ଲିଭର ଖରାପ ହୋଇଯାଇଥିଲା। ତାଙ୍କ ପାଖରେ ଅଧିକ ସମୟ ନ ଥିଲା ବୋଲି ଡାକ୍ତର କହିଥିଲେ। ଲିଭର ପ୍ରତିରୋପଣ ଆବଶ୍ୟକ ଥିଲା। ପୁଅ ନିଜେ ଯକୃତର ୬୫ ପ୍ରତିଶତ ପିତାଙ୍କୁ ଦାନ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି। ଏହି କଥା ଇନ୍‌ଷ୍ଟାଗ୍ରାମରେ 'ହ୍ୟୁମାନ୍ସ ଅଫ୍ ବମ୍ବେ' ପୃଷ୍ଠାରେ ଶେୟାର କରାଯାଇଥିଲା, ଯାହା ପଢିବା ପରେ ଅନେକ ଲୋକଙ୍କ ଆଖି ଓଦା ହୋଇଯାଇଛି।

ଯେତେବେଳେ ଯୁବକ ଜାଣିବାକୁ ପାଇଲେ ଯେ ତାଙ୍କ ବାପାଙ୍କ ଲିଭର ଖରାପ ହେଇଯାଇଛି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ କେବେ ବି ସିଗାରେଟ୍ କି ମଦ ଛୁଇଁ ନଥିଲେ ବୋଲି ଯୁବକ କହିଛନ୍ତି। ଯେତେବେଳେ ଡାକ୍ତର କହିଲେ ବିନା ଅଙ୍ଗଦାନରେ ତାଙ୍କ ବାପା ଆଉ ମାତ୍ରା ୬ ମାସ ବଞ୍ଚିବେ ସେ ଅଧୈର୍ଯ୍ୟ ହୋଇପଡିଲେ। ପାପା ତାଙ୍କୁ କହିଥିଲେ, ସେ ମରିବାକୁ ଚାହାନ୍ତି ନାହିଁ। ସେ ତାଙ୍କ ପୁଅକୁ ଗ୍ରାଜୁଏଟ୍ ହେବା ଦେଖିବାକୁ ଚାହୁଁଥିଲେ ବୋଲି ସେ କହିଛନ୍ତି।

ଏହି ସମୟରେ ପୁଅକୁ ହୋଇଗଲା କୋଭିଡ୍ ପଜିଟିଭ୍। ତାଙ୍କୁ ଆଇସୋଲେସନରେ ରହିବାକୁ ପଡିଲା। ଯେତେବେଳେ ତାଙ୍କୁ ତାଙ୍କ ବାପାଙ୍କ ପାଖରେ ରହିବା ନିହାତି ଜରୁରୀ ଥିଲା ସେ ଏହା କରିପାରୁ ନ ଥିଲେ। ତେବେ ସେ ତାଙ୍କ ବାପାଙ୍କ ସହ ସବୁବେଳେ ଭିଡିଓ କଲ୍ କରୁଥିଲେ ଏବଂ ତାଙ୍କୁ ଖୁସି କରିବା ନେଇ ତାଙ୍କ ଲୁଡୁ ଖେଳୁଥିଲେ ଓ ଜାଣି ଜାଣି ହାରୁଥିଲେ। ପୁଅ ଭଲ ହେବା ପରେ ବାପା କୋଭିଡ୍ ସଂକ୍ରମିତ ହୋଇଥିଲେ। ତାଙ୍କୁ ପ୍ରତିଦିନ ଡାକ୍ତରଖାନା ନିଆଯାଉଥିଲା। ପୁଅ ତାଙ୍କ ପାଖରେ ବସି ପରୀକ୍ଷା ପାଇଁ ପଢାପଢି କରୁଥିଲେ। ସେ କିନ୍ତୁ ତାଙ୍କ ଦୁଃଖ ଦେଖିପାରୁ ନ ଥିଲେ। ସେ ତାଙ୍କ ବାପାଙ୍କୁ ବଞ୍ଚେଇବା ନେଇ ଚାହୁଁଥିଲେ। ତେଣୁ ସେ ନିଜ ଲିଭର ଦେବାକୁ ପ୍ରସ୍ତୁତ ହୋଇଗଲେ।

ସୌଭାଗ୍ୟବଶତଃ ତାଙ୍କ ଲିଭର ତାଙ୍କ ବାପାଙ୍କ ସହ ମେଳ ଖାଇଗଲା। କିନ୍ତୁ ଏହା ମୋଟା ଥିଲା। ତାଙ୍କୁ ତାଙ୍କ ଲିଭରର ୬୫ ପ୍ରତିଶତ ଦାନ କରିବାକୁ ଥିଲା। ଏଥିପାଇଁ ସେ ବହୁତ ବ୍ୟାୟାମ କଲେ ଏବଂ ଖାଇବା ପିଇବାର ବିଶେଷ ଧ୍ୟାନ ମଧ୍ୟ ଦେଲେ। କିଛି ଦିନ ପରେ ତାଙ୍କ ପରୀକ୍ଷା ପରେ କୁହାଗଲା ଯେ ସେ ସର୍ଜରୀ ପାଇଁ ଫିଟ୍। ଏହା ଶୁଣି ସେ ଖୁବ୍ ଖୁସି ହୋଇଗଲେ। କିନ୍ତୁ ତାଙ୍କ ବାପା କାନ୍ଦିଲେ। ସେ ତାଙ୍କୁ କହିଥିଲେ, ଯଦି ତୋର କିଛି ହେଇଯାଏ? ମୁଁ ନିଜକୁ କ୍ଷମା କରିପାରିବି ନାହିଁ! ବାପାର ଏହି ପୁତ୍ରମୋହ ଶୁଣି ସେ ତାଙ୍କୁ କହିଥିଲେ, “ତୁମର ଯୁଦ୍ଧ ମଧ୍ୟ ମୋର। ଆମେ ହାରିବୁ ନାହିଁ।”

ପୁଅ କୁହନ୍ତି ଯେ “ଆମେ ସର୍ଜରୀ ପାଇଁ ୨୦ ଲକ୍ଷ ଟଙ୍କା ଯୋଗାଡ କଲୁ। ମା କାନ୍ଦି କାନ୍ଦି କହିଲା - ମୋର ଲାଇଫ୍ ଲାଇନ୍ ସର୍ଜରୀ ପାଇଁ ଯାଉଛି। ବାପା ମୁଁ ମୁଁ ଚିନ୍ତାରେ ଥିଲୁ। କିନ୍ତୁ ବାପା ଥଟ୍ଟା କରି କହିଲେ, 'ଯେତେବେଳେ ଏସବୁ ସରିଯିବ ମୁଁ ତତେ ଲୁଡୁରେ ହରେଇଦେବି!' ତାଙ୍କର ଚିନ୍ତାଧାରା ମୋତେ ଧ୍ୟାନକୈନ୍ଦ୍ରୀକ କଲା ଓ ମୁଁ ମୋର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲି!

ଆମର ସର୍ଜରୀର ଦୁଇ ଦିନ ପୂର୍ବରୁ ମୁଁ ଗ୍ରାଜୁଏଟ୍ ହେଲି। ବାପା କହିଲେ, ମୋର ଡର ଥିଲା, କାଳେ ମୁଁ ଏ ଦିନ ଦେଖିପାରିବି ନାହିଁ। ତୁ ମୋତେ ଦୁନିଆର ସବୁଠାରୁ ଖୁସି ପିତା କରିଦେଲୁ। ବର୍ତ୍ତମାନ ଆମକୁ କେବଳ ଗୋଟିଏ ପରୀକ୍ଷା ଉତ୍ତୀର୍ଣ୍ଣ ହେବାକୁ ପଡିବ। ମୁଁ ପ୍ରାର୍ଥନା କରୁଥିଲି ଯେ ସର୍ଜରୀ ଭଲରେ ହେଇଯାଉ। ମୁଁ ଯେତେବେଳେ ସର୍ଜରୀ ପରେ ଉଠିଲି, ଡାକ୍ତର ମତେ ଦେଖି ହସିଲେ ଓ କହିଲେ, ତୁମେ ତୁମ ବାପାଙ୍କୁ ବଞ୍ଚେଇ ଦେଇଛ। ସେତେବେଳେ ମୋ ଆଖିରୁ ଖୁସିର ଲୁହ ଝରିଗଲା।

ଯେତେବେଳେ ବାପା ଆମ୍ ଦୁହିଁଙ୍କର କ୍ଷତକୁ ଦେଖିଲେ ସେ କହିଲେ, “ଆମେ ଏହି ଯୁଦ୍ଧକୁ ବି ଏକାଠି ଜିତିଲୁ। ଆମେ ଏକାଠି ଏକ ହ୍ୱିଲ୍ ଚେୟାର ଚଲାଇବା ଶିଖିଲୁ ଏବଂ ଲୁଡୁ ଖେଳିବାରେ ବହୁତ ସମୟ ଦେଲୁ। ଆଜି ଆମେ ଦୁହେଁ ପୁରା ସୁସ୍ଥ। ଯଦି ଏହି ଘଟଣା ଆମକୁ କିଛି ଶିକ୍ଷା ଦେଇଛି୍ ତେବେ ଏହା ହେଉଛି ଜୀବନ ଅନିଶ୍ଚିତ ଏବଂ ପରିବାର ସବୁକିଛି।