• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସାପ ପାଇଁ ନିଆରା ସଚେତନତା

  • ଅଳଙ୍କାର ମାଧ୍ୟମରେ ସଚେତନ କରିବାକୁ ପ୍ରୟାସ

ଭୁବନେଶ୍ୱର(ଜଗଦୀଶ ଦାସ) : ଜୀବନଶୈଳୀ ସହିତ ସାପକୁ ଯୋଡିଲେ ହିଁ ସାପଙ୍କ ସୁରକ୍ଷା ସମ୍ଭବ । ଏହାକୁ ଆଧାର କରି ଏବେ ସାପ ଗହଣାର ପସରା ମେଲିଛି । ଯୁବବର୍ଗଙ୍କୁ ଏଭଳି ଆକର୍ଷଣୀୟ ଗହଣା ମାଧ୍ୟମରେ ସଚେତନ କରିବାକୁ ଆରମ୍ଭ ହୋଇଛି ପ୍ରୟାସ । ସୋସିଆଲ୍ ମିଡିଆରେ ବି ଏନେଇ ପ୍ରଚାର ପ୍ରସାର ଜୋରଦାର ହେଉଛି ।

ସାପ ପାଇଁ ନିଆରା ସଚେତନତା । ଅଳଙ୍କାର ମାଧ୍ୟମରେ ଏବେ ସଚେତନ କରିବାକୁ ପ୍ରୟାସ । ବିନ୍ଦି ଠାରୁ ଆରମ୍ଭ କରି ବ୍ରେସଲେଟ୍, ହାର ଠୁ ମୁଦି ବାହୁଟି, କାନ ଫୁଲ ଭଳି ରକମ ରକମର ସାପ ଥିମରେ ତିଆରି ଅଳଙ୍କାର । ଖାଲି ସେତିକି ନୁହେଁ ବେଡ୍ ଲାଇଟ, ପେନ୍ ଷ୍ଟାଣ୍ଡ, ଲାଇଟର, ବେଲଟ୍ ହୋଲଗ୍ରାମରେ ବି ସାପ ଥିମ୍ ନେଇ ପ୍ରସ୍ତୁତି କରାଯାଉଛି । ବିଶେଷ କରି ଯୁବପୀଢି ମଧ୍ୟରେ ସାପ ପ୍ରତି ଥିବା ଭୟକୁ ଦୂର କରିବା ଲାଗି ଏଭଳି ନିଆରା ଉଦ୍ୟମରେ ଆରମ୍ଭ କରିଛି ସ୍ନେକ ହେଲ୍ପ ଲାଇନ୍ ।

ସ୍ନେକ୍ ହେଲ୍ପ ଲାଇନ୍ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ନିଜେ ସାପ ଥିମରେ ଥିବା ବିଭିନ୍ନ ଆଣ୍ଟିକ୍ କଲେକସନ୍ ମଧ୍ୟ କରିଛନ୍ତି । ବିଭିନ୍ନ ଦେଶର ଷ୍ଟାମ୍ପ, କଏନ୍ ଆଦିକୁ ସଂଗ୍ରହ କରି ରଖିଛନ୍ତି, ଯାହାକୁ କି ଆଗମୀ ଦିନରେ ବିଭିନ୍ନ ସ୍କୁଲରେ ପ୍ରଦର୍ଶନୀ ମାଧ୍ୟମରେ ପିଲା ମାନଙ୍କୁ ସେଚତନ କରିବାକୁ ଯୋଜନା କରିଛନ୍ତି । ପିଲାଙ୍କ ଠାରେ ସାପ ପ୍ରତି ଥିବା ଭୟ ଦୂର ହେଲେ ସାପଙ୍କ ସଂରକ୍ଷଣ ଅଧିକ ମାତ୍ରାରେ ଫଳପ୍ରଦ ହୋଇପାରିବ ବୋଲି ସଂଗଠନ ଲକ୍ଷ୍ୟ ରଖିଛି ।

ଏସଆରସିଙ୍କ ତଥ୍ୟ ଅନୁଯାୟୀ ରାଜ୍ୟରେ ସାପ କାମୁଡା ଜନିତ ମୃତ୍ୟୁ ବଢି ବଢି ଚାଲିଛି । ୨୦୧୯ରେ ସାପ କାମୁଡାରେ ୮୪୪, ୨୦୨୦ରେ ୮୭୧ ଓ ଚଳିତ ବର୍ଷ ମେ ସୁଦ୍ଧା ୪୨୬ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ବିଜ୍ଞାନ ଯୁଗରେ ବିଭିନ୍ନ ସ୍ଥାନରେ ଅନ୍ଧବିଶ୍ୱାସର ଚିତ୍ର ଦେଖିବାକୁ ମିଳୁଛି । ଚିକିତ୍ସା ପରିବର୍ତ୍ତେ ଝଡାଫୁଙ୍କାକୁ ଆପଣାଉଛନ୍ତି ଲୋକେ । କିଛି ରୋଗୀ ମେଡିକାଲ ଯିବାକୁ ରାଜି ନୁହଁନ୍ତି। ଏପରିକି ମେଡିକାଲ୍‌ ବେଡ୍‌ରେ ଗୁଣିଆ ଝଡାଫୁଙ୍କା ମଧ୍ୟ କରୁଥିବା ଦେଖିବାକୁ ମିଳୁଛି , ଯାହା ଅତ୍ୟନ୍ତ ଭୟଙ୍କର ।