• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଭକ୍ତ ଡାକ ଦେଲେ କୁଡ଼ିଆ ଘର ହେଉ ଅବା ଶ୍ମଶାନ, ସବୁଠି ବିଦ୍ୟମାନ ହୁଅନ୍ତି ।

  • ଆଉ ତାଙ୍କ ଭକ୍ତିରେ ଭକ୍ତ ବି ଜୀବନ ବିତାଉଛନ୍ତି ।

  • ଏଭଳି ଜଣେ ଭକ୍ତ, କଲ୍ୟାଣପୁରର ପ୍ରଭାତୀ ପଣ୍ଡା ।

ବାଲେଶ୍ୱର: ଜଗତ ନିୟନ୍ତା ଜଗନ୍ନାଥ ଭକ୍ତ ବଚ୍ଛଳ । ସେ ରତ୍ନ ସିଂହାସନରେ ବସୁଛନ୍ତି ସତ, ହେଲେ ଭକ୍ତ ଡାକ ଦେଲେ କୁଡ଼ିଆ ଘର ହେଉ ଅବା ଶ୍ମଶାନ, ସବୁଠି ବିଦ୍ୟମାନ ହୁଅନ୍ତି । ଆଉ ତାଙ୍କ ଭକ୍ତିରେ ଭକ୍ତ ବି ଜୀବନ ବିତାଉଛନ୍ତି । ଏଭଳି ଜଣେ ଭକ୍ତ ହେଲେ ବାଲେଶ୍ୱର ରେମୁଣା କଲ୍ୟାଣପୁର ପଞ୍ଚାୟତ ତାଳମେଢି ଗାଁର ପ୍ରଭାତୀ ପଣ୍ଡା । ବୟସ ୭୦ ଟପିଲାଣି, ଦୁଇ ଆଖିକୁ ଦେଖାଯାଉନି, ତଥାପି ଗାଁର ଶ୍ମଶାନ କଡ଼ରେ କୁଡ଼ିଆ ଘରେ ଜଗନ୍ନାଥ, ବଳଭଦ୍ର ଓ ମା’ ଶୁଭଦ୍ରାଙ୍କୁ ପୂଜା କରିଆସୁଛନ୍ତି ।

ପ୍ରଭାତୀ ବାଲ୍ୟ ବିବାହ କରିଥିଲେ, ପିଲା ଦିନରୁ  ହିଁ ସ୍ୱାମୀ  ଛାଡ଼ି ଚାଲିଗଲେ । ଆଉ ତାଙ୍କୁ ୧୫ ବର୍ଷ ହୋଇଥିବା ବେଳେ ଦୃଷ୍ଟି ଶକ୍ତି କମିଆସିଥିଲା । ପରେ ସମାଜଠାରୁ ଦୂରେଇ ଗଲେ । ଏବେ ୨୦ ବର୍ଷ ହେବ ଗାଁର ଶ୍ମଶାନ ଜମିରେ କୁଡ଼ିଆ ଘରେ ଜଗନାଥଙ୍କୁ ପୂଜା କରି ଦିନ କଟାଉଛନ୍ତି । ପ୍ରଭାତୀଙ୍କ ଦୁଇ ଆଖିକୁ ଦେଖାଯାଉନି ସତ, ହେଲେ ମନ୍ତ୍ରପାଠ ସହ ଜଣାଣ ଭଲ ଭାବରେ ଗାଇପାରୁଛନ୍ତି । ଥରୁଟିଏ ପୁରୀ ଯାଇ ଜଗନ୍ନାଥ ଧାମରେ ଦିନକାଟିବାକୁ ପ୍ରଭାତୀ ଆଶା ରଖିଛନ୍ତି ।

ସେପଟେ ଆଜି ପୁରୀରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରିଲା ଆଡ଼ପ ଅବଢ଼ା । ସକାଳ ଧୂପ ପରେ ମହାପ୍ରଭୁଙ୍କୁ ଖେଚୁଡ଼ି, ଡାଲମା, ଶାଗ ଓ ଭଜା ଲାଗି ହେଲା । ଶ୍ରୀଜିଉଙ୍କ ଦର୍ଶନ କରିପାରୁ ନଥିବା ଶ୍ରଦ୍ଧାଳୁ ଏବେ ଆଡ଼ପ ଅବଢା ପାଇବେ । ନବଦିନାତ୍ମକ ଯାତ୍ରାରେ ଆସିଥିବା ଚତୁର୍ଦ୍ଧାମୂର୍ତ୍ତି ଏବେ ଜନ୍ମବେଦୀରେ ପୂଜା ପାଉଛନ୍ତି । ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ହେଉଛି । ଯାହା ସବୁ ଶ୍ରୀମନ୍ଦିରରେ ହୋଇଥାଏ । ଆଜିଠୁ ସାତ ଦିନ ଯାଏ ସମସ୍ତ ନୀତି ଗୁଣ୍ଡିଚା ମନ୍ଦିରରେ ହେବ । ତେବେ କରୋନା କଟକଣା ଯୋଗୁଁ ଆଡ଼ପ ମଣ୍ଡପରେ ଦର୍ଶନ କରିପାରିବେନି ଭକ୍ତ । ଭାଇ ଭଉଣୀଙ୍କ ସହ କାଳିଆ ଠାକୁର ନବଦିନାତ୍ମକ ଯାତ୍ରାରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ଆସିଛନ୍ତି ।