• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଅସୁରକ୍ଷିତ ନଦୀବନ୍ଧକୁ ନେଇ ବଢୁଛି ଚିନ୍ତା

  • ଅନେକ ସ୍ଥାନରେ ନାହିଁ ଘେରି ବନ୍ଧ

  • ପଥର ପ୍ୟାକିଂ ନଥିବାରୁ ସୃଷ୍ଟି କରୁଛି ବିପଦ

  • ସମସ୍ୟାର ସମାଧାନ ନେଇ ମିଳିଲା ପ୍ରଶାସନର ପ୍ରତିଶ୍ରୁତି

ବାଙ୍କି, ଯାଜପୁର ( ସଂଜୀବ ନାୟକ,ଅଭୟ ପତି) : ନଦୀ ବନ୍ଧ ଫାଟି ଆଁ କରିଛି । ନଦୀ ଫୁଲିଲେ ଭୟରେ ଜୀବନ ଅତିବାହିତ କରୁଛନ୍ତି ଲୋକେ । ବନ୍ୟା ରୋକିବାକୁ ତଥା ବନ୍ଧ ମଜଭୁତ କରିବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ନିମ୍ନ ମାନର କାମ ହେଉଥିବା ଅଭିଯୋଗ ହେଉଛି । ବାଙ୍କି ଓ ଯାଜପୁରରେ ଅସୁରକ୍ଷିତ ନଦୀବନ୍ଧକୁ ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଅସୁରକ୍ଷିତ ନଦୀବନ୍ଧକୁ ନେଇ ବଢୁଛି ଚିନ୍ତା । ନା ଅଛି ପଥର ପ୍ୟାକିଂ ନା କରାଯାଉଛି ବିକଳ୍ପ ବ୍ୟବସ୍ଥା । ଅନେକ ସ୍ଥାନରେ ବନ୍ଧ ଫାଟି ଆଁ କରିଛି । ବଡ଼ ବଡ଼ ଗଛଲତା ମାଡି ଯାଇଥିବାରୁ ନଦୀ ଫୁଲିଲେ ବନ୍ଧରେ ଘଳିଆ ସୃଷ୍ଟି ହେବାର ଆଶଙ୍କା କରୁଛନ୍ତି ଲୋକେ । ବାଙ୍କୀ ଗୋଳାଗଣ୍ଡ ଠାରୁ ଖଣ୍ଡିଆବନ୍ଧ ଯାଏ ନଦୀବନ୍ଧ ଦୁର୍ବଳ ହୋଇପଡିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଏନେଇ ଜଳସେଚନ ବିଭାଗର ଅଧିକାରୀ କହିଛନ୍ତି, ଯେଉଁ ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଛି, ତାଉପରେ ନଜର ରଖାଯାଇଛି । ଖୁବ ଶୀଘ୍ର ମରାମତି ଶେଷ କରାଯିବ ।

ସେଇଭଳି ଯାଜପୁର ଜିଲ୍ଲାର ଅନେକ ନଦୀବନ୍ଧ ଅସୁରକ୍ଷିତ ଅବସ୍ଥାରେ ରହିଛି । କୋରେଇ ବ୍ଲକର ବଡ ତ୍ରିଲୋଚନପୁର, ସାନ ତ୍ରିଲୋଚନପୁର, ସୋତୀ, ହାଟସାହି, ମିର୍ଜାପୁର ଭଳି ଅଂଚଳର ଶହଶହ ଲୋକେ ବନ୍ୟା ଆସିଲେ ଘର ଛାତ ଉପରେ ମାସ ମାସ ଧରି ଆଶ୍ରୟ ନେଇଥାନ୍ତି । ଏକର ଏକର ଚାଷଜମିକୁ ଧୋଇନିଏ ବନ୍ୟାଜଳ । ବନ୍ଧ ନିର୍ମାଣ ସହ ପଥର ପ୍ୟାକିଂ ନେଇ ବାରମ୍ବାର ଜଣାଇଲେବି ପ୍ରତିଶ୍ରୁତି ବାଦ୍ ଆଉ କିଛି ମିଳୁନଥିବା ଅଭିଯୋଗ ହୋଇଛି । ଜିଲ୍ଲାପାଳ କହିଛନ୍ତି, ସଂପୃକ୍ତ ବିଭାଗ ମାନଙ୍କ ସହ ଆଲୋଚନା କରି ସ୍ଥାୟୀ ବ୍ୟବସ୍ଥା କରାଯିବ॥