• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ବିଜୁଳି ପାଇଁ ପ୍ରିପେଡ୍ ସ୍ମାର୍ଟ ମିଟର ।

  • ବିଧାନସଭା ଶକ୍ତି ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।

  • ଏଣିକି ସ୍ୱୟଂସହାୟିକା ଗୋଷ୍ଠୀଙ୍କ ଦ୍ୱାରା ବିଦ୍ୟୁତ୍ ବିଲ୍ ଆଦାୟ କରାଯିବ ।

ଭୁବନେଶ୍ୱର: ମୋବାଇଲ୍ ଟକଟାଇମ୍ ଭଳି ଏଣିକ ବିଜୁଳି ବ୍ୟବହାର ପାଇଁ ଲାଗିବ ପ୍ରିପେଡ୍ ସ୍ମାର୍ଟ ମିଟର । ସିମ୍ କାର୍ଡ ଜରିଆରେ କରିବାକୁ ହେବ ବିଲ୍ ପେମେଣ୍ଟ । ବିଧାନସଭା ଶକ୍ତି ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରେ ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ଏହି ନିଷ୍ପତ୍ତି ଅନୁସାରେ ଏଣିକି ସ୍ୱୟଂସହାୟିକା ଗୋଷ୍ଠୀଙ୍କ ଦ୍ୱାରା ବିଦ୍ୟୁତ୍ ବିଲ୍ ଆଦାୟ କରାଯିବ । ଘରକୁ ଘର ବୁଲି ବିଦ୍ୟୁତ୍ ବିଲ୍ ଆଦାୟ କରିବେ ଏସ୍ଏସ୍‌ଜି ।  ଜଣେ ଯେତିକି ଟଙ୍କା ପେମେଣ୍ଟ କରିବ, ସେତିକି ବିଜୁଳି ବ୍ୟବହାର କରିବ । ପ୍ରତି ମାସ ଶେଷରେ ଗ୍ରାହକଙ୍କୁ ବିଲ୍ ଦେବା ପାଇଁ କୁହାଯାଇଛି । ଶକ୍ତି ବିଭାଗର ଷ୍ଟାଣ୍ଡିଂ ହାଉସ୍ କମିଟି ବୈଠକରେ ଟାଟା ପାଓ୍ୱାର ଓ ଶକ୍ତି ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଯେଉଁ ଅଞ୍ଚଳରେ ଠିକ ଭାବେ ପାଓ୍ୱାର ସପ୍ଲାଏ ହୋଇପାରିନି, ସେଠି କେମିତି ପାଓ୍ୱାର ସପ୍ଲାଏ ହେବ ସେନେଇ ବୈଠକରେ ବିଶେଷ ଆଲୋଚନା କରାଯାଇଛି । ଏହାସହ ଯେଉଁ ଘରକୁ ବିଜୁଳି ସଂଯୋଗ ହୋଇନି ସେଠାକୁ ମଧ୍ୟ କିପରି ତୁରନ୍ତ ବିଜୁଳି ସଂଯୋଗ ଦିଆଯିବ ସେନେଇ ଆଲୋଚନା ହୋଇଛି ।