• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍‌ ହ୍ରାସ କରିଛନ୍ତି। ଆଜି ମଧ୍ୟରାତ୍ରରୁ ଏହି ନୂଆ ଦର ଲାଗୁ ହୋଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଉପରୁ ୪% ଲେଖାଏ ଭାଟ୍‌ ହ୍ରାସ କରାଯାଇଛି। ଭାଟ୍‌ ହ୍ରାସ ପରେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର କମିଛି।

ବର୍ତ୍ତମାନ ପେଟ୍ରୋଲରୁ ୨୮% ଓ ଡିଜେଲରୁ ୨୪% ଭାଟ୍ ନେବେ ରାଜ୍ୟ ସରକାର। ପୂର୍ବରୁ ପେଟ୍ରୋଲରେ ୩୨% ଓ ଡିଜେଲରେ ୨୮% ଭାଟ୍‌ ଲାଗୁଥିଲା। ସଂଶୋଧିତ ଭାଟ୍ ଅନୁଯାୟୀ, ପେଟ୍ରୋଲ ଲିଟର ପିଛା ୩ ଟଙ୍କା ୪ ପଇସା ଏବଂ ଡିଜେଲ ଲିଟର ପିଛା ୨ ଟଙ୍କା ୮୬ ପଇସା କମିଛି। 

ଏହି ଆଧାରରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୮୦ ପଇସା ଏବଂ ଡିଜେଲ ଲିଟର ପିଛା ୯୧ ଟଙ୍କା ୬୩ ପଇସାରେ ପହଞ୍ଚିଛି। ସେହିପରି ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ୧୦୭ ଟଙ୍କା ୫୫ ପଇସା ଓ ଡିଜେଲ୍ ୯୭ ଟଙ୍କା ୧୭ ପଇସାରେ ପହଞ୍ଚିଛି। 

ସୂଚନାଥାଉ କି, ନିକଟରେ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୫ ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ରାଜ୍ୟ ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍‌ ହ୍ରାସ ନେଇ ଘୋଷଣା କରିଥିଲେ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଭାଟ୍‌ ହ୍ରାସ କରିବା ଫଳରେ ପେଟ୍ରୋଲ ଓ ଡିଜେଲ ଦର କମିଛି।