• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ବସ୍ ଭଡା ବୃଦ୍ଧି ପରେ ସାଧାରଣ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସାଧାରଣ ଓ ଏକ୍ସପ୍ରେସ ବସ ଭଡା ୩ ପଇସା ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡା ୬ ପଇସା ଲେଖାଏଁ ବଢିଛି । ସାଧାରଣ ବସ ଭଡା କିଲୋମିଟର ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ବସ ଭଡା  କିଲୋମିଟର ପିଛା ୯୩ ପଇସାରୁ ୯୬ ପଇସା, ଡିଲକ୍ସ ଭଡା ୧ଟଙ୍କା ୨୯ ପଇସାରୁ ୧ ଟଙ୍କା ୩୫ ପଇସା, ଏସି ଡିଲକ୍ସ ୧ଟଙ୍କା ୫୭ରୁ ୧ଟଙ୍କା ୬୩  ପଇସାକୁ ବୃଦ୍ଧି ହୋଇଛି । ଅନ୍ୟପକ୍ଷରେ ସୁପର ପ୍ରିମିୟମ ବସ ଭଡା ୨ଟଙ୍କା ୪୪ରୁ ୨ଟଙ୍କା ୫୩ ପଇସାକୁ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ, ଦେଶରେ ଏବେ ଦିନକୁ ଦିନ ତୈଳ ଦର ଆକାଶ ଛୁଆଁ ହେଉଛି । ହୁ ହୁ ହୋଇ ବଢ଼ିବାରେ ଲାଗିଛି ତୈଳ ଦର । ଗତ ସପ୍ତାହେ ମଧ୍ୟରେ ଦେଶ ତଥା ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଆକଶ ଛୁଆଁ ହୋଇଛି । ଆଜି ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ୩୫ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୧୦୫ ଟଙ୍କା ୮୪ ପଇସାରେ ପହଞ୍ଚି ଥିବାବେଳେ ଡିଜେଲ ୯୪ ଟଙ୍କା ୫୭ ପଇସାରେ ପହଞ୍ଚିଛି । ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିଛି ।

ଆଜି ଓଡ଼ିଶାର ମାଲକାନଗିରିରେ ତୈଳ ଦର ସବୁ ରେକର୍ଡ ଟପିଛି । ମାଲକାନଗିରିରେ ପେଟ୍ରୋଲ ଦର ସର୍ବାଧିକ ୧୧୨ ଟଙ୍କା ୩୬ ପଇସାରେ ପହଞ୍ଚିଛି । ସେହିପରି ଡିଜେଲ୍‌ ଦର ୧୦୮ ଟଙ୍କା ୫୬ ପଇସାକୁ ବଢ଼ିଛି । କାଲିମେଳାରେ ତୈଳ ଦର ୧୧୩ ଟଙ୍କାଙ୍କକୁ ବଢ଼ିଛି । ରାଜଧାନୀ ଭୁବନେଶ୍ୱରରେ ବି ପେଟ୍ରୋଲ ଦର ଲିଟର ପିଛା ୩୫ ପଇସା ବୃଦ୍ଧି ପାଇ ୧୦୬ ଟଙ୍କା ୭୭ ପଇସାରେ ପହଞ୍ଚିଛି । ଡିଜେଲ ଦର ବି ବୃଦ୍ଧି ପାଇ ୧୦୩ ଟଙ୍କା ୧୫ ପଇସାରେ ପହଞ୍ଚିଛି ।

ସେପଟେ କୋଲକାତାରେ ପେଟ୍ରାଲ ଲିଟର ପ୍ରତି ୧୦୬ ଟଙ୍କା ୪୩ ପଇସା ଓ ଡିଜେଲ ୯୭ ଟଙ୍କା ୬୮ ପଇସା, ମୁମ୍ବାଇରେ ପେଟ୍ରୋଲ ଲିଟର ପ୍ରତି ୧୧୧ ଟଙ୍କା ୭୭ ପଇସା ଓ ଡିଜେଲ ୧୦୨ ଟଙ୍କା ୫୨ ପଇସା, ଚେନ୍ନାଇରେ ପେଟ୍ରାଲ ଲିଟର ପ୍ରତି ୧୦୩ ଟଙ୍କା ୦୧ ପଇସା ଓ ଡିଜେଲ ୯୮ ଟଙ୍କା ୯୨ ପଇସା ରହିଛି । ଲୋକାଲ୍‌ ଟ୍ୟାକ୍ସ ଅନୁସାରେ, ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଭିନ୍ନ ଭିନ୍ନ ରହିଥାଏ ।